Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦିଲ୍ଲୀରୁ ୨୫୦୦ କୋଟି ଟଙ୍କାର ହେରୋଇନ୍‌ ଜବତ, ୪ ଗିରଫ

10/07/2021 at 5:07 PM

ନୂଆଦିଲ୍ଲୀ ୧୦/୦୭: ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ ବଡ଼ ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଏହା ସହ ବହୁ ମୂଲ୍ୟର ଡ୍ରଗ୍ସ ଜବତ ମଧ୍ୟ କରାଯାଇଛି । ଡ୍ରଗ୍ସ ସହ ୪ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସ୍ପୋଶାଲ ସେଲ୍‌ ଶନିବାର ୩୫୦ କେଜିରୁ ଅଧିକ ହେରୋଇନ୍‌ ସହ ୪ ଜଣଙ୍କୁ ଗିରଫ କରିଛି।

ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କ ହେବ। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ହରିୟାଣାରୁ ଏବଂ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଅନ୍ୟପଟେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ରାଜଧାନୀରୁ ଦୁଇ ଭିନ୍ନ ଗୁଳିକାଣ୍ଡ ମାମଲାରେ ୪ ଅପରାଧୀଙ୍କୁ କାବୁ କରିଛି।

ଦୁଇଟି ମାମଲା ଦିଲ୍ଲୀର ରୋହିଣୀ ଏବଂ ଦ୍ବାରକାରେ ଶୁକ୍ରବାର ହୋଇଥିଲା। ଅଭିଯୁକ୍ତ ୟଶପାଲ ଏବଂ ବିକାଶକୁ ଘଟଣା ପରେ ପରେ ରାତି ୯ଟାରେ ରୋହିଣୀରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲାରେ ଅବଦୁଲ ବହାବ ଏବଂ ଫରମାନକୁ ଗିରଫ କରିଛି ପୋଲିସ। ଗୁଳିକାଣ୍ଡ ମାମାଲାରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି। ଏ ସମସ୍ତ ଅପରାଧୀ ଅସ୍ତ୍ରଶସ୍ତ୍ର ମଧ୍ୟ ଚୋରାଚାଲାଣ କରୁଥିଲେ। ସେମାନଙ୍କ ପାଖରୁ ୬୦ଟି ପିସ୍ତଲ ମଧ୍ୟ ଜବତ କରିଛି ସ୍ପେଶାଲ୍‌ ସେଲ୍‌।

   Related Posts