ଅନଲାଇନ କରୁଛନ୍ତି କି ଶପିଙ୍ଗ ? ତାହେଲେ ଡେଲିଭରି ବଏଙ୍କ ଏହି କାରନାମା ନିଶ୍ଚୟ ଦେଖନ୍ତୁ

Published By : Prameya-News7 Bureau | January 27, 2019 IST

ଆଜିକାଲି ଅନଲାଇନ ଶପିଙ୍ଗର ଟ୍ରେଣ୍ଡ ଚାଲିଛି | ଘରେ ବସି ମନ ପସନ୍ଦର ଜିନିଷ ନେଟରେ ଦେଖି ଶପିଙ୍ଗ କରିବା ଆଜିକାଲି ଲୋକଙ୍କ ସଉକ ହୋଇଗଲାଣି | କିଛି ଲୋକ ପେମେଣ୍ଟ ଅନଲାଇନ କରିଥାନ୍ତି ତ ଆଉ କିଛି ଲୋକ ଡେଲିଭରି ପରେ ପେମେଣ୍ଟ କରିଥାନ୍ତି | ବେଳେବେଳେ ହୋମ ଡେଲିଭରିରେ ଜିନିଷ ଅର୍ଡର କରିବା ଲୋକଙ୍କୁ ମହଙ୍ଗା ପଡିଥାଏ | ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି | ଏହି ଭିଡିଓରେ ଡେଲିଭରି ବଏ ହୋମ ଡେଲିଭରି ବେଳେ ଜିନିଷ ଫୋପାଡିବା ଦୃଶ୍ୟ ଦେଖିବାକୁ ମିଳିଛି | ଜଣେ ଯୁବକ ସଠିକ ଠିକଣାରେ ପହଂଚି ଯାଇଥିଲା ସତ କିନ୍ତୁ ବିଲଡିଂ ଉପରକୁ ନ ଚଢି ଏକ ଭ୍ୟାନ ଉପରେ ଚଢି ଜିନିଷ ଫୋପାଡିବା ଦେଖିବାକୁ ମିଳିଥିଲା |

{"id":78768}


ଯୁବକ ଜଣକ ହେଲେ Hermes କମ୍ପାନୀର ଡେଲିଭରି ବଏ | Hermes ଏକ ନାମୀ ଫ୍ୟାସନ କମ୍ପାନୀ | ଭାଇରାଲ ହୋଇଥିବା ଏହି ଭିଡିଓଟି ଜର୍ମାନର | ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ଏହି ଭିଡିଓ ବହୁତ ମାତ୍ରାରେ ସେୟାର କରିଥିଲେ | ଭିଡିଓ ସେୟାର ହେବାପରେ ଲୋକେ ଅନେକ କମେଣ୍ଟ ମଧ୍ୟ ଦେଇଥିଲେ | କେହି କେହି ଯୁବକଙ୍କୁ ବୁଦ୍ଧିମାନ କହିଥିଲେ ତ ଆଉ କିଏ କାମଚୋର ଏବଂ ଅଳସୁଆ କହିଥିଲେ |

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.