ହୋଟେଲ ରୁମରେ ଲାଗିଥିଲା ଗୁପ୍ତ କ୍ୟାମେରା : ପଙ୍ଖା ସ୍ୱିଚ ଅନ୍ କରିବାରୁ ଉଡିଗଲା ମହିଳାଙ୍କ ହୋସ୍

Published By : Prameya-News7 Bureau | June 01, 2019 IST

ଉତ୍ତରାଖଣ୍ଡର ଟିହାରୀର ଏକ ପ୍ରତିଷ୍ଠିତ ହୋଟେଲ ରୁମ ପଙ୍ଖାରେ ଲାଗିଥିଲା ଗୁପ୍ତ କ୍ୟାମେରା । ଦିଲ୍ଲୀରୁ ଆସିଥିବା ପର୍ଯ୍ୟଟକ ଏହି ରୁମରେ ରହିଥିଲେ । ଗୁପ୍ତ କ୍ୟାମେରା ଦେଖି ପର୍ଯ୍ୟଟକଙ୍କ ହୋସ ଉଡିଯାଇଥିଲା । ଏହାପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଥିଲା । ହୋଟେଲ ମାଲିକ ଲକ୍ଷ୍ମୀ ପ୍ରସାଦ ଭଟ୍ଟଙ୍କୁ ଗିରଫ କରିବା ସହ ହୋଟେଲରେ ଲାଗିଥିବା ଗୁପ୍ତ କ୍ୟାମେରା, ପଙ୍ଖା, ହୋଟେଲ ମାଲିକଙ୍କ ଲାପଟପ, ମୋବାଇଲ ଫୋନ, ତଥା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ କରିଛି ପୋଲିସ । 

{"id":118238}

ସୂଚନା ଅନୁଯାୟୀ, ଦିଲ୍ଲୀ ଏନସିଆରରୁ ଟିହାରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଏବଂ ତାଙ୍କର ବନ୍ଧୁ ହୋଟେଲରେ ରୁମ ନେଇ ରହିଥିଲେ । ରାତିରେ ସେ ଶୋଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେ ପଙ୍ଖାର ସ୍ୱିଚ ଅନ୍ କରିଥିଲେ କିନ୍ତୁ ପଙ୍ଖା ଚାଲିନଥିଲା । ସେତେବେଳେ ମହିଳାଙ୍କ ନଜର ପଙ୍ଖାରେ ଥିବା ଏକ ଲାଇଟ ଇଣ୍ଡିକେଟର ଉପରେ ପଡିଥିଲା ।  ଯାଞ୍ଚ କରିବା ପରେ ସେ ଜାଣିବାକୁ ପାଇଲେ ସେଠାରେ ୱାୟାରଲେସ କ୍ୟାମେରା ଲାଗିଛି । ଏହା ଦେଖି ସେ ଡରି ଯାଇଥିଲେ ।

{"id":118239}

ଏ ସମ୍ପର୍କରେ ସୂଚନା ଦେବା ପାଇଁ ସେ ହୋଟେଲର ରିସେପ୍ସନ କାଉଣ୍ଟରକୁ ଯାଇଥିଲେ । କିନ୍ତୁ ସେଠାରେ କେହିନଥିଲେ । ଏହାପରେ ସେ ସିଧା ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ହୋଟେଲରେ ପହଞ୍ଚିଥିଲା ଏବଂ ତଦନ୍ତ କରିଥିଲା । ହୋଟେଲ ମାଲିକ ବିରୋଧରେ ସାଇବର କ୍ରାଇମ ଧାରାରେ ମାମଲା ରୁଜ୍ଜୁ କରାଯାଇଛି ।

{"id":118240,"width":586,"height":293}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.