Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

‘ବଚ୍ଚନ ପାଣ୍ଡେ’ ଫିଲ୍ମ ପାଇଁ ସରିଲା ହିରୋଇନ ସିଲେକ୍ସନ, ଅକ୍ଷୟଙ୍କ ସହ ତାଙ୍କର ହେବ ଦ୍ବିତୀୟ ଫିଲ୍ମ

16/11/2019 at 6:46 PM

କାନପୁର୧୬/୧୧: ପାଞ୍ଚ ମାସ ତଳେ ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେର ପୋଷ୍ଟର ଆସିଥିଲା। ଏହି ପୋଷ୍ଟରେ ଅକ୍ଷୟ କୁମାର ଏକ ନୂଆ ଲୁକ୍‌ରେ ନଜର ଆସିଥିଲେ। କିନ୍ତୁ ଫିଲ୍ମରେ ନାୟିକା ଭୂମିକାରେ କିଏ ଅଭିନୟ କରିବେ ତାହା ସ୍ପଷ୍ଟ ହୋଇ ନଥିଲା। କିନ୍ତୁ ଏବେ ଫିଲ୍ମରେ ନାୟିକା ଭୂମିକାରେ ବଚ୍ଚନ ପାଣ୍ଡେ ଫିଲ୍ମରେ କୃତି ସେନନ୍‌ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଫିଲ୍ମର କାହାଣୀ ସଂପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ଦିଆଯାଇ ନାହିଁ।।

ହାଉସଫୁଲ ୪ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ କୃତି ଅଭିନୟ କରିଥିଲେ। ବଚ୍ଚନ ପାଣ୍ଡେରେ କୃତି ପୁଣି ଥରେ ଅକ୍ଷୟଙ୍କ ସହ ନଜର ଆସିବେ। ୨୦୨୦ ମସିହାରେ ରିଲିଜ ହେବାକୁ ଥିବ ବଚ୍ଚନ ପାଣ୍ଡେ ଫିଲ୍ମରେ କୃତି ସେନନ୍ ହିରୋଇନ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି।

ଏଥିସହ କୃତି ସେନନ୍‌ ମଧ୍ୟ ନିଜ ଟ୍ବିଟକରି ଏହି ସଂପର୍କରେ ସୂଚନା ଦେଇଛନ୍ତି। କୃତି ଲେଖିଛନ୍ତି ଯେ ସେ ବହୁତ ଉତ୍ସାହିତ ଅଛନ୍ତି। ଅକ୍ଷୟ କୁମାରଙ୍କ ସହିତ ତାଙ୍କର ଏହା ଦ୍ବିତୀୟ ଫିଲ୍ମ ଭଲ ହେବ ବୋଲି କୃତି କହିଛନ୍ତି।

   Related Posts