ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କଡ଼ା ସୁରକ୍ଷା : ଗଞ୍ଜାମ,ବାଲେଶ୍ବର,ଭଦ୍ରକ ଏବଂ ପାରାଦୀପରେ ହାଇ ଆଲର୍ଟ

Published By : Prameya-News7 Bureau | August 12, 2019 IST

ଗଞ୍ଜାମ ୧୨/୮: ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ କରିବା ସମ୍ଭାବନା ଥିବା ଗୁଇନ୍ଦା ରିପୋର୍ଟ ପରେ ତଟବର୍ତ୍ତୀ ଅଞ୍ଚଳକୁ ସରକାର ହାଇ ଆଲର୍ଟ ଜାରି କରିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋନପୁର ଏବଂ ଆର୍ଯ୍ୟାପଲ୍ଲୀ ଠାରେ ୨ଟି ମେରାଇନ୍ ଥାନା ରହିଥିବା ବେଳେ ସେଠାରେ ସ୍ଥିତି ସଙ୍ଗୀନ । ସୁନାପୁର ସାମୁଦ୍ରିକ ଥାନାରେ  ଆବଶ୍ୟକ କର୍ମଚାରୀ ନାହାନ୍ତି । ଏହା ସହ ଆବଶ୍ୟକୀୟ ବନ୍ଧୁକ ନାହିଁ କି ପାଟ୍ରୋଲିଂ ପାଇଁ ବୋଟ୍ ନଥିବା ଅଭିଯୋଗ ହୋଇଛି । ସେହିପରି ଆର୍ଯ୍ୟାପଲ୍ଲୀ ସାମୁଦ୍ରିକ ଥାନାରେ ୬୦ ଜଣ ଷ୍ଟାପ୍ ଆବଶ୍ୟକ ଥିବା ବେଳେ ମାତ୍ର ୨୦ ଜଣ ଅଛନ୍ତି । ଏଭଳି ସ୍ଥିତିରେ କେମିତି ଚାଲିଛି ପେଟ୍ରୋଲିଂ ଚାଲିଛି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ।

{"id":143488,"width":584,"height":333}

ସେହିପରି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର, କସିଆ ଓ ଚୁଡ଼ାମଣି ମେରାଇନ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସମୁଦ୍ରରେ ମେରାଇନ ପୋଲିସ ଓ କୋଷ୍ଟଗାର୍ଡ ପଇଁତରା ମାରୁଛନ୍ତି। କୌଣସି ସନ୍ଦେହ ଜନକ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ମେରାଇନ ପୋଲିସକୁ ଖବର ଦେବାକୁ କୁହାଯାଇଛି।

{"id":143489,"width":570,"height":325}

ଆତଙ୍କୀ ଆକ୍ରମଣ ସମ୍ଭାବନା ଥିବା ବେଳେ ଉପକୂଳବର୍ତ୍ତୀ ବାଲେଶ୍ବର ଜିଲ୍ଲା ବେଶ ଗୁରୁତ୍ବ ବହନ କରୁଛି । କାରଣ ଏଠାରେ ପ୍ରତିରକ୍ଷା ବିଭାଗର ତିନୋଟି ପ୍ରତିଷ୍ଠାନ ରହିଛି । ଯାହାର ସୁରକ୍ଷା ଅତ୍ୟାନ୍ତ ଗୁରୁତ୍ବପୂର୍ଣ୍ଣ । ସେହି ଦୃଷ୍ଟିରୁ ହାଇ ଆଲର୍ଟ ସୂଚନା ମିଳିବା ପରେ ଜଳପଥକୁ ତୀକ୍ଷ୍ନ ନଜର ରଖିଛନ୍ତି ତଟରକ୍ଷୀ ବାହିନୀ । ଜିଲ୍ଲାରେ ଥିବା ୩ଟି ମେରାଇନ ଥାନାକୁ ସଜାଗ କରାଯାଇଛି । ଖରାପ ଥିବା ବୋଟ ଗୁଡ଼ିକୁ ସଜାଡ଼ିବା ସହିତ କର୍ମଚାରୀଙ୍କୁ ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାଲେଶ୍ବର ଜିଲ୍ଲାରେ ସମୁଦାୟ ୮୪ କିଲୋମିଟର ଉପକୂଳ ଥିବା ବେଳେ ସୁରକ୍ଷା କର୍ମୀ ପର୍ଯ୍ୟାପ୍ତ ନାହାଁନ୍ତି। କିନ୍ତୁ ଉପକୂଳକୁ ଛାଡ଼ି ଦେଲେ ପ୍ରତିରକ୍ଷା ଅନୁଷ୍ଠାନ ଗୁଡ଼ିକରେ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ସଜାଗ ଥିବା ଆଇଟିଆରର ନିର୍ଦ୍ଦେଶକ ଡ. ବିନୟ ଦାସ ସୂଚନା ଦେଇଛନ୍ତି ।

{"id":143490,"width":587,"height":330}

ଧାରା ୩୭୦ ଉଚ୍ଛେଦ ପରେ ପଡୋଷୀ ଦେଶ ପାକିସ୍ତାନ ବେଶ୍  ପ୍ରତିକ୍ରିୟାଶିଳ ହୋଇଥିବାର ସ୍ପଷ୍ଟ ହୋଇଛି।ଯାହାକୁ ନେଇ ଭାରତୀୟ ଗୁଇନ୍ଦା ବିଭାଗ ଖୁବ୍  ଶୀଘ୍ର ଭାରତ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା କରିଛି।ଏନେଇ କେନ୍ଦ୍ର ଗୄହ ମନ୍ତ୍ରାଳୟକୁ ଅବଗତ ମଧ୍ୟ କରାଇଛି।ବିଶେଷ କରି ଏହି ହମଲା ଜଳପଥରେ ହୋଇପାରିବାର ଆଶଙ୍କା ରହିଥିବା ବେଳେ ଏନେଇ ଉପକୂଳ ସୂରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ବ ବଢିଯାଇଛି।ତେବେ ଗଭୀର ଜଳରେ ଭାରତୀୟ ନୌସେନା ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀ ଓ ସ୍ଥଳ ଭାଗରେ ସାମୁଦ୍ରିକ ଥାନା ସଜାଗ ରହିଛି।ତାସହିତ ଅନ୍ୟ ଗୁରୁତ୍ୱପୁର୍ଣ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି।କେବଳ ଭାରତୀୟ ତଟରକ୍ଷୀ ବାହିନୀ ନୁହେଁ ପାରାଦୀପ ମେରାଇନ୍ ସଂସ୍ଥା ପକ୍ଷରୁ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।ସମୁଦ୍ର ଭିତରକୁ ଯାଉଥିବା ମାଛଧରା ବୋର୍ଟ କିମ୍ବା କୌଣସି ସମୟରେ ମାଛଧରା ବୋର୍ଟ ସାହାଯ୍ୟରେ ଆତଙ୍କବାଦୀ ପ୍ରବେଶ ଆଶଙ୍କା ନେଇ ସବୁ ମାଛଧରା ବୋର୍ଟକୁ ତନଖି ଭାବରେ ଯାଞ୍ଚ କରାଯାଉଛି।ଯେହେତୁ ପାରାଦୀପରେ ଅନେକ ଶିଳ୍ପାନୁଷ୍ଠାନ ଗଢ଼ିଉଠିଥିବାବେଳେ ତେବେ କୌଣସି ସମୟରେ ଜଳପଥ ହେଉ କିମ୍ବା ସ୍ଥଳପଥ ଦ୍ବାରା ଆତଙ୍କବାଦୀ ପ୍ରବେଶକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.