ସଂକଟରେ ଗଜରାଜ-ନନ୍ଦନକାନନରୁ ଚନ୍ଦକାକୁ ବ୍ୟାପିଲା ହରପିସ୍ ଭାଇରସ୍ !

Published By : Prameya-News7 Bureau | September 26, 2019 IST

ବାଙ୍କୀ/ବାରଙ୍ଗ ୨୬।୦୯ - ସଂକଟରେ ଗଜରାଜ । ନନ୍ଦନକାନନରୁ ଚନ୍ଦକାକୁ ବ୍ୟାପିଲାଣି କି ହରପିସ୍ ଭାଇରସ୍ ? ଚନ୍ଦକା ଡମପଡ଼ା ଅଭୟାରଣ୍ୟ ବାଆଁରା ଠାରେ ଏକ ମାଈ ହାତୀ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଜଣାପଡ଼ିବା ପରେ ଏମିତି କିଛି ଆଶଙ୍କା ସୃଷ୍ଟି ହୋଇଛି । ପିସିସିଏଫ୍, ସିଜେଡ୍‌ଏ ସଚିବଙ୍କ ସହ ଓୟୁଏଟି ମେଡିସିନ୍ ଡିପାର୍ଟମେଣ୍ଟର ପ୍ରଫେସର ଘଟଣାସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା ଜାରି ରଖିଛନ୍ତି ।….

{"id":163045}

ନନ୍ଦନକାନନରେ ହରପିସ୍ ଆତଙ୍କ ପରେ ବଢ଼ୁଛି ଗଜରାଜଙ୍କ ସଙ୍କଟ । ନିକଟରେ ହରପିସ୍ ସଂକ୍ରମଣରେ ପ୍ରାଣୀଉଦ୍ୟାନରେ ୪ ଚାରିଟି ହାତୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ନନ୍ଦନକାନନ ବାହାରେ ଅର୍ଥାତ୍ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ବାଆଁରାରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଛି । ଏହାକୁ ଦେଖିବା ପରେ କାଳେ ହରପିସ୍ ଭାଇରସ୍ ନନ୍ଦନକାନନରୁ ଚନ୍ଦକାକୁ ବ୍ୟାପିଲାଣି, ସେଇ ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ହାତୀ ପଡ଼ିଥିବା ବାଆଁରାରେ ପହଞ୍ଚିଥିଲେ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ । ହାତୀମୃତ୍ୟୁ ଅନୁଧ୍ୟାନ ପାଇଁ ବୁଧବାର ନନ୍ଦନକାନନ ଆସିଥିବା କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମାନେ ସିଜେଡ୍‌ଏର ସଚିବ ଏସ.ପି.ଯାଦବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଓୟୁଏଟି ମେଡିସିନ୍ ବିଭାଗର ପ୍ରଫେସରଙ୍କ ସମେତ ଡାକ୍ତରୀ ଟିମ୍ ପହଞ୍ଚି ଗୁରୁତର ହାତୀର ଚିକିତ୍ସା କରିଛନ୍ତି ।

{"id":163046}

 ୧୦ବର୍ଷରୁ କମ୍ ମାଈ ହାତୀଙ୍କ କ୍ଷେତ୍ରରେ ହରପିସ୍ ଭାଇରସ୍ ସଂକ୍ରମଣର ପ୍ରଭାବ ଅଧିକ ରହିଥାଏ ବୋଲି ବିଶେଷଜ୍ଞମାନେ କହୁଥିବାରୁ ବର୍ତ୍ତମାନ ବାଆଁରା ଠାରେ ପଡ଼ି ରହିଥିବା ହାତୀଟି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ତେବେ ହାତୀଟିର ରକ୍ତ ନମୂନା ପରୀକ୍ଷା ପରେ ହିଁ ଏହା ସ୍ପଷ୍ଟ ହେବ । ଯଦି ଏମିତି କିଛି ଲକ୍ଷଣ ସାମ୍ନାକୁ ଆସେ ତାହେଲେ ଚନ୍ଦକ ଡମପଡ଼ା ଅଭୟାରଣ୍ୟରେ ଥିବା ହାତୀମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ?

{"id":163047}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.