Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ହିରୋ ଗ୍ରୁପ୍‌ର ସବୁଠୁ ଶସ୍ତା BS-6 ବାଇକ୍ ବଜାରକୁ ଆସିଲା, ବଜାଜ CT 100କୁ ଦେବ ଟକ୍କର

2/06/2020 at 7:04 PM

ନୂଆଦିଲ୍ଲୀ, ୦୨୦୬:  ହିରୋ ମୋଟୋ କର୍ପ୍ ନିଜର ସବୁଠାରୁ ଶସ୍ତା ବିଏସ-୬ ଇଞ୍ଜିନ ବିଶିଷ୍ଟ ଏଚ୍ ଏଫ୍ ଡିଲକ୍ସ୍ ବାଇକକୁ ଲଞ୍ଚ କରିଛି । ଏହି ବାଇକରେ କିକ୍ ଷ୍ଟାର୍ଟ ରହିଛି .। ଏହାର ଦାମ ରହିଛି ୪୬, ୮୦୦ ଟଙ୍କା । ଗ୍ରାହକଙ୍କୁ ଏହି ବାଇକ୍ ୨ଟି ଡିଜାଇନରେ ଉପଲବ୍ଦ ହେବ । ଗୋଟିଏ ମଡେଲରେ ସ୍ପୋକ୍ ହ୍ୱିଲ୍ ଥିବା ବେଳେ ଅନ୍ୟ ମଡେଲରେ ଆଲୟ ହ୍ୱିଲ୍ ରହିଛି । ଏହାର ଟପ୍ ଭାରିଏଣ୍ଟର ଦାମ ରହିଛି ୪୭, ୮୦୦ ଟଙ୍କା ।

ଏହାପୂର୍ବରୁ ଏହି ବାଇକର୍ ଇଲେକ୍ଟ୍ରିକ୍ ଷ୍ଟାର୍ଟ ଭାରିଏଣ୍ଟକୁ ଲଞ୍ଚ୍ କରାଯାଇଥିଲା । ଯାହାର ଦାମ ଥିଲା ୫୬,୬୭୫ ଟଙ୍କା । ଏବେ କମ୍ପାନୀ ଏହାର ଶସ୍ତା କିକ୍ ଷ୍ଟାର୍ଟ୍ ଭାରିଏଣ୍ଟ୍ ଲଞ୍ଚ୍ କରିଛି । ଯାହାର ଦାମ୍ ଇଲେକ୍ଟ୍ରିକ୍ ଷ୍ଟାର୍ଟ୍ ବାଇକ୍ ଅପେକ୍ଷା ୯୮୭୫ ଟଙ୍କା କମ । ଏହି ବାଇକ ସିଧାସଳଖ ବଜାଜର ସିଟି ୧୦୦ ସହ ଟକ୍କର ଦେବ ।

ହିରୋ ଏଚଏଫ୍ ଡିଲକ୍ସରେ ୧୦୦ ସିସିର ଇଞ୍ଜିନ ରହିଛି । ଏଥିରେ ଫୁଏଲ ଇଞ୍ଜେକ୍ସନ ସପୋର୍ଟ ମଧ୍ୟ ଦିଆଯାଇଛି । ଏହାର ଇଞ୍ଜିନ ୮୦୦୦ ଆରପିଏମରେ ୭.୯୪ ବିଏଚପିର ପାଓ୍ୱାର ଜେନେରେଟ୍ କରିଥାଏ । କମ୍ପାନୀ ଦାବି କରିଛି ଯେ, ଏଥିରେ ଆଇ୩ଏସ ଟେକ୍ନୋଲୋଜୀ ଦିଆଯାଇଛି । ଫଳରେ ୯ ପ୍ରତିଶତ ଅଧିକ ମାଇଲେଜ୍ ମିଳିଥାଏ ।

   Related Posts