Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଔଷଧ ନୁହେଁ ବରଂ ଦେହରେ ନିଆଁ ଲଗାଇ କରାଯାଉଛି ରୋଗୀଙ୍କ ଚିକିତ୍ସା, ଏମିତି ହେଇଆସୁଛି ୧୦୦ ବର୍ଷ ହେଲା, କ୍ୟାନସର ମଧ୍ୟ ହେଉଛି ଭଲ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା,

17/09/2019 at 9:16 PM

ନୂଆଦିଲ୍ଲୀ୧୭|୯: ମଣିଷ ଶରୀରରେ ବିଭିନ୍ନ ପ୍ରକାର ରୋଗ ରହିଛି। କୌଣସି ରୋଗ​‌ରେ ମଣିଷ ଆକ୍ରାନ୍ତ ହେଲେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। କିନ୍ତୁ ରୋଗ ଭଲ ହେବା ପାଇଁ ଏମିତି ଏକ ଉପାୟ ରହିଛି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ବାସ ନକଲେ ବି ଏହା ସତ୍ୟ ଘଟଣା। ମଣିଷ ଦେହରେ ନିଆଁ ଲଗାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଆସନ୍ତୁ ଏହି ଚିକିତ୍ସା ପଦ୍ଧତି ସଂପର୍କରେ ଜାଣିବା..

ଝାଙ୍ଗଫଙ୍ଗଙ୍କ କହିବା ଅନୁସାରେ , ନିଆଁ ଥେରାପି ମାନବ ଇତିହାସର ଚର୍ତୁର୍ଥ କ୍ରାନ୍ତି। ସାଧାରଣତଃ ଚୀନରେ ଏହିଭଳି ଫାୟାର ଥେରାପି ମାଧ୍ୟରେ ଚିକିତ୍ସା କରାଯାଇଥାଏ। ଚୁଙ୍କୀ ନାମକ ଭୟଙ୍କର ରୋଗ ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିଥାଏ। ଏହି ରୋଗ ପାଇଁ ଡ଼ାକ୍ତରଙ୍କ ଆବଶ୍ୟକ ନାହିଁ ବରଂ ଫାୟାର ଥେରାପି ମାଧ୍ୟରେ ଚିକିତ୍ସା ହୋଇ ପାରିବ ବୋଲି ଝାଙ୍ଗପଙ୍ଗ ଦାବୀ କରିନ୍ତି। ଏହି ଫାୟାର ଥେରାପି ଦୀର୍ଘ ୧୦୦ ବର୍ଷ ହେଲା ଚୀନରେ କରାଯାଉଛି।

ସୂଚନାଯୋଗ୍ୟ ଯେ, ଫାୟାର ଥେରାପି କେବଳ ଗୋଟିଏ ରୋଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହି ପଦ୍ଧତିକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ଫାୟାର ଥେରାପି ମାଧ୍ୟମରେ ରୋଗୀଙ୍କୁ ଭଲ କରି ଦେଉଥିବା ବ୍ୟକ୍ତି ହେଉଛନ୍ତି ଝାଙ୍ଗଫାଙ୍ଗ। ଏଥିଲାଗି ସେ ମଧ୍ୟ ଚୀନରେ ବେଶ ଲୋକପ୍ରିୟ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଚିନ୍ତାରେ ସବୁବେଳେ ବୁଢ଼ି ରହୁଥିବା ବ୍ୟକ୍ତି ମଧ୍ୟ ଫାୟାର ଥେରାପି ନେଇଥାନ୍ତି। ଏହା ବ୍ୟତୀତ ଅବସାଦ, ବଦହଜମୀ ଓ କ୍ୟାନସର ଭଳି ରୋଗରେ ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଫାୟାର ଥେରାପି ବ୍ୟବହାର କରାଯାଇଥାଏ।

ଚୀନର ଗୋଟେ ଛୋଟ ଆପାର୍ଟମେଣ୍ଟରେ ଫାୟାର ଥେରାପିର ଉପଚାର ଝାଙ୍ଗ ଫାଙ୍ଗ କରୁଛନ୍ତି। ପ୍ରଥମେ ରୋଗୀଙ୍କ ପିଠିରେ କିଛି ଜଡ଼ିବୁଟି ଗୁଣ୍ଡ ବୋଳିଥାନ୍ତି। ଏହାପରେ ରୋଗ ଅନୁସାରେ ରୋଗୀଙ୍କ ସେହି ସ୍ଥାନରେ ଫାୟାର ଥେରାପି ଦେଇଥାନ୍ତି। ଏହାସତ୍ବେ  ଝାଙ୍ଗ ଫାଙ୍ଗଙ୍କୁ ବହୁ ବିବାଦରେ ଶିକାର ହେବାକୁ ପଡିଛି। ଏହିଭଳି ଫାୟାର ଥେରାପି କରିବା ପାଇଁ ତାଙ୍କ ପାଖରେ କୌଣସି ସାର୍ଟିଫିକେଟ ନାହିଁ। ହେଲେ ସେ ଏପରି କାହିଁକି କରୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ଫାୟାର ଥେରାପିରେ ମଧ୍ୟ ବହୁ ଲୋକ ଆଘାତ ପାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଚୀନରେ ଫାୟାର ଥେରାପି ପ୍ରକ୍ରିୟା ଏପର୍ଯ୍ୟନ୍ତ ଚାଲିଛି।

   Related Posts