Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏହିଠାରେ ସ୍ବର୍ଗକୁ ନିଶୁଣି ତିଆରି କରୁଥିଲେ ରାବଣ , ଏବେ ବି ରହିଛି ସଙ୍କେତ

3/08/2019 at 5:18 PM

ହିନ୍ଦୁ ଧର୍ମରେ ୩୩କୋଟି ଦେବୀ ଏବଂ ଦେବତା ଅଛନ୍ତି କିନ୍ତୁ ସେଥିରୁ ଦେବତା ଜଣେ,ସେ ହେଉଛନ୍ତି ମହାଦେବ ଅର୍ଥାତ୍ ଶିବ। ସେ ଏକମାତ୍ର ଏପରି ଦେବତା ଯାହାଙ୍କର କୈାଣସି ଆରମ୍ଭ ନଥାଏ ନା କୈାଣସି ଶେଷ ଥାଏ। କୁହାଯାଏ ମହାଦେବ ନିଜେ ସୃଷ୍ଟି ଏବଂ ବିନାଶ କରିଥାଆନ୍ତି। ଏଥିପାଇଁ କୁହାଯାଇଥାଏ ଅନ୍ତର ଆରମ୍ଭ ଶିବ ଏବଂ ପ୍ରତ୍ୟେକ ଆରମ୍ଭର ଅନ୍ତ ଶିବ ହୋଇଥାଆନ୍ତି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଶିବ ଆଜି ବି ଅର୍ଥାତ୍ କଳିଯୁଗରେ ପୃଥିବୀରେ ବିଚରଣ କରନ୍ତି ଏବଂ ନିଜ ଭକ୍ତଙ୍କ ସମସ୍ୟାର ସମାଧାନ କରନ୍ତି। କିନ୍ତୁ ଅନେକ କମ୍ ଲୋକ ଅଛନ୍ତି ଯେଉଁମାନେ ଏହାକୁ ବିଶ୍ବାସ କରିବେ। କିନ୍ତୁ ଆଜି ଆମେ ତାଙ୍କର ଏକ ଏପରି ମନ୍ଦିର ବିଷୟରେ କହିବା ଯାହା ବିଷୟରେ ଶୁଣିଲେ ଆପଣ ଏହା ବିଶ୍ବାସ କରିବା ଆରମ୍ଭ କରିଦେବେ।

ଆମେ ଆଜି ଏକ ଏପରି ମନ୍ଦିର ବିଷୟରେ ଆପଣଙ୍କୁ କହିବା ଯେଉଁଠି ସାକ୍ଷାତ ଭଗବାନ ଶିବ ଏବେ ମଧ୍ୟ ବାସ କରିଥାଆନ୍ତି। ଶାସ୍ତ୍ର ଅନୁଯାୟୀ ଶିବଙ୍କୁ ପୂଜା କରିବା ଦ୍ବାରା ସବୁ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ। ତାଙ୍କୁ ପୂଜା କରିବା ସବୁଠୁ ଅଧିକ ଫଳପ୍ରଦ ବୋଲି କୁହାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରେ ଦେବୀ ଦେବତାଙ୍କଠୁ ଆରମ୍ଭ କରି ସମସ୍ତ ରାକ୍ଷସଗଣ ତାଙ୍କୁ ବନ୍ଦନା କରୁଥିଲେ। ରାବଣ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ। ସେ ଭଗବାନଙ୍କୁ ନିଜର ଆରାଧ୍ୟ ଦେବତା ବୋଲି ମାନୁଥିଲେ। ଧାର୍ମିକ ଗ୍ରନ୍ଥ ଅନୁସାରେ ରାବଣ ଥରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ମୁଣ୍ଡ କାଟି ତାଙ୍କୁ ଅର୍ପଣ କରିଥିଲେ। ନିଜ ପ୍ରତି ରାବଣଙ୍କ ଅସୀମ ଭକ୍ତି ଦେଖି ଭଗବାନ ଶିବ ପୃଥିବୀ ପୃଷ୍ଠକୁ ଆସିଥିଲେ। କୁହାଯାଏ-ଯେଉଁ ସ୍ଥାନରେ ଭଗବାନ ଶିବ ସେହି ସମୟରେ ନିବାସ କରିଥିଲେ ସେଠାରୁ ସ୍ବର୍ଗକୁ ଯିବା ପାଇଁ ରାସ୍ତା ଥିଲା।

ହିମାଚଳ ପ୍ରଦେଶକୁ ପାବନ ସ୍ଥଳୀ କୁହାଯାଇଥାଏ କାରଣ ହିନ୍ଦୁ ଧର୍ମ ସହ ଜଡ଼ିତ ଅନେକ ମନ୍ଦିର ଆଜି ରହିଛି ଯାହାର ସମ୍ପର୍କ ଦେବୀ ଦେବତାଙ୍କ ସହ ଜଡ଼ିତ। ହିମାଚଳ ପ୍ରଦେଶକୁ ଦେବଭୂମି କୁହାଯାଇଥାଏ। ହିମାଚଳ ପ୍ରଦେଶରୁ ୭୦କିଲୋମିଟର ଦୂରରେ ସିରମୌର ନାମକ ଜିଲ୍ଲାରେ ଏକ ପ୍ରାଚୀନ ମନ୍ଦିର ରହିଛି।

ସିରମୌରର ମୁଖ୍ୟାଳୟ ପୋଡିଓ୍ବାଲ ଯାହା ନାହନଠୁ ୬କିଲୋମିଟର ଦୂରରେ ଅବସ୍ଥିତ। ଏହି ସ୍ଥାନରେ ଭଗବାନ ଶିବଙ୍କର ଏକ ବିଚିତ୍ର ଚମତ୍କାର ମନ୍ଦିର ରହିଛି ଯାହାକୁ ପୋଡିଓ୍ବାଲ ଶିବ ମନ୍ଦିର କୁହାଯାଇଥାଏ।

ଲୋକମାନ୍ୟତା ଅନୁସାରେ,ଏହି ମନ୍ଦିରର ବିଶେଷତ୍ବ ହେଉଛି,ଏପରି ଏକ ମନ୍ଦିରର ବର୍ଣ୍ଣନା ରାମାୟଣ କାଳର ଏକ ମନ୍ଦିର ସହ କରାଯାଇଥିଲା। ଏଥିପାଇଁ ଏହି ମନ୍ଦିରକୁ ରାବଣଙ୍କ ସେହି ସ୍ବର୍ଗ ସିଡ଼ି ଥିବା ମନ୍ଦିର ସହ ତୁଳନା କରାଯାଇଥାଏ।

ପୌରାଣିକ କଥା ଅନୁସାରେ ରାବଣ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ। ଏହା ବଦଳରେ ଭଗବାନ ଶିବ ରାବଣଙ୍କୁ ବର ଦେଇଥିଲେ ଯେ ଯଦି ରାବଣ ଗୋଟିଏ ଦିନ ଭିତରେ ପାଞ୍ଚଟି ସିଢ଼ି ନିର୍ମାଣ କରିଦେବେ ତେବେ ତାଙ୍କୁ ଅମରତ୍ବ ମିଳିବ। କିନ୍ତୁ ଏହି ସିଡ଼ି ନିର୍ମାଣ କରିବା ସମୟରେ ରାବଣଙ୍କ ଆଖି ଲାଗିଯାଇଥିଲା। ଯାହା ଫଳରେ ରାବଣଙ୍କ ସ୍ବର୍ଗ ଯିବାର ସ୍ବପ୍ନ ସାକାର ହୋଇପାରିନଥିଲା ଏବଂ ଶରୀରରେ ଅମୃତ ରଖିଥିଲେ ସୁଦ୍ଧା ତାଙ୍କୁ ତାଙ୍କ ଦେହ ତ୍ୟାଗ କରିବାକୁ ପଡ଼ିଥିଲା।

ପ୍ରଚଳିତ ମାନ୍ୟତା ଅନୁସାରେ ରାବଣ ସ୍ବର୍ଗ ପାଇଁ ପ୍ରଥମ ସିଡ଼ି ହରିଦ୍ବାରରେ ନିର୍ମାଣ କରିଥିଲେ। ଏଥିପାଇଁ ଏହି ସ୍ଥାନକୁ ହରିଙ୍କର ସିଡ଼ି କୁହାଯାଇଥାଏ। ଦ୍ବିତୀୟ ସିଡ଼ି ବାଲାରେ,ତୃତୀୟ ସିଡ଼ି ଚୂଡ଼େଶ୍ବର ମହାଦେବ ଏବଂ ଚତୁର୍ଥ ସିଡ଼ି କିନ୍ନର କୈଳାସରେ ନିର୍ମାଣ କରିଥିଲେ। ପଞ୍ଚମ ସିଡ଼ି ନିର୍ମାଣ କରିବା ପୂର୍ବରୁ ରାବଣଙ୍କ ଆଖି ଲାଗିଯାଇଥିଲା ଏବଂ ଯେତେବେଳେ ସେ ଉଠିଥିଲେ ଦେଖିଲେ ସକାଳ ହୋଇଯାଇଥିଲା। କୁହାଯାଏ ଯେ ଦ୍ବିତୀୟ ସିଡ଼ିରେ ସ୍ଥାପିତ ଶିବଲିଙ୍ଗରେ ଭଗବାନ ଶିବ ଆଜି ବି ସାକ୍ଷାତ ବିଦ୍ୟମାନ ହେଉଛନ୍ତି। କିନ୍ତୁ ତାଙ୍କ ଦର୍ଶନ କେବଳ ତାଙ୍କ ପ୍ରକୃତ ଭକ୍ତ କରି ପାରିଥାଆନ୍ତି।  

   Related Posts