Hero ର ଧମାକେଦାର ଅଫର୍ : ସ୍କୁଟିରେ ୧୫ ହଜାର, ବାଇକରେ ୧୦ ହଜାର ରିହାତି

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬/୦୭ : Hero MotoCorp କମ୍ପାନୀ ଭାରତରେ BS-4 ସ୍କୁଟର-ବାଇକ ଉପରେ ବମ୍ପର ରିହାତି ଅଫର ଦେଉଛି | ଦେଶରେ ଏପ୍ରିଲ ୧ ତାରିଖରୁ BS6 ମାନକ ଲାଗୁ ହୋଇଛି | ସୁପ୍ରିମକୋର୍ଟ ଅଟୋ ଇଣ୍ଡଷ୍ଟ୍ରିକୁ ଆଶ୍ବସ୍ତି ଦେଇ ଲକଡାଉନ ଅବଧି ଶେଷ ହେବାର ୧୦ ଦିନ ପର୍ଯ୍ୟନ୍ତ BS-4 ଗାଡି ବିକ୍ରି କରିବାକୁ ଅନୁମତି ଦେଇଛନ୍ତି | ଫଳରେ ଯେଉଁ କମ୍ପାନୀ ପାଖରେ ଇନ୍ଭେଣ୍ଟାରୀ ଅଛି ସେମାନେ ଅଫର ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅନଲାଇନ ବୁକିଙ୍ଗ ପାଇଁ ପରାମର୍ଶ ଦେଉଛନ୍ତି |

{"id":296775,"sizeSlug":"large"}

BS-4 ବାଇକରେ ୧୦ ହଜାର ଓ ସ୍କୁଟରରେ ୧୫ ହଜାର ରିହାତି ଦିଆଯାଉଛି | କମ୍ପାନୀ କହିଛି ଏହି ଅଫର ଅନଲାଇନ ବୁକିଙ୍ଗ ପାଇଁ ଉପଲବ୍ଧ | କାରଣ ଲକଡାଉନ ଶୋ'ରୁମ ବନ୍ଦ ରହିଛି | Hero MotoCorp କହିଛି ଯେ ତା ପାଖରେ ବର୍ତ୍ତମାନ ପାଖାପାଖି ଦେଢ଼ ଲକ୍ଷ BS-4 ଦୁଇ ଚକିଆ ଗାଡି ଅଛି | ଏହାର ମୂଲ୍ୟ ପାଖାପାଖି ୬୦୦ କୋଟି ଟଙ୍କା |

କରୋନା ଭାଇରସ ଯୋଗୁଁ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Hero MotoCorp ନିଜ ପ୍ଲାଣ୍ଟକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା | ଏହା ପୂର୍ବରୁ କମ୍ପାନୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଵିନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା |

{"id":296774,"sizeSlug":"large"}

ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (FADA) କହିଛି ଯେ ଭାରତରେ ପାଖାପାଖି ୭ ଲକ୍ଷ BS-4 ଦୁଇ ଚକିଆ ଗାଡି ଡିଲର୍ସଙ୍କ ପାଖରେ ଅଛି | ଯାହାର ମୂଲ୍ୟ ପାଖାପାଖି ୩ ହଜାର ୮୫୦ କୋଟି ଟଙ୍କା | ସେଥିରୁ ୧.୫ ଲକ୍ଷ BS-4 ଗାଡି ବିକ୍ରି ହୋଇସାରିଛି | କିନ୍ତୁ ଲକଡାଉନ ଯୋଗୁଁ ତାଙ୍କର ରେଜିଷ୍ଟ୍ରେସନ ହୋଇପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.