ହିରୋ ବିକିବ ହାର୍ଲେ ଡାଭିଡ୍‌ସନ୍‌

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦: ଲକ୍‌ଜୁରି ବାଇକ୍‌ ହାର୍ଲେ ଡାଭିଡ୍‌ସନ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତୀୟ ବଜାରରେ ହାର୍ଲେ ବାଇକ୍‌ ବିକ୍ରି ଜାରି ରହିବ। ସେପ୍ଟେମ୍ବରରେ ଭାରତ ବଜାର ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ହାର୍ଲେ ଡାଭିଡ୍‌ସନ୍‌ କିନ୍ତୁ ନିଜର ବାଇକ୍‌ ବିକ୍ରି ଜାରି ରଖିବ ବୋଲି ଜଣାପଡ଼ିଛି। ବଜାର ମୂଲ୍ୟ ଅଧିକ, ତ୍ରୁଟିପୂର୍ଣ୍ଣ ବଜାର ରଣନୀତି ସହ ଭୁଲ ଉତ୍ପାଦ ଡିଜାଇନ୍‌ ପାଇଁ ହାର୍ଲେ ନିଜର ଲୋକପ୍ରିୟତା ହରାଇବାକୁ ବସିଥିଲା। ଏହାସହ କମ୍ପାନୀ ପକ୍ଷରୁ ବାଇକ୍ ଉତ୍ପାଦନ କମ୍ କରିଥିଲା। ଭାରତ ଛାଡ଼ିବ ବୋଲି ମଧ୍ୟ କମ୍ପାନୀ ସ୍ଥିର କରିଥିଲା।

{"id":351786,"sizeSlug":"large"}

କିନ୍ତୁ ଏବେ ହାର୍ଲେ ଡାଭିଡ୍‌ସନ୍‌ ବାଇକ୍‌ ବିକ୍ରି ଜାରି ରଖିବ ହିରୋ। ହିରୋ ମୋଟୋକର୍ପ ଓ ହାର୍ଲେ ଡାଭିଡ୍‌ସନ୍‌ ମଧ୍ୟରେ ବିତରଣ ବୁଝାମଣା ହୋଇସାରିଛି। ଏହି ବୁଝାମଣା ଜରିଆରେ ଏଣିକି ହିରୋ କମ୍ପାନୀ ହାର୍ଲେ ଡାଭିଡ୍‌ସନ୍‌ର ବାଇକ୍‌ ଭାରତରେ ବିକ୍ରି କରିବା ସହ ଗ୍ରାହକ ସେବା ମଧ୍ୟ ଯୋଗାଇପାରିବ।

ଦୁଇ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ହିରୋ ମୋଟୋକର୍ପ ହାର୍ଲେ ବ୍ରାଣ୍ଡ ନାଁରେ ଏକ ପ୍ରିମିୟମ୍‌ ମଡେଲ୍‌ର ବାଇକ୍‌ ବିକ୍ରି କରିପାରିବ। ଏହାସହ ହାର୍ଲେ ଡାଭିଡ୍‌ସନ୍‌ ବାଇକ୍‌ର ସମସ୍ତ ପାର୍ଟ ହିରୋ ମୋଟୋକର୍ପ ଡିଲରସିପ୍‌ ମାଧ୍ୟମରେ ମଧ୍ୟ ଉପଲବ୍ଧ ହୋଇପାରିବ। ତେବେ ଏନେଇ ଦୁଇ କମ୍ପାନୀଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଗୋଟିଏ ପଟେ ହାର୍ଲେ ଭାରତ ଛାଡ଼ିବାକୁ ଥିବା ବେ​‌ଳେ ହିରୋ କମ୍ପାନୀ ସହ ଏହି ବୁଝାମଣା ହାର୍ଲେ ସହ ତାର ଗ୍ରାହଙ୍କୁ ଲାଭ ପହଞ୍ଚାଇବ । କାରଣ ଭାରତରେ ଲୋକପ୍ରିୟ ହିରୋ ମୋଟୋକର୍ପ ସହ ଯୋଡ଼ି ହେବା ପରେ ହାର୍ଲେର ମଧ୍ୟ ଚାହିଦା ବଢ଼ିବ। ବିଶ୍ବର ସର୍ବାଧିକ ମୋଟରସାଇକେଲ୍‌ ଓ ସ୍କୁଟର ପ୍ରସ୍ତୁତକାରୀ ହିରୋ ମୋଟୋକର୍ପ ଓ ହାର୍ଲେ ଏକାଠି ଆସିବା ଦୁଇ କମ୍ପାନୀ ପାଇଁ ଲାଭଦାୟକ ହେବ ବୋଲି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି।

{"id":351787,"sizeSlug":"large"}

ଏହି ବୁଝାମଣା ବହୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ପ୍ରିମିୟମ୍‌ ମଡେଲ୍‌ ବାଇକ୍‌ ପସନ୍ଦ କରୁଥିବା ଗ୍ରାହକ ହାର୍ଲେ ପ୍ୟାକେଜିଂ ବିପା ହିରୋ ମୋଟୋକର୍ପ ପାଖରୁ ପାଇପାରିବେ। ଗ୍ରାହକଙ୍କ ପାଖରେ ବିକଳ୍ପ ରହିପାରିବ ବୋଲି କୁହାଯାଉଛି। ୨୦୦୯ରେ ଭାରତୀୟ ବଜାରରେ ପ୍ରବେଶ କରି ପ୍ରିମିୟମ୍‌ ବାଇକ୍‌ର ଆଶା ବଢ଼ାଇଥିଲା। କିନ୍ତୁ ବାସ୍ତବିକତା ଯାହା ହେଉ ନା କାହିଁକି।

କରୋନା କାଳରେ ପ୍ରିମିୟମ ଓ ଆଇକୋନିକ୍‌ ବାଇକ୍‌ ବିକ୍ରି ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘରୋଇ ବଜାର ଆମେରିକାରେ ବି କମ୍ପାନୀକୁ ସଂଘର୍ଷ କରିବାକୁ ପଡ଼ିଛି। ଭାରତରେ ତ କମ୍ପାନୀର କେବଳ ୫ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପୁଣିଥରେ କମ୍ପାନୀ ନବକଳେବର ପାଇଁ ୧୬୯ ମିଲିୟନ୍‌ ଡଲାର ଆକଳନ ହୋଇଥିଲା। କିନ୍ତୁ ଏହି ସମୟରେ ବିକ୍ରି କମ୍‌ ଥିବାରୁ ଏତେ ଟଙ୍କା ଖର୍ଚ୍ଚ କରିବା କମ୍ପାନୀ ପାଇଁ ଚ୍ୟାଲେଞ୍ଜ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.