Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଓଟିଭି ବିରୋଧରେ ହାଇଟେକ୍ ମେଡିକାଲ କଲେଜ୍‌ର ମାନହାନୀ ମୋକଦ୍ଦମା

12/08/2020 at 10:07 PM

ଭୁବନେଶ୍ଵର ୧୨।୦୮: କୋଭିଡ୍-୧୯ ସଂପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାରେ ଓଟିଭିର ମୁସ୍କିଲ ବଢିବାରେ ଲାଗିଛି। ଚ୍ୟାନେଲର ସଂପାଦକକୁ ହାଜର ହେବାକୁ ଭୁବନେଶ୍ଵର ପୋଲିସ କମିଶନର ନୋଟିସ୍‌ ଦେଇଥିବା ବେଳେ ଅନ୍ୟପଟେ ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଓଡିଶା ଟେଲିଭିଜନ ଲିମିଟେଡ୍ (ଓଟିଭି) ବିରୋଧରେ ମିଥ୍ୟା, ଅସତ୍ୟ ଏବଂ ବିଦ୍ଵେଷମୂଳକ ଭାବେ ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।

ହାଇଟେକ୍ ମେଡିକାଲ କଲେଜ ଖୋର୍ଦ୍ଧା ଏସଡିଜଏମ କୋର୍ଟରେ ଓଟିଭିର ସାତ ଜଣ ଏବଂ ସେହି ଦୁଇ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଯେଉଁ ଦୁଇ ଜଣ ଟେଲିଫୋନରେ ବାର୍ତ୍ତାଳପ ବେଳେ କରୋନା ସମ୍ବନ୍ଧରେ ଭୁଲ ତଥ୍ୟ ଦେଇ ଏକ ଅଡିଓ କ୍ଲିପ୍ ଭାଇରାଲ କରିଥିଲେ। ଅଗଷ୍ଟ ୭ରେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) କୋଭିଡ-୧୯ ସଂପର୍କିତ ମିଥ୍ୟା ଅଡିଓ କ୍ଲିପ୍ର ପ୍ରଚାର ପ୍ରସାର କରିବା ଅଭିଯୋଗରେ ଓଟିଭି ବିରୋଧରେ ଏଫଆଇଆର ରୁଜୁ କରିଛି।

ଅଡିଓ କ୍ଲିପ୍‌ରେ କୋଭିଡ-୧୯ରେ ସଫଳତାର ସହ ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର କରୋନା ଚିକିତ୍ସା ପାଇଁ ଦେଇଥିବା ଅର୍ଥ ବିଏମସି ଏବଂ କୋଭିଡ ହସ୍ପିଟାଲ ଦ୍ୱାରା ଅପବ୍ୟବହାର କରାଯାଉଛି। ଏହା ବ୍ୟତୀତ ଵ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ,  ଟାର୍ଗେଟ୍ ପୂରଣ ପାଇଁ କୋଭିଡ ଡାକ୍ତରଖାନାକୁ କରୋନାଭାଇରସ୍ ପଜିଟିଭ୍ ପରୀକ୍ଷା କରି ନ ଥିବା ଲୋକଙ୍କୁ ପଠାଯାଉଛି।

   Related Posts