Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତରେ ମିଳିଲା ‘ହାର୍ପିଜ ସିମ୍ପ୍ଲେକ୍ସ’ର ପ୍ରଥମ ସଂକ୍ରମଣ, ଗାଜିଆବାଦରେ ଚିହ୍ନଟ

10/06/2021 at 3:41 PM

ନୂଆଦିଲ୍ଲୀ ୧୦।୬: ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଏବେବି ଥମିନି। ଏଥିରେ ଏବେ ନୂଆ ବିପଦ ଭାବେ ଉଭା ହୋଇଛି ‘ହାର୍ପିଜ ସିମ୍ପ୍ଲେକ୍ସ’। ଏହାକୁ ଡାକ୍ତରମାନେ କରୋନାଠୁ ବି ଅଧିକ ଘାତକ ବୋଲି କହୁଛନ୍ତି। ଯେଉଁମାନେ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ଶରୀରର ଦୁର୍ବଳ ପ୍ରତିରକ୍ଷା ତନ୍ତ୍ର ଯୋଗୁ ହାର୍ପିଜ ସିମ୍ପ୍ଲେକ୍ସ ସଂକ୍ରମଣ ହେଉଥିବାର ଡାକ୍ତର ସନ୍ଦେହ କରୁଛନ୍ତି। ରାଜଧାନୀ ଦିଲ୍ଲୀରୁ ମାତ୍ର ଅଳ୍ପ କେତେ କିଲୋମିଟର ଦୂର ଗାଜିଆବାଦରେ ହର୍ପିଜ ସିମ୍ପ୍ଲେକ୍ସରେ ସଂକ୍ରମିତ ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତର ଠାବ କରିଛନ୍ତି।

ଗାଜିଆବାଜର ଡା. ବି.ପି.ତ୍ୟାଗୀ ଭାରତରେ ହର୍ପିଜ ସିମ୍ପ୍ଲେକ୍ସର ପ୍ରଥମ ମାମଲା  ଆକ୍ରାନ୍ତଙ୍କ ନାକରୁ ମିଳିଥିବା କହିଛନ୍ତି। ଏହା ଖୁବ୍ ବିପଦଜନକ ହୋଇଥିବା ବେଳେ ଚିକିତ୍ସା ଲାଗି ରୋଗୀଙ୍କୁ ବିପୁଳ ବ୍ୟୟ କରିବାକୁ ପଡିପାରେ ବୋଲି ସେ ଆକଳନ କରିଛନ୍ତି। ଏହି ସଂକ୍ରମଣର ଚିକିତ୍ସା ବିଳମ୍ବିତ ହେଲେ କରୋନା ଠାରୁ ମଧ୍ୟ ଅଧିକ ଭୟାନକ ହୋଇପାରେ ବୋଲି ଡା. ତ୍ୟାଗୀ ସତର୍କ କରିଛନ୍ତି।

ରୋଗୀଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଉପଲବ୍ଧ ଔଷଧରେ ତାଙ୍କୁ ଚିକିତ୍ସା କରାଯିବା ସହ ତାଙ୍କ ସ୍ୱସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଇଛି। ଏଣୁ ଡାକ୍ତର ସେପରି ଲୋକଙ୍କୁ ମଧ୍ୟ ସତର୍କ କରିଛନ୍ତି ଯେଉଁମାନେ ନିକଟ ଅତୀତରେ କରୋନାରୁ ସୁସ୍ଥ ହୋଇଛନ୍ତି। କରୋନା ଯୋଗୁ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା କ୍ଷୀଣ ହୋଇଯାଉଛି। ଏଣୁ ସେମାନେ ଏପରି ଅନେକ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର ସତର୍କ କରାଇଛନ୍ତି।

ସାରା ବିଶ୍ୱରେ କୋଭିଡ ପରବର୍ତ୍ତି ଜଟିଳତା ବଢିବାରେ ଲାଗିଛି। ଏଥିରେ କେତେକଙ୍କ ଠାରେ ଗୁରୁତର ସମସ୍ୟା ମଧ୍ୟ ଦେଖାଦେଇଛି। ତେବେ ଏଭଳି ବିରଳ ସମସ୍ୟା ସବୁ ଭାରତରେ ବ୍ୟାପୁଥିବା କରୋନା ଭାରିଆଣ୍ଟ ଯୋଗୁ ହେଉଥିବା ଡାକ୍ତର ଅନୁମାନ କରୁଛନ୍ତି। ଏଣୁ ଏତିପ୍ରତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ସ ଦେଇଛନ୍ତି।

   Related Posts