Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠାରୁ ହିରୋ ଗୋଲ୍ଡ କପ୍ ମହିଳା ଫୁଟବଲ୍ ଚାମ୍ପିଅନସିପ୍ : ମିଆଁମାର-ଭାରତ, ଇରାନ୍-ନେପାଳ ମଧ୍ୟରେ ହେବ ଟକ୍କର

ଭୁବନେଶ୍ବର ୯|୨: ଆଜିଠୁ ହିରୋ ଗୋଲ୍ଡ କପ୍ ମହିଳା ଫୁଟବଲ୍ ଚାମ୍ପିୟନସିପ୍ । କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ମିଆଁମାର, ଭାରତ, ଇରାନ୍ ଓ ନେପାଳ । ରାଙ୍କିଙ୍ଗ ଦୃଷ୍ଟିରୁ ମିଆଁମାର ଟପରେ ଥିବା ବେଳେ ଭାରତର ସ୍ଥାନ ଦ୍ବିତୀୟ । ତେଣୁ ଦଳ ଗୁଡିକ ମଧୟରେ କଡା ଟକ୍କର ହେବ । ମାସେ ହେଲା ଭାରତୀୟ ଦଳ ହୋମ ଗ୍ରାଉଣ୍ଡରେ ଅଭ୍ୟାସ କରିଛି । ତେଣୁ ଭଳ ଖେଳି ଓଡ଼ିଆ ଦର୍ଶକଙ୍କ ମନ ଜିଣିବେ ବୋଲି ଆଶା ରଖିଛନ୍ତି ଭାରତୀୟ ଖେଳାଳି । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ମିଆଁମାର ନେପାଳକୁ ଭେଟିବ । ସେହିପରି ଦ୍ବତୀୟ ମ୍ୟାଚରେ ଭାରତ ଓ ଇରାନ ମଧ୍ୟରେ ହେବ ଟକ୍କର । ଅଲିମ୍ପିକ୍ କ୍ବାଲିଫାଏ ପରେ ଭାରତ ୱାର୍ମଅପ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛି । ଏହା ପରେ ଭାରତ ନିଜର ସ୍କିଲ୍ ଡେଭେଲପମେଣ୍ଟ ପାଇଁ ବିଦେଶ ମାଟିରେ ଟୁର୍ଣ୍ଣାମେଣ୍ଟ ଖେଳିବ । ଓଡ଼ିଶା ଫୁଲବଲ ଆସୋସିଏସନ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଚାମ୍ପିୟନସିପ୍ ଆୟୋଜିତ ହେଉଛି । ଆଗକୁ ହିରୋ ସୁପର କପ୍ ସହ ୧୭ ବର୍ଷରୁ କମ୍ ବିଶ୍ବକପ୍ ମହିଳା ଫୁଟବଲ ଚାମ୍ପିୟନସିପ୍ ଆୟୋଜନ କରିବାକପ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

158 Views

   ସମ୍ବନ୍ଧିତ ଖବର