Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଳପଥରେ ଆସି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ଆଧାରର ଉପକୂଳରେ ହାଇ ଆଲର୍ଟ, ଓଡିଶା ଉପକୂଳକୁ ଜଗିଥିବା ମେରାଇନ ପୋଲିସ ପାଖରେ ନାହିଁ ବନ୍ଧୁକ…

ଭୁବନେଶ୍ବର୧୨|୮: ବିଶାଖାପାଟଣା ଉପକୂଳରେ କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ ଘଟିଛି। ଏକ ଅଫ୍‌ ସୋର ସପୋର୍ଟ ଭେସଲରେ ନିଆଁ ଲାଗିଯାଇଥିଲା।  ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡିନି । କିନ୍ତୁ ଆତଙ୍କବାଦୀ ଦେଶର ଜଳସୀମାରେ ପ୍ରବେଶ ଆଶଙ୍କା  ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଏଭଳି ଅଘଟଣ ମନରେ ଭୟ ପୂରାଇଛି।

ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । କୋଷ୍ଟଗାର୍ଡ ଜଳସୀମାକୁ ପଇଁତରା ମାରୁଥିବା ବେଳେ ମେରାଇନ ଥାନା ମଧ୍ୟ ଆଲର୍ଟ ରହିଛି।

କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ । ଦିନ ସାଢେ ୧୧ଟା। ବିଶାଖାପାଟଣା ସମୁଦ୍ରରେ ଏକ ଅଫ୍‌ସୋର ସପୋର୍ଟ ଭେସଲରେ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ୨୯ଜଣ କ୍ରିଉ ମେମ୍ବର ପାଣିକୁ ଡେଇଁ ପଡିଥିଲେ । ତୁରନ୍ତ ଆକ୍ସନକୁ ଆସିଥିଲେ କୋଷ୍ଟଗାର୍ଡ ଟିମ୍‌ । ଦୁଇଟି ଜାହାଜ ଘେରିଯାଇଥିଲା।  ପାଣିକୁ ଡେଇଁଥିବା ୨୮ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଥିଲା ପ୍ରାଥମିକ ଉଦ୍ୟମ।

ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ଏହାପରେ ଦୁଇଟି ଜାହାଜରୁ ପାଣି ପକାଇ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡ ଏତିକି ବେଳେ ଘଟିଛି ଯେତେବେଳେ ସାରା ଦେଶରେ ଜାରି ରହିଛି ହାଇଆଲର୍ଟ ।

ଜଳପଥରେ ଆତଙ୍କୀ ଅନୁପ୍ରବେଶ କରି ଅଘଟଣ ଘଟାଇ ପାରନ୍ତି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି। ଠିକ୍ ଏତିକିବେଳେ ବିଶାଖାପାଟଣାରେ କୋଷ୍ଟଗାର୍ଡ ଜାହାଜରେ ନିଆଁ ଲାଗିବା ସତର୍କ ଘଣ୍ଟି ଭଳି ହୋଇଛି। …

ଜଳ ପଥରେ ଆତଙ୍କବାଦୀ ଆସିପାରନ୍ତି। କିଛି ବି ଅଘଟଣ ଘଟାଇପାରନ୍ତି।  ଓଡ଼ିଶାର ୪୮୦ କିଲୋମିଟର ସୁଦୀର୍ଘ ସମୁଦ୍ର ପଥର ସୁରକ୍ଷା ବଡ ଚାଲେଞ୍ଜ ହୋଇଛି । ରାଜ୍ୟର ୭ ଟି ସମୁଦ୍ର ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି ।

ଏ ହେଉଛି ପାରାଦୀପ ଉପକୂଳର ଦୃଶ୍ୟ।  ଗଭୀର ଜଳରେ ଭାରତୀୟ ନୌସେନା, ଉପକୂଳରେ ତଟରକ୍ଷୀ ବାହିନୀ ଓ ସ୍ଥଳ ଭାଗରେ ସାମୁଦ୍ରିକ ଥାନା ସଜାଗ ରହିଛି । ଗୁରୁତ୍ବପୁର୍ଣ୍ଣ  ସରକାରୀ  ଓ ବେସ ରକାରୀ ସଂସ୍ଥାମାନଙ୍କୁ ସଜାଗ ରହିବାକୁ କୁହାଯାଇଛି ।

ସବୁ ମାଛଧରା ବୋଟକୁ ଯାଞ୍ଚ କରାଯାଉଛି । ଭଦ୍ରକ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଧାମରା ବନ୍ଦର, କସିଆ ଓ ଚୁଡ଼ାମଣି ମେରାଇନ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। କୌଣସି ସନ୍ଦେହ ଜନକ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ମେରାଇନ ପୋଲିସକୁ ଖବର ଦେବାକୁ କୁହାଯାଇଛି।

ଉପକୂଳର ସୁରକ୍ଷା ପାଇଁ ମେରାଇନ ଥାନା ଗଠନ କରାଯାଇଛି।  ନ୍ୟୁଜ ସେଭେନ ପରଖିଥିଲା କିଛି ଥାନାର ସ୍ଥିତି।  ଦେଖିଥିଲା ଢିଲା ବ୍ୟବସ୍ଥା । ଗଂଜାମ ଜିଲ୍ଲାରେ ୮୩ କିଲୋମିଟର ପରିବ୍ୟାପ୍ତ ଉପକୂଳ ଥିବା ବେଳେ ସବୁଠି ସୁରକ୍ଷା ଢିଲା ।

ସୋନପୁର ଏବଂ ଆର୍ଯ୍ୟାପଲ୍ଲୀରେ ୨ଟି ମେରାଇନ୍ ଥାନା ରହିଛି।  ନାହାନ୍ତି ଆବଶ୍ୟକ କର୍ମଚାରୀ । ବନ୍ଧୁକ ନାହିଁ କି ପେଟ୍ରୋଲିଂ ପାଇଁ ବୋଟ୍ ନାହିଁ। ଅନୁରୂପ ଅବ୍ୟବସ୍ଥା ବାଲେଶ୍ବରରେ।  ଜିଲ୍ଲାର ୩ଟି ମେରାଇନ ଥାନାକୁ ସଜାଗ କରାଯାଇଛି । ଖରାପ ଥିବା ବୋଟ ଗୁଡ଼ିକୁ ସଜାଡ଼ିବା ସହିତ କର୍ମଚାରୀଙ୍କୁ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ଇଦ୍‌ ଏବଂ ସ୍ବାଧୀନତା ଦିବସ ପାଇଁ ସାରା ଦେଶରେ ହାଇ ଆଲର୍ଟ । ଜାମ୍ମୁ-କାଶ୍ବୀର ସହ ଅନ୍ୟ ରାଜ୍ୟରେ ଆତଙ୍କବାଦୀ ବଡ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥା ସତର୍କ କରାଇବା ପରେ ସବୁଠି ଆଲର୍ଟ । ଏମିତି କି ଆତଙ୍କୀଙ୍କ ଟାର୍ଗେଟରେ ଲାଲକିଲ୍ଲା ରହିଛି ।

 ଆଫଗାନିସ୍ତାନ ପାସପୋର୍ଟରେ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ବୋଲି କୁହାଯାଇଛି । ଲାଲକିଲ୍ଲାର ୩ କିଲୋମିଟର ପରିଧି ମଧ୍ୟରେ ସୁଡଙ୍ଗ, ସ୍ୱରେଜ କିମ୍ବା ଅନ୍ୟବାଟରେ ଆକ୍ରମଣର ଆଶଙ୍କା କରିଛି ଜାତୀୟ ସୁରକ୍ଷା ଏଜେନ୍ସି ।

288 Views

   ସମ୍ବନ୍ଧିତ ଖବର