Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କୁନି କ୍ରିକେଟରଙ୍କ ଫ୍ୟାନ୍ ବନିଗଲେ ସଚିନ୍: ପାଦରେ ଚାଲିବାକୁ ସାମର୍ଥ୍ୟ ନାହିଁ କିନ୍ତୁ ମନରେ ଅଦମ୍ୟ ଉତ୍ସାହ…

3/01/2020 at 10:46 PM

ଛତିଶଗଡ଼୩/୧: କ୍ରିକେଟର ଭଗବନା ମାଷ୍ଟର ବ୍ଲାଷ୍ଟର ଆଉ ଜଣେ କୁନି କ୍ରିକେଟରଙ୍କ ଫ୍ୟାନ । ହଁ ଆଜ୍ଞା ସଚିନଙ୍କ ଟ୍ବିଟ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ସେମିତି ଜଣେ କ୍ରିକେଟର । ଯାହାଙ୍କ ନାଁ ମଦନ ରାମ କୱାସୀ । ଘର ଛତିଶଗଡ଼ର ଦାନ୍ତେୱାଡ଼ା ଭଳି ମାଓ ଉପଦ୍ରୁତ କୌଣସି ଏକ ଗାଁର । କିନ୍ତୁ ତାଙ୍କ ଭିଡ଼ିଓ ସଚିନ ଟ୍ବିଟ କରିବା ପରେ ଏବେ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

ମଦନ ରାମ କୱାସୀ ଜନ୍ମରୁ ଦିବ୍ୟାଙ୍ଗ ।  ପାଦରେ ଚାଲିବାକୁ ସାମର୍ଥ୍ୟ ନାହିଁ କିନ୍ତୁ ମନରେ ଅଦମ୍ୟ ଉତ୍ସାହ । ଯେଉଁଥି ପାଇଁ ଏହି ମଦନ ୨୦୨୦ରେ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ଟ୍ବିଟ କରିଛନ୍ତି । ୨୦୧୯ ସରିବା ଦିନ ହିଁ ମଦନଙ୍କ ଏକ ଭିଡିଓ ଟ୍ବିଟର ପେଜରେ ସେୟାର କରିଥିଲେ ସଚିନ ତେନ୍ଦୁଲକର । ଯାହାଙ୍କର ଖେଳ ତଥା ଟିକିଏ ମାତ୍ର ଝଲକ ପାଇବା ପାଇଁ କ୍ରିକେଟ ପ୍ରେମୀ ମାନେ ଷ୍ଟାଡିୟମରେ ଗହଳି ଲଗାଇଥାନ୍ତି । ସେହି ସଚିନ ଯେତେବେଳେ ଆଉ ଜଣଙ୍କର ତାରିଫ କରୁଛନ୍ତି କେମିତି ବା ସେ ଅଜଣା ଅଶୁଣା ରହିଥାନ୍ତେ।

ତେବେ ସଚିନ କ୍ରିକେଟର କିନ୍ତୁ ମଦନଙ୍କ ମନ ଭିତରେ ଥିବା ଉତ୍ସାହକୁ ଲକ୍ଷ୍ୟ କରି ଟ୍ବିଟ କରିଥିଲେ । କାରଣ ସେ ଅନୁଭବ କରିପାରିଥିଲେ ଦିବ୍ୟାଙ୍ଗ ମଦନ ମନରେ ଥିବା ଉତ୍ସାହ ନିଶ୍ଚିତ ସମସ୍ତଙ୍କୁ ପ୍ରଭାବିତ କରିବ । ଜଣେ ଦିବ୍ୟାଙ୍ଗଙ୍କ ମନରେ ଥିବା ପ୍ରତିଭାକୁ ସେ ଚିହ୍ନି ପାରିଥିଲେ । ତେଣୁ ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ଆଦର୍ଶ ପାଲଟିଥିବା ସଚିନ ସମସ୍ତଙ୍କୁ ପ୍ରଭାବିତ ତଥା ଠିକ୍  ଦିଗଦର୍ଶନ ଦେବା ପାଇଁ ଟ୍ବିଟ କରିଥିଲେ ।

ବାପା, ମାଆ ଓ ବଡ଼ ଭଉଣୀଙ୍କ ସହ ରହୁଥିବା ମଦନ ସଚିନଙ୍କ ବିଷୟରେ ଜାଣିବା ପରେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଣେ କୃଷକଙ୍କ ପୁଅକୁ ଦେଶର ତଥା ବିଶ୍ବର ଜଣେ ପ୍ରତିଷ୍ଠିତ କ୍ରିକେଟର ପ୍ରଶଂସା କରିଥିବାରୁ ମଦନଙ୍କ ବାପା ସଚିନଙ୍କୁ ଧନ୍ୟବାଦ ଦେଇଛନ୍ତି।

   Related Posts