ବଜାରକୁ ଆସିଲା ହିରୋର BS6 ଇଞ୍ଜିନ୍ ସ୍କୁଟି…ମାଇଲେଜ୍ ୫୦+, ଦାମ ଶୁଣିଲେ ଗ୍ରାହକ ବି ଖୁସ୍

Published By : Prameya-News7 Bureau | January 31, 2020 IST

ଭାରତରେ ଲଗାତାର ଭାବେ ସ୍କୁଟିର ଡିମାଣ୍ଡ ବଢିବାରେ ଲାଗିଛି। ଏଥିପାଇଁ ଟୁ-ହୁଇଲର୍‌ କମ୍ପାନୀ ଗୁଡିକ ନିଜର ପ୍ରଡକ୍ଟ ଅପ୍‌ଡେଟ୍‌ କରିବାରେ ଲାଗିଛନ୍ତି। ଏବେ ହିରୋ ପ୍ରଥମ BS6 ସ୍କୁଟର ଲଞ୍ଚ୍‌ କରିଛି। ହିରୋ Pleasure Plus 110 FI ୨ଟି ଭ୍ୟାରିଏଣ୍ଟରେ ଲଞ୍ଚ୍‌ ହୋଇଛି। ଷ୍ଟିଲ୍‌ ହୁଇଲ ଭର୍ସନ୍‌ର ଦାମ୍‌ ୫୪,୮୦୦ ଟଙ୍କାରୁ ଆରମ୍ଭ ଓ ହୁଇଲ୍‌ ମଡେଲର ଦାମ ୫୬,୮୦୦ ଟଙ୍କାରୁ ଆରମ୍ଭ।

{"id":218157,"width":562,"height":535,"sizeSlug":"large"}

କମ୍ପାନୀ ଅନୁସାରେ BS4 ମୁକାବିଲାରେ BS6 ପ୍ଲେଜର ପ୍ଲସ୍‌ର ମାଇଲେଜ୍‌ ୧୦ ପ୍ରତିଶତ ଅଧିକ ରହିବ।  BS4 ପ୍ଲେଜର ପ୍ଲସ୍‌ ୫୩ କମି ପ୍ରତି ଲିଟର ମାଇଲେଜ ଦିଏ। BS6 ମଡେଲରେ ଅଧିକ ପରିବର୍ତ୍ତନ କରାଯାଇନାହିଁ। ଅପଡେଟେଡ୍‌ ଭର୍ସନରେ କ୍ରୋମ୍‌ ଟ୍ରେଟେଡ୍‌ ହ୍ୟାଣ୍ଡଲାମ୍ପ ସରାଉଣ୍ଡ, ସାଇଡ୍‌ ଏକ୍ସେଣ୍ଟ ଓ 3D କ୍ରୋମ୍‌ ଲଗୋ ଦେଖିବାକୁ ମିଳିବ। ଏଥିରେ ୧୧୦ ସିସିର BS6 ଇଞ୍ଜିନ୍‌ ୭୦୦୦ ଆରପିଏମ୍‌ରେ ୮ ପିଏସ୍‌ ଓ ୫୫୦୦ ଆରପିଏସ୍‌ରେ ୮.୭ ଏନ୍‌ଏମ୍‌ ଟର୍କ ଜେନେରେଟ୍‌ କରେ।    

{"id":218158,"sizeSlug":"large"}

BS6ର ହିରୋ ପ୍ଲେଜର ପ୍ଲସ୍‌ ସ୍କୁଟରରେ ହ୍ୟାଣ୍ଡଲାମ୍ପରେ କ୍ରୋମ୍‌ ଫିନିଶ୍‌, ସାଇଡ୍‌ରେ ସିଲଭର ଏକ୍‌ସେଣ୍ଟ, କ୍ରୋମ୍‌ 3D ବେଜିଂ ଓ ନୂଆ ଏଲୟ ହୁଇଲ ଦିଆଯାଇଛି। ଗାଡି ୭ଟି ରଂଗରେ ଉପଲବ୍ଧ ହୋଇଛି। ସେଗୁଡିକ ହେଉଛି ମ୍ୟାଟ୍‌ ରେଡ୍‌, ମ୍ୟାଟ୍‌ ଗ୍ରୀନ୍‌, ମ୍ୟାଟ୍‌ ଏକ୍ସିସ୍‌ ଗ୍ରେ, ଗ୍ଲୋସି ବ୍ଲାକ୍‌, ଗ୍ଲୋସି ବ୍ଲୁ, ଗ୍ଲୋସି ହ୍ବାଇଟ୍‌ ଓ ଗ୍ଲୋସି ରେଡ୍‌ ସାମିଲ ଅଛି। ବଜାରରେ ହୋଣ୍ଡା ଏକ୍ଟଭା ୬ଜି ଓ ଟିଭିଏସ୍‌ ସ୍କୁଟି ଜେଷ୍ଟ ୧୧୦ ସହ ଏହି ସ୍କୁଟରର ଟକ୍କର ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.