୨୯,୯୯୦ ଟଙ୍କାରେ ହିରୋ ଇଲେକ୍ଟ୍ରିର ଫ୍ଲାସ୍‌ ଇ ସ୍କୁଟର ଲଞ୍ଚ

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୦୧ - ମାତ୍ର ୨୯,୯୯୦ ଟଙ୍କାରେ ହିରୋ ଇଲେକ୍ଟ୍ରି ଇ ସ୍କୁଟର ଲଞ୍ଚ କରିଛି । ଥରେ ଚାର୍ଜ କଲେ ଏହି ଇସ୍କୁଟର ୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବ । ହିରୋ ଇଲେକ୍ଟ୍ରିର ଫ୍ଲାସ୍‌ ବ୍ୟାଟେରୀ ଚାଳିତ ସ୍କୁଟର electric scooter Flashକୁ ଲଞ୍ଚ କରିଛି ।
ଏହା ପୂର୍ବରୁ ବାଜାଜ ଇଲେକ୍ଟ୍ରି ସ୍କୁଟର ଲଞ୍ଚ କରିଥିବା ବେଳେ ଟିଭିଏସ୍‌ ବି ଇ ସ୍କୁଟର ଲଞ୍ଚ କରିଛି । ମାତ୍ର ଏହି ସବୁ ସ୍କୁଟର ଦାମ ଏକ ଲକ୍ଷ ଟଙ୍କାରୁ ଅଧିକ ରହିଛି ।
ହିରୋ ଫ୍ଲାସ ଇଲେକ୍ଟ୍ରିକ ସ୍କୁଟର ଦର ୨୯୯୯୦ ଟଙ୍କା ରହିଥିବା ବେଳେ ପୂର୍ବତ୍ତୋର ରାଜ୍ୟମାନଙ୍କରେ ଏହାର ଦର ୩୨,୭୧୦ ଟଙ୍କା ରହିବ ।

{"id":216164,"sizeSlug":"large"}

ଦେଶରେ ଥିବା ୬୧୫ଟି ସ୍ଥାନରେ ଏହାର ବିକ୍ରି ଆରମ୍ଭ ହେବ ।

ଏବି ଏହି ସ୍କୁଟର ଉପରେ ୭୦୯୦ ଟଙ୍କା ଡିସ୍‌କାଉଣ୍ଟ ଦିଆଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ପେ ଏଟିଏମ୍‌ରେ ୧୦,୫୦୦ ଟଙ୍କାର ଅଫର୍‌ ଅଛି । ଫ୍ଲାସରେ ଲିଡ୍‌ ଏସିଡ୍‌ ଓ ଲିଥିଅମ୍‌ ଆଇଓନ୍‌ ରେଞ୍ଜ୍‌ର ବ୍ୟାଟେରୀ ରହିଛି ।

ଏଥିରେ ଏଲ୍‌ଇଡି ଲାଇଟ୍‌, ମୋବାଇଲ୍‌ ଚାର୍ଜିଂ, ରି ଜେନେରେଟିଭ୍‌ ବ୍ରେକିଂ ସିଷ୍ଟମ ରହିଛି । ଏହାର ଓଜନ ୬୯ କିଲୋଗ୍ରାମ । ଏହାକୁ ସହଜରେ ଚଳାଇ ହେବ ।

ଫ୍ଲାସରେ ୪୮ ଭୋଲ୍ଟର ବ୍ୟାଟେରୀ ରହୁଛି । ଥରେ ଚାର୍ଜ କଲେ ଏହା ୫୦ କିଲୋମିଟର ଯାଏଁ ଯାଇ ପାରିବ । ୮ ଘଣ୍ଟାରେ ଏହା ଫୁଲ୍‌ ଚାର୍ଜ ହେବ ।

କମ୍ପାନୀ ଆହୁରି ଇଲେକ୍ଟ୍ରିକ ଗାଡି ଲଞ୍ଚ କରିବା ପାଇଁ ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.