Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ୟୁପିରେ ପୁଣି CAA ହିଂସାକାଣ୍ଡ ଆଶଙ୍କା : ୧୫ଟି ସହରରେ ହାଇଆଲର୍ଟ, ଇଣ୍ଟରନେଟ୍ ବନ୍ଦ

27/12/2019 at 7:40 AM

ଲକ୍ଷ୍ନୌ ୨୭।୧୨: ଦେଶବ୍ୟାପୀ ସିଏଏ ଆନ୍ଦୋଳନ ଥମି ଆସିଥିବାବେଳେ ଉତ୍ତରପ୍ରଦେଶରେ ଏବେ ବି ଉତ୍ତେଜନା ଲାଗିରହିଛି । ଆଜି ଜୁମାର ନମାଜ ଥିବାରୁ ମସଜିଦରେ ପ୍ରାର୍ଥନା ପରେ ଆନ୍ଦୋଳନ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ରାଜ୍ୟର ୧୫ଟି ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଆଗୁଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗାଜିୟାବାଦ, ସହାରନପୁର, ବିଜନୌର, ମୁଜଫରାନଗର, ଫିରୋଜାବାଦ, ମେରଠ, ମଥୁରା ଏବଂ ଆଗ୍ରାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ବିଶେଷ କରି ଗାଜିଆବାଦରେ ଆଜି ରାତି ୧୦ଟା ଏବଂ ଅଲିଗଡ଼ରେ ରାତି ୮ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ।

ଅଲିଗଡ଼ରେ ୨୫୦, ସାମଲିରେ ୫୦୦, ମୋରାଦାବାଦରେ ୨୦୦ ଜଣଙ୍କ ଉପରେ କଟକଣା ନୋଟିସ ଜାରି କରାଯାଇଛି। ଯେହେତୁ ଗତ ଶୁକ୍ରବାର ଉତ୍ତରପ୍ରଦେଶର ବିଭିନ୍ନ ସହରରେ ହିଂସାକାଣ୍ଡ ଘଟିଥିଲା । ତେଣୁ ଜୁମାର ନମାଜରେ ଶାନ୍ତି ବଜାୟ ରଖିବାକୁ ପୋଲିସ ଏବଂ ମୁସଲମାନ ଧର୍ମଗୁରୁମାନେ ଅପିଲ କରିଛନ୍ତି ।

ୟୁପି ହିଂସା ଘଟଣାରେ ପୋଲିସ ଏବେ ସୁଦ୍ଧା ୩୨୭ଟି ଏଫଆଇଆର ରୁଜୁ କରିଥିବା ବେଳେ ୧୧ଶହ ୧୩ଜଣଙ୍କୁ ଗିରଫ କରିଛି । ଏହାସହ ୫ ହଜାର ୫ଶହ ଜଣଙ୍କୁ ଅଟକ ରଖିଛି। ସେହିପରି ସୋସିଆଲ ମିଡିଆରେ ୧୯ ହଜାର ଆପତ୍ତିଜନକ ପୋଷ୍ଟ  ପାଇଁ ୯୩ଟି ଏଫଆଇଆର ରୁଜୁ ହୋଇଛି । ଗତ ସପ୍ତାହରେ ହୋଇଥିବା ହିଂସାକାଣ୍ଡରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୮୮ ଜଣ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୬୧ ଜଣ ପୋଲିସ ଅଛନ୍ତି ।

   Related Posts