Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ମିଳିଲା ସିକ୍ରେଟ୍ ଲକର, କ୍ରିପ୍ଟୋକରେନ୍ସି ସହ ଜଡିତ ଡକ୍ୟୁମେଣ୍ଟ ବି ଜବତ

25/07/2021 at 8:33 AM

ମୁମ୍ୱାଇ ୨୫/୭ : ପର୍ଣ୍ଣ ଭିଡିଓ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି । କୁନ୍ଦ୍ରାଙ୍କ ଅଫିସରପ ପୋଲିସ ହାତରେ ଲାଗିଛି ସିକ୍ରେଟ୍ ଲକର । ଗତକାଲି ହୋଇଥିବା ଅନୁସନ୍ଧାନରେ ଏକ ଲୁକ୍କାୟିତ ଲକର ନେଇ ସୂଚନା ମିଳିଛି । ଯେଉଁଥିରେ ଅନେକ କାଗଜପତ୍ର ଅଛି । ଯାହାକି ପୋଲିସର ହସ୍ତଗତ ହୋଇଛି । ପୋଲିସ ଲକରକୁ ଜବତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ବି ଜବତ କରିଛି ।

କୁହାଯାଉଛି ଯେ ଏହି ଲକରକୁ ଅଫିସରେ ଲୁଚାଇ ରଖାଯାଇଥିଲା । ଏଥିରେ ବ୍ୟବସାୟ, କ୍ରିପ୍ଟୋକରେନ୍ସି ସହିତ ଜଡିତ ଅନେକ ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଛି । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ସେସବୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଛି । ସେପଟେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାରେ ଆର୍ଥିକ ଅସ୍ଥିରତାର ଯାଞ୍ଚ କରୁଛି । କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଯେ ରାଜ କୁନ୍ଦ୍ରା କ୍ରିକେଟ୍ ବେଟିଂ ଏବଂ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିଥିବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବହୁ ଟଙ୍କା ରୋଜଗାର କରିଥିଲେ ।

   Related Posts