Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ହିରୋ ମୋଟୋକର୍ପ ଘୋଷଣା କରିଛି ‘ପ୍ରକୃତ ହିରୋ ପାଇଁ ରାଇଡ୍‌’ : ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦେବା ପାଇଁ ଏକ ପ୍ରୟାସ

1/10/2021 at 7:55 PM

ନୂଆଦିଲ୍ଲୀ ୦୧/୧୦ : କୋଭିଡ୍‌-୧୯ ରିଲିଫ୍‌ ପଦକ୍ଷେପକୁ ସମର୍ଥନ କରିବା ଦିଗରେ ନିଜର ଅକ୍ଳାନ୍ତ ପରିଶ୍ରମକୁ ବଜାୟ ରଖି ମଟରସାଇକେଲ ଏବଂ ସ୍କୁଟରର ବିଶ୍ବର ସର୍ବ ବୃହତ ଉତ୍ପାଦକ ହିରୋ ମୋଟୋକର୍ପ ଆଜି ବିଶ୍ବରେ ଆଗ ଧାଡିର ସ୍ବାସ୍ଥ୍ୟସେବା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଆଇକନିକ ବୈଶିକ ରାଇଡ ‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ ପାଇଁ ଘୋଷଣା କରିଛି ।

‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ରେ ଅଂଶଗ୍ରହଣ କରୁଥିବା ଆରୋହୀମାନେ ବିଶ୍ବର ୧୦୦ଟି ସହର ଏବଂ ସିଟିରେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ସମେତ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌-୧୯ ସୁରକ୍ଷା କିଟ୍‌ ବଣ୍ଟନ କରିବେ । N95 ମାସ୍କ, ବ୍ୟକ୍ତିଗତ ପ୍ରତିରକ୍ଷା କିଟ୍‌, ସାନିଟାଇଜର, ଗ୍ଲୋଭସ୍‌, IR ଥର୍ମୋମିଟର ଆଦି ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ସାମଗ୍ରୀ କୋଭିଡ୍-୧୯ କିଟ୍‌ରେ ରହିଥାଏ ।

୨୦୨୧ ଅକ୍ଟୋବର ୨ରେ ଆରମ୍ଭ ହେବା ପାଇଁ ନିର୍ଦ୍ଧାରିତ ‘‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ ଭାରତ, ବାଂଲାଦେଶ, ନେପାଳ, ଗ୍ବାଟେମାଲା, କଲମ୍ବିଆ, ବୋଲୀଭିଆ, ନାଇଜେରିଆ, ଉଗାଣ୍ଡା, କେନିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ ଏବଂ ୟୁଏଇର ୧୦୦ଟି ସହରରେ ଆୟୋଜନ କରାଯାଉଛି । ଯେଉଁଠାରେ ଅଂଶଗ୍ରହଣକାରୀମାନେ ପ୍ରତ୍ୟେକ ସହରରେ ୧୦୦ କିଲୋମିଟର ଯାତ୍ରା କରିବେ ।

‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ ଆଇକନିକ୍‌ ଇଭେଣ୍ଟରେ ଏକ ଅଂଶ ହେବାକୁ ଗ୍ଲେମର, ଏକ୍ସପାଲ୍ସ ୨୦୦, ଏକ୍ସଷ୍ଟ୍ରିମ୍‌ର ଗ୍ରାହକ https://rideforrealheroes.com/ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୯, ୨୦୨୧ ।

ଏହି ଅବସରରେ ମନ୍ତବ୍ୟ ଦେଇ ନବୀନ ଚୌହାନ, ମୁଖ୍ୟ ବିକ୍ରୟ ଏବଂ ବିକ୍ରି ପରବର୍ତ୍ତୀ, ହିରୋ ମୋଟୋକର୍ପ କହିଛନ୍ତି, ‘ଜଣେ ଦାୟିତ୍ବବାନ କର୍ପୋରେଟ୍‌ ନାଗରିକ ଭାବରେ ହିରୋ ମୋଟୋକର୍ପ ସମାଜର ଉନ୍ନତି ତଥା କଲ୍ୟାଣରେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ । ସମଗ୍ର ବିଶ୍ବରେ ଆଗ ଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଆମେ ଏହି ଆଇକନିକ୍‌ ରାଇଡ, ପ୍ରକୃତ ହିରୋଙ୍କ ପାଇଁ ରାଇଡ ଘୋଷଣା କରି ଆନନ୍ଦିତ ହୋଇଛୁ । ଦେଶର ମେଡିକାଲ ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ ଆମେ ଜାରି ରଖିଥିବା ପ୍ରୟାସକୁ ଦୃଷ୍ଟିରେ ରଖି ଏହି ରାଇଡରେ ଅଂଶଗ୍ରହଣ କରୁଥିବା ଆରୋହୀମାନେ ୧୦୦ଟି ସହରର କୋଭିଡ-୧୯ ସୁରକ୍ଷା କିଟ୍‌ ବଣ୍ଟନ କରିବେ । ଏହି ମହତ କାର୍ଯ୍ୟ ପାଇଁ ଅଧିକ ସହରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଆଗକୁ ଆସି ଆମର ୧୦୦ କିଲୋମିଟର, ୧୦୦ ସହର, ୧୦୦ ରାଇଡ ପଦକ୍ଷେପର ଅଂଶ ହେବାକୁ ଉତ୍ସାହିତ କରୁଛୁ ।’

ଜାନୁୟାରୀ ୨୧, ୨୦୨୧ରେ ଏକ ଅଟୋମୋବାଇଲ କମ୍ପାନୀ ଦ୍ବାରା ଦ୍ରୁତତମ ବିଶ୍ବ ସଫଳତା ମଧ୍ୟରୁ ଗୋଟିଏ । ହିରୋ ମୋଟୋକର୍ପର କ୍ରମବର୍ଦ୍ଧିଷ୍ଣୁ ଉତ୍ପାଦନରେ ୧୦୦ ମିଲିୟନ ୟୁନିଟ୍‌ ଅତିକ୍ରମ କରିବା ଐତିହାସିକ ମାଇଲଖୁଣ୍ଟକୁ ଚିହ୍ନିତ କରିବା ପାଇଁ ପ୍ରକୃତ ହିରୋଙ୍କ ପାଇଁ ରାଇଡ ଆୟୋଜିତ ହୋଇଛି ।

ହିରୋ ମୋଟୋକର୍ପର କୋଭିଡ-୧୯ ରିଲିଫ ପ୍ରୟାସ

-ହିରୋ ମୋଟୋକର୍ପ ଅଭାବି ତଥା ଦିନ ମଜୁରିଆ, ବେଘର ପରିବାର ଏବଂ ସମ୍ପ୍ରଦାୟକୁ ୨.୩ ନିୟୁତରୁ ଅଧିକ ପୌଷ୍ଠିକ ଭୋଜନ ବଣ୍ଟନ କରିଥିଲା ।

-ଆବଶ୍ୟକତାର ଏହି ଘଡିସନ୍ଧି ମୁହୂର୍ତ୍ତରେ ସମ୍ପ୍ରଦାୟକୁ ସାହାଯ୍ୟ ଏବଂ ସମର୍ଥନ କରିବା ପ୍ରୟାସରେ ସାରା ଦେଶରେ ୩୪ ହଜାରରୁଚ ଅଧିକ ରାସନ କିଟ୍‌, ୩୭,୨୦୧ ଲିଟର ସାନିଟାଇଜର, ୪.୪ ମିଲିୟନ ଫେସ୍‌ ମାସ୍କ ଏବଂ ୪୪ ହଜାରରୁ ଅଧିକ PPE କିଟ୍‌ ମଧ୍ୟ ଦେଶରେ ବିତରଣ କରାଯାଇଛି ।

-ଗ୍ରାମାଞ୍ଜଳ ତଥା ଦୁର୍ଗମ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ହିରୋ Xtreme-200R ମଟରସାଇକେଲରେ ନିର୍ମିତ ୬୦ଟି ସ୍ବତନ୍ତ୍ର ଡିଜାଇନ ହୋଇଥିବା ଫାଷ୍ଟ ରେସପଣ୍ଡର ଯାନ ସାରା ଦେଶର ସରକାରୀ ସଂଗଠନ ତଥା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ବତରଣ କରାଯାଇଥିଲା ।

-ଭାରତରେ ଚିକିତ୍ସା ଭିତ୍ତିମୂମିକୁ ମଜବୁତ କରିବା ଦିଗରେ ଏକ ଧ୍ୟାନ ପ୍ରୟାସରେ ହିରୋ ମୋଟୋକର୍ପ ଦେଶର ବିଭିନ୍ନ ଡାକ୍ତରଖାନାରେ ୧୯୦୦ରୁ ଅଧିକ କୋଭିଡ୍ ବେଡ୍‌ ଯୋଗାଇ ଦେଇଛି ।

-ହିରୋ ମୋଟୋକର୍ପ ବିଭିନ୍ନ ଜିଲ୍ଲାରେ କୋଭିଡ ଟିକାକରଣ ଡ୍ରାଇଭ ଆରମ୍ଭ କରିଛି, ଯାହାକି ସ୍ବତନ୍ତ୍ର ଦକ୍ଷ ବ୍ୟକ୍ତିଙ୍କ ସମେତ ସମ୍ପ୍ରଦାୟର ନିରାପତ୍ତା ତଥା କଲ୍ୟାଣକୁ ସୁନିଶ୍ଚିତ କରିଛି ।

-ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ଦ୍ବାରା ନିରାପଦ, ବ୍ୟକ୍ତିଗତ ଯାତାୟତ ପାଇଁ ଏହାର ମଟରସାଇକେଲ ଏବଂ ସ୍କୁଟର ଯୋଗାଇଛି ।

   Related Posts