Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ଅତିଶୀଘ୍ର ମାର୍କେଟକୁ ଆସିବ ବିଏସ-୬ ହିରୋ ଏକସ୍ ପଲ୍ସ୍, ଜାଣନ୍ତୁ କଣ ରହିଛି ଫିଚର୍ସ୍

8/04/2020 at 12:24 PM

ନୂଆଦିଲ୍ଲୀ, ୦୮|୦୪:  ଭାରତୀୟ ମୋଟର ସାଇକେଲ୍ ନିର୍ମାତା ହିରୋ ନିଜ ଓ୍ୱେବସାଇଟରେ ୨୦୦ ସିସିର ବିଏସ-୬ ଏକସ୍ ପଲ୍ସର  ବିଭିନ୍ନ ଫିଚର୍ ପ୍ରକାଶ କରିଛି । ଏବେ ଏହି ମୋଟର ସାଇକେଲର ନୂଆ ସପେସିଫିକେସନ ବାବଦରେ ସୂଚନା ମିଳିଛି । ଏହି ବାଇକର ପାଓ୍ୱାର ଆଉଟପୁଟ୍ ବିଏସ-୪ ଅନୁସାରେ କମ ରହିଛି । ଏହି ନୂଆ ବିଏସ-୬ ଭାରିଏଣ୍ଟ ବାଇକରେ ୮୫୦୦ ଆJପିଏମରେ ୧୭.୮ ବିଏଚପି ପାଓ୍ୱାର ଓ ୪୫୦୦ ଆରପିଏମରେ ୧୬.୪ ଏନଏମର ଟର୍କ ସୃଷ୍ଟି ହୋଇଥାଏ । ତେବେ ପୂର୍ବରୁ ବିଏସ-୪ ଭାରିଏଣ୍ଟରେ ୮୦୦୦ ଆରପିଏମରେ ୧୮ ବିଏଚପି ଓ ୭୫୦୦ ଆରପିଏମରେ ୧୭.୧ ଏନଏମ ଟର୍କ ସୃଷ୍ଟି କରୁଥିଲା ।

ଏବେ ଏହି ବାଇକର ଓଜନ ୧୫୭ କେଜି ହୋଇଯାଇଛି । ଯାହା ବିଏସ-୪ ଅନୁସାରେ ଅଧିକ ଓଜନିଆ । ପୂର୍ବରୁ ଏକସ୍ ପଲ୍ସ୍ ଇଞ୍ଜିନରେ ଫୁଏଲ ଇଞ୍ଜେକ୍ଟେଡ୍ ଇଞ୍ଜିନ ଓ କାବ୍ୟୁରେଟର୍ ଇଞ୍ଜିନ ଦିଆଯାଉଥିଲା କିନ୍ତୁ ନୂଆ ମଡେଲରେ କେବଳ ଫୁଏଲ ଇଞ୍ଜେକ୍ସନ ସିଷ୍ଟମ ସହ ଆସୁଛି । ଏହି ବାଇକରେ ନୂଆ ଏକ୍ସଷ୍ଟ୍ ସିଷ୍ଟମ ପାଇଁ ପାଓ୍ୱାର ଓ ବିଏଚପିରେ ହ୍ରାସ ପରିଲକ୍ଷିତ ହୋଇଛି । ଫଳରେ ଗ୍ରାଉଣ୍ଡ କ୍ଲିଅରାନ୍ସ ମଧ୍ୟ ସାମାନ୍ୟ ପ୍ରଭାବିତ ହୋଇଛି । ଏହାର ବେସ୍ ପ୍ଲେସକୁ ନୂଆ ଡିଜାଇନ୍ କରାଯାଇଛି । ଏହାର ଗ୍ରାଉଣ୍ଡ କ୍ଲିଅରାନ୍ସ ୨୨୦ ଏମଏମ୍ ରହିଛି ।

ଏହି ବାଇକର ଦାମ କେତେ ସେନେଇ କମ୍ପାନୀ ସୂଚନା ଦେଇନାହିଁ । କିନ୍ତୁ ଏହାର ଦାମ ପୂର୍ବାପେକ୍ଷା ୧୦ ହଜାର ଟଙ୍କା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ବିଏସ-୪ ଏଫଆଇ ଭର୍ସନର ଦାମ ୧ଲକ୍ଷ ୭ ହଜାର ଟଙ୍କା ରହିଥିଲା ।

   Related Posts