Covid-19: ‘ଅସ୍ଥାୟୀ ସଟଡାଉନ୍’ ଘୋଷଣା କଲେ Hero moto corp, କାରଖାନାରେ ବନ୍ଦ ହେଲା କାମଧନ୍ଦା

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨।୪: କରୋନା ଭାଇରସ ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପୁଛି। ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଲକଡାଉନ୍‌, କର୍ଫ୍ୟୁଆଦି ଜାରି ହେଉଛି। ଏଥିରେ ଦେଶର ସର୍ବ ବୃହତ୍ତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଗୁରୁବାର ସାରା ଦେଶରେ ଥିବା ତାଙ୍କ କାରଖାନାରେ କାମଦାମ ବନ୍ଦ ଘୋଷଣା କରିଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତିରେ ହିରୋ ମୋଟୋ କର୍ପ ଏହି ସୂଚନା ଦେଇଥିବା ବେଳେ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ଲୋବାଲ ପାର୍ଟସ୍‌ ସେଣ୍ଟର (ଜିପିସି) ସମେତ ଦେଶରେ ଥିବା ସମସ୍ତ କାରଖାନାରେ କାମ ରୋକି ଦିଆଯାଇଥିବା ଘୋଷଣା କରିଛନ୍ତି।

{"id":442491,"width":840,"height":556,"sizeSlug":"large","linkDestination":"none"}

ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୨ ଏପ୍ରିଲରୁ ୧ ମେ ମଧ୍ୟରେ ସବୁ ପ୍ଲାଣ୍ଟ ଓ ଜିପିସି ୪ ଦିନ ଲାଗି ପର୍ଯ୍ୟାୟକ୍ରମେ ବନ୍ଦ ରହିବ।  କର୍ପୋରେଟ୍‌ କ୍ଷେତ୍ରରେ ହିରୋ ମୋଟୋ କର୍ପ ଦେଶର ପ୍ରଥମ କମ୍ପାନୀ ଯିଏ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ନିମନ୍ତେ ଏପରି ଅସ୍ଥାୟୀ ସଟ୍‌ ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ଅସ୍ଥାୟୀ ସଟଡାଉନ୍‌ କାଳକୁ କମ୍ପାନୀ ଆବଶ୍ୟକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଉପଯୋଗ କରିବେ ବୋଲି କହିଛନ୍ତି। ଏଥିଯୋଗୁ କମ୍ପାନୀର ଉତ୍ପାଦନ କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି।

{"id":442493,"width":838,"height":441,"sizeSlug":"large","linkDestination":"none"}

ଅନେକ ରାଜ୍ୟରେ ଏବେ ସ୍ଥାନୀୟ ଲକଡାଉନ୍‌ ଘୋଷଣା ହେଉଛି। ଏଣୁ କମ୍ପାନୀର ଉତ୍ପାଦନ ପ୍ରଭାବିତ ହୋଇଛି। ତେବେ କମ୍ପାନୀ ଘୋଷଣା କରିଥିବା ସଟ୍‌ ଡାଉନ୍‌ ସମୟର କ୍ଷତିକୁ ଆଗାମୀ ସମୟରେ ଭରଣା କରାଯିବ ବୋଲି କହିଛନ୍ତି। ସ୍ୱଳ୍ପାବଧି ସଟଡାଉନ୍‌ ପରେ କମ୍ପାନୀର ସମସ୍ତ ପ୍ଲାଣ୍ଟରେ ପୁଣି କାମ ସ୍ୱଭାବିକ ହେବ। କମ୍ପାନୀର  କର୍ପୋରେଟ କାର୍ଯ୍ୟାଳୟ ଅନେକ ପୂର୍ବରୁ ୱାର୍କ ଫ୍ରମ ହୋମ କରିସାରିଛି। ଏଣୁ ଏଠାରେ ଏବେ ଖୁବ୍ ସ୍ୱଳ୍ପ ସଂଖ୍ୟକ କର୍ମଚାରୀକାମ କରୁଥିବା ବେଳେ ସେମାନେ ମଧ୍ୟ ରୋଟେସନରେ ଅଫିସକୁ ଆସି କାମ ଚଳାଇ ରଖିଛନ୍ତି। ଏହା ପୂର୍ବରୁ କମ୍ପାନୀ ତାଙ୍କର କର୍ମଚାରୀଙ୍କ ଟିକାକରଣ ବାବଦ ବ୍ୟୟ ଭରଣା କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.