ଅପ୍ କମିଙ୍ଗ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ନିର୍ଦ୍ଦେଶକ ଏମିତି କଲେ ଯେ, ହିରୋଇନ ଏଲସା କହିଲେ ‘ହାଓ ଡେୟାର ୟୁ ଟଚ୍ ମି’
15/11/2018 at 7:16 PM

ଭୁବନେଶ୍ବର ୧୫|୧୧: ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ବେଳେ ହିରୋଇନ୍ଙ୍କ ହଙ୍ଗାମା । ଅପ୍ କମିଂ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ବଙ୍ଗୀୟ ହିରୋଇନ୍ ଏଲ୍ସା ଘୋଷ ନିର୍ଦ୍ଦେଶକଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ନିର୍ଦ୍ଦେଶକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ମିଡିଆ ଆଗରେ କହିଛନ୍ତି ଏଲ୍ସା । ଯାହାକୁ ନେଇ ଓଲିଉଡ଼ରେ ହିରୋଇନଙ୍କୁ ନିର୍ଯାତନା ନେଇ ଚାଲିଥିବା ଚର୍ଚ୍ଚା ପୁଣି ଗରମ ହୋଇଛି।
ଓଡିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବଙ୍ଗୀୟ ହିରୋଇନ୍ଙ୍କ ଗୁରୁତର ଅଭିଯୋଗ । ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ହଙ୍ଗାମା କରିଛନ୍ତି ଫିଲ୍ମର ହିରୋଇନ୍ ଏଲ୍ସା ଘୋଷ । ଏଲ୍ସା ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ଉପରେ ଚିଲ୍ଲାଉଛନ୍ତି । କେମିତି ମୋତେ ଛୁଇଁବାକୁ ସାହାସ କଲ ବୋଲି ପାଟି କରୁଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଅପ କମିଂ ଓଡ଼ିଆ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ୍ ପାର୍ଟିରେ । ଏକ ତାରକା ହୋଟେଲ୍ରେ ଚାଲିଥିବା ଏହି ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ବେଳେ ହିରୋଇନ୍ଙ୍କ ବାପା ପ୍ରଥମେ ଆସି ଫିଲ୍ମ ସୁଟିଂ ଏଲ୍ସାଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ କହିବାକୁ ଡାଏସ୍ ଉପରେ କହୁଛନ୍ତି । ଏହି ସମୟରେ ହିରୋଇନ୍ ଏଲ୍ସା କିଛି କହୁଥିବା ବେଳେ ଡାଇରେକ୍ଟର ତାଙ୍କ ହାତରୁ ମାଇକ୍ ଛଡାଇବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ବିରୋଧ କରୁଛନ୍ତି ଉଭୟ ଏଲ୍ସା ଓ ତାଙ୍କ ପିତା ।
ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ବଙ୍ଗୀୟ ହିରୋଇନ୍ଙ୍କ କୁଆଡେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଦିଲ୍ଲୀପ ପଣ୍ଡା ତାଙ୍କୁ ଅନାବଶ୍ୟକ ଭାବେ ଛୁଇଁଥିବା ଅଭିଯୋଗ କରିଛନ୍ତି ଏଲ୍ସା । ଏପରିକି ତାଙ୍କୁ ଲିଡ୍ ରୋଲ୍ ଦେବାକୁ କହି ଫିଲ୍ମର ଅନ୍ୟଜଣେ ହିରୋଇନ୍କୁ ଏହି ରୋଲ୍ ଦିଆଯାଇଛି । ଏପିରିକି ଦିଲ୍ଲୀପ ପଣ୍ଡାଙ୍କର ସେହି ହିରୋଇନଙ୍କ ସହ କୁଆଡେ ଅବୈଧ ସଂପର୍କ ରହିଛି ବୋଲି ଏଲ୍ସା ଅଭିଯୋଗ କରିଛନ୍ତି ।
ସେପଟେ ଘଟଣାକୁ ଖଣ୍ଡନ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା । ସେ ଏଲ୍ସାଙ୍କୁ କୌଣସି ଖରାପ ବ୍ୟବହାର କରିନାହାନ୍ତି ବୋଲି କହିଛନ୍ତି । ବରଂ ବଙ୍ଗାଳୀ ଫିଲ୍ମ ହିରୋଇନ୍ଙ୍କୁ ଆଣି ସେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଷ୍ଟାବ୍ଲିସ୍ କରିବାକୁ ଚାହିଁଥିଲେ ଯାହା ଏବେ ଥ୍ୟାଙ୍କ ଲେସ୍ ଜବ୍ ବୋଲି ପ୍ରମାଣିତ ହେଲା ବୋଲି ସେ କହିଛନ୍ତି ।
ପୂରା ମିଡିଆ ଆଗରେ ଏହି ଘଟଣା ଘଟିଥିଲା । ସେପଟେ ଏନେଇ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟ ପକ୍ଷରେ ଆଜି ଏଲସା କହିଛନ୍ତି ଯେ, ସୁଟିଂବେଳେ କଣ କଣ ଘଟିଥିଲା ସେ ସବୁର ଗୁମର ଖୋଲିଦେବି ।