ଅନ୍ତବସ୍ତ୍ରରେ ଛପି ୪୦୦୦ ମାଇଲ୍‌ ଯାତ୍ରା କଲା ଝିଟିପିଟି, ଅନୁଭୂତି ବଖାଣିଲେ ମହିଳା

Published By : Prameya-News7 Bureau | September 13, 2021 IST

ଲଣ୍ଡନ ୧୩/୦୬: ଯାତ୍ରା ସମୟରେ ପୋଷାକରୁ ପୋକ, ପିମ୍ପୁଡ଼ି ଆଦି ବାହାରିଲେ ବିରକ୍ତ ହେବା ସ୍ବାଭାବିକ। ଏପରିକି ଅନେକ ସମୟରେ ନିଜର ପୋଷାକ ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼େ। କିନ୍ତୁ ଏହି ଯାତ୍ରା ଯଦି ୪୦୦୦ ମାଇଲ ଅର୍ଥାତ ୬,୭୦୦ କି.ମିରୁ ଅଧିକ ହୁଏ ତେବେ ଆପଣ କଣ କରିବେ । ନା ଡ୍ରେସ୍‌ ପରିବର୍ତ୍ତନର ମଉକା ଥିବ ନା ଆପଣ ଚାହିଁଲେ ବି କିଛି କରିପାରୁଥିବେ। ସେମିତି ଜଣେ ମହିଳାଙ୍କ ଅନ୍ତବସ୍ତ୍ରରେ ଏକ ଝିଟିପିଟି ୪୦୦୦ ମାଇଲ ଯାତ୍ରା କରିଛି।

ବ୍ରିଟେନର ଏହି ମହିଳା ଲିସା ରସେଲ ଏନେଇ ଖୁଲାସା କରିଛନ୍ତି। ସେ ବାରବାଡୋସରୁ ରୋଥରହାମ ଆସିଥିଲେ। ଛୁଟି ମନାଇ ଫେରିବା ପରେ ସେ ନିଜ ସହିତ ନେଇଥିବା ଲଗେଜ୍‌ ଖାଲି କରୁଥିଲେ। ହଠାତ ଯାହା ଦେଖିଲେ ବିଶ୍ବାସ କରିପାରିଲେ ନାହିଁ। ଲଗେଜ୍‌ରେ ଥିବା ବ୍ରାରେ କଣ କିଛି ଲଗିଥିବା ନେଇ ସନ୍ଦେହ କରି ଲିସା ତାହାକୁ ହଲାଇଥିଲେ। ହଠାତ ଏଥିରୁ ଏକ ଜୀବନ୍ତ କୀଟ ସଦୃଶ ପ୍ରାଣୀ ଚାଲିବାକୁ ଲାଗିଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ତାହା ଏକ ଝିଟିପିଟି ଥିଲା।

୪୭ ବର୍ଷୀୟା ବିଉଟିସିଆନ୍‌ ଲିସା ୟର୍ଶାୟରର ରୋଥରହାମ ଫେରିବା ପରେ ଏହି ଝିଟିପିଟି ସମ୍ପର୍କରେ ଜାଣିବାକୁ ପାଇଥିଲେ। ପାଖାପାଖି ୭୦୦୦ କି.ମି ଯାତ୍ରା କରିବା ପରେ ଝିଟିପିଟି କେମିତି ବଞ୍ଚିଲା ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଲଗେଜ୍‌ ଏତେ ଫୁଲ ଥିଲା ଯେ କୌଣସି ଜୀବ ବଞ୍ଚିବା କଷ୍ଟ ଥିଲା। ଏହା ସହ ସେ ବହୁବାର ନିଜ ଲଗେଜ୍‌ ଉପରେ ବସିଥିଲେ ବୋଲି ଲିସା କହିଛନ୍ତି । କିନ୍ତୁ ଏଥି​‌ରେ ଝିଟିପିଟି ଜମା ପ୍ରଭାବିତ ହୋଇନଥିଲା ।

ତାପରେ ଝିଟିପିଟିର ସୁରକ୍ଷା କଥା ଚିନ୍ତା କରି ସେ ରୟାଲ୍‌ ସୋସାଇଟ୍‌ ଫର ଦି ପ୍ରିଭେନ୍ସନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ (ଆରଏସପିଓିଏ)କୁ ଖବର କରିଥିଲେ । ସେମାନେ ଆସି ଝିଟିପିଟିକୁ ଉଦ୍ଧାର କରିବା ସହ ତାର ନାଁ ‘ବାର୍ବି’ ରଖିଥିଲେ। ଏବେ ଏହି ଝିଟିପିଟି ଚିଡ଼ିଆଖାନରେ ରହିବ ବୋଲି ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.