ହିରୋ କମ୍ପାନୀର ମହତ କାର୍ଯ୍ୟ: ଭଦ୍ରକ ଜିଲ୍ଲା ପ୍ରାଶାସନକୁ ପ୍ରଦାନ କଲେ ୨ଟି ବାଇକ୍ ଆମ୍ବୁଲାନ୍ସ

Published By : Prameya-News7 Bureau | December 23, 2020 IST

ଭଦ୍ରକ୨୩/୧୨: ଜିଲ୍ଲାକୁ ମିଳିଲା ୨ଟି ବାଇକ ଆମ୍ବୁଲାନ୍ସ। ହିରୋ କମ୍ପାନୀ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଜିଲ୍ଲାପାଳ ଜ୍ଞାନ ଦାସ ଉପସ୍ଥିତ ଥିଲେ।

{"id":381669,"sizeSlug":"large","linkDestination":"none"}

ଏହି ସଭାରେ ହିରୋ କମ୍ପାନୀର ଏରିୟା ମ୍ୟାନେଜର ଅବଦୁଲ ଆହାତ ଓ ଟେରୀଟୋରି ମ୍ୟାନେଜର ପଲ୍ଲବୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ବାଇକ ଆମ୍ବୁଲାନ୍ସରେ ସହଜରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇ ପାରିବ। ସହର ହେଉ କିମ୍ବା ଗାଁଗଣ୍ଡାରେ ବାଇକ ଆମ୍ବୁଲାନ୍ସ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇବ।

{"id":381670,"sizeSlug":"large","linkDestination":"none"}

ଯେଉଁ ଅଞ୍ଚଳକୁ ୪ ଚିକିଆ ୧୦୮ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ। ସେହି ଅଞ୍ଚଳରେ ଏହି ବାଇକ ଆମ୍ବୁଲାନ୍ସ ପହଞ୍ଚି ପାରିବ। ଦୁଇଟି ବାଇକ ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଭଦ୍ରକ ସହରର ପୁରୁଣା ବଜାର ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବ। ସେହିିପରି ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ରଖାଯିବ। ହିରୋ କମ୍ପାନୀର ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.