ଜର୍ମାନରେ ହିଜିବୁଲ୍ଲା ନିଷିଦ୍ଧ,ଆତଙ୍କବାଦ ସଙ୍ଗଠନ ଘୋଷଣା କଲେ ସରକାର

Published By : Prameya-News7 Bureau | April 30, 2020 IST

ବର୍ଲିନ୍:  ଜର୍ମାନରେ ଇରାନ ସମର୍ଥିତ ଆତଙ୍କବାଦ ହିଜିବୁଲ୍ଲା ଉପରେ ଗୁରୁବାର କଡା କଟକଣା ଜାରି ହୋଇଛି। ଜର୍ମାନ ମାଟିରୁ କୌଣସି ପ୍ରକାର ଆତଙ୍କବାଦ ଗତିବିଧିକୁ ପ୍ରୋତ୍ସାହନ ଦିଆଯିବନି ବୋଲି ଆନ୍ତରିକ ମନ୍ତ୍ରାଳୟ ଘୋଷଣା କରିଥିବା ବେଳେ ହିଜିବୁଲକୁ ଆତଙ୍କବାଦ ସଙ୍ଗଠନ ଘୋଷଣା କରାଯାଇଛି। କଟକଣା ଜାରି ପରେ ଦେଶର ବିଭିନ୍ନ ସ୍ଥାନରେ ଥିବା ମସଦିଜମାନଙ୍କ ଉପରେ ପୋଲିସ ଚଢଉ ଆରମ୍ଭ କରିଥିବା ସୂଚନା ମିଳିଛି।

{"id":262596,"width":580,"height":336,"sizeSlug":"large"}

ଜର୍ମାନ ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ଅନୁସାରେ ଦେସରେ ପ୍ରାୟ ୧୦୫୦ ଜଣ ହିଜିବୁଲ୍ଲା ଚରମପନ୍ଥୀ ଅଛନ୍ତି। ଏମାନଙ୍କୁ ଆତଙ୍କବାଦୀ ଘୋଷଣା ଲାଗି ଆମେରିକା ଅନେକ ଦିନରୁ ଚାପ ପକାଇ ଆସୁଥିଲା। ତେବେ ଜର୍ମାନ ହିଜିବୁଲ୍ଲା ରାଜନୈତିକ ଗୋଷ୍ଠୀ ଓ ସୈନ୍ୟ ସମୂଦାୟକୁ ପୃଥକ  ଦେଖି ଆସୁଥିଲା। ତେବେ ଜର୍ମାନ ଆନ୍ତରିକ ମନ୍ତ୍ରୀ ହୋର୍ଟ ସୋହୋଫର ହିଜିବୁଲ୍ଲାର ଯେକୌଣସି ପ୍ରକାର ଗତିବିଧି ଉପରେ ରୋକ ଲଗାଇଥିବା ମୁଖପାତ୍ର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

{"id":262597,"width":580,"height":325,"sizeSlug":"large"}

ଜର୍ମାନ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ଇହୁଦୀ ସମୂହ ଐତିହାସିକ ବୋଲି କହିବା ସହ ସ୍ୱାଗତ କରିଛନ୍ତି। ୟୁରୋପର ଅନ୍ୟ ଦେଶମାନେ ମଧ୍ୟ ଜର୍ମାନ ପଦକ୍ଷେପର ଏବେ ଅନୁକରଣ କରିବେ ବୋଲି ଇହୁଦୀ ସମୂଦାୟ ଆଶାବ୍ୟକ୍ତ କରିଛନ୍ତି। ତେବେ ୟୁରିପୀୟ ସଂଘ ହିଜିବୁଲ୍ଲାର ସୈନ୍ୟ ସମୂହକୁ ଆତଙ୍କବାଦ ସହ ସମ୍ପୃକ୍ତ ରଖି ଆସିଛି। ବିଶେଷ କରି ସିରିଆରେ ହିଜିବୁଲ୍ଲାର ଗତିବିଧିକୁ ନେଇ ଚାନ୍ସେଲର ଏଞ୍ଜେଲା ମାର୍କେଲ  ଗତ ଡିସେମ୍ବରରେ ସଂସଦକୁ ସୂଚିତ କରିଥିଲେ। ସେହି ଅନୁସାରେ ଜର୍ମାନ ମାଟିରୁ ହିଜୁବୁଲ୍ଲାର ସମସ୍ତ ଗତିବିଧି ସମାପ୍ତ କରିବା ଲାଗି ଏହି ନିଷ୍ପତ୍ତି ନିଆ ଯାଇଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.