ସମସ୍ତଙ୍କର ନଥାଏ ଅଣ୍ଟାରେ ଡିମ୍ପଲ୍ : ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ
19/05/2019 at 3:48 PM

ଲୋକଙ୍କ ସୈାନ୍ଦର୍ଯ୍ୟ ବିଭିନ୍ନ ପ୍ରକାରର ହୋଇଥାଏ। କାହାର ରଙ୍ଗ ଗୋରା ହୋଇଥାଏ ତ କାହାର ରଙ୍ଗ ଶ୍ୟାମଳ ହୋଇଥାଏ। ଏହିପରି ଭାବେ ଗାଲରେ ପଡ଼ୁଥିବା ଡିମ୍ପଲ୍ ସୈାନ୍ଦର୍ଯ୍ୟକୁ ଦର୍ଶାଇଥାଏ। ସେହିପରି ଅଣ୍ଟା ପଛରେ ପଡ଼ୁଥିବା ଡିମ୍ପଲ୍ ବହୁତ ଖାସ୍ ହୋଇଥାଏ ଏବଂ ଏହା ସମସ୍ତଙ୍କର ନଥାଏ। ଏଥିପାଇଁ ଆମେ ଆପଣଙ୍କୁ ଅଣ୍ଟା ପଛରେ ପଡ଼ୁଥିବା ଡିମ୍ପଲ୍ ସହ ସମ୍ବନ୍ଧିତ କେତେକ ତଥ୍ୟ ବିଷୟରେ କହିବା। କିନ୍ତୁ ଝିଅ ଏବଂ ପୁଅ ଉଭୟଙ୍କଠାରେ ଡିମ୍ପଲ୍ ଥାଏ। ଅଣ୍ଟାର ଏହି ଡିମ୍ପଲ୍ ଏପରି ରହସ୍ୟ ଉନ୍ମୋଚନ କରିଥାଏ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଲୋକଙ୍କ କହିବାନୁସାରେ ଏପ୍ରକାରର ଡିମ୍ପଲ୍ ଦିବ୍ୟ ଗର୍ତ୍ତ ହୋଇଥାଏ। ଏହା ଯେଉଁମାନଙ୍କ ଅଣ୍ଟାରେ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି। ଅଣ୍ଟାରେ ଡିମ୍ପଲ୍ ଥିବା ବ୍ୟକ୍ତି ଯେଉଁ କାମରେ ହାତ ଦେଇଥାଆନ୍ତି ସେହି କାମ ଅତ୍ୟନ୍ତ ସହଜରେ ହୋଇଯାଇଥାଏ। ଭାଗ୍ୟ ସବୁବେଳେ ସେମାନଙ୍କୁ ସାଥ ଦେଇଥାଏ। ଏହି ବ୍ୟକ୍ତି ପରିଶ୍ରମଠୁ ଅଧିକ ଭାଗ୍ୟଫଳ ଚାଖିଥାଏ। ଝିଅମାନଙ୍କ ପାଇଁ ଏହି ଡିମ୍ପଲ୍ ଭାଗ୍ୟରେ ଚମକ ସହ ସୈାନ୍ଦର୍ଯ୍ୟର ପ୍ରତୀକ ହୋଇଥାଏ। ରୋମରେ ଭେନସ୍ ନାମ୍ନୀ ଜଣେ ସୈାନ୍ଦର୍ଯ୍ୟ ଦେବୀ ଥିଲେ। ତାଙ୍କ ଅଣ୍ଟା ପଛରେ ମଧ୍ୟ ଡିମ୍ପଲ୍ ପଡ଼ୁଥିଲା। ଏହି ଡିମ୍ପଲ୍ ବ୍ୟାୟାମ ଦ୍ବାରା କରାଯାଇପାରେ ନାହିଁ । ଏହା ପ୍ରାକୃତିକ ହୋଇଥାଏ।
