ହ୍ରାସ ପାଉଛି ଅଶୋଧିତ ତୈଳ ଦର, ମାତ୍ର ସେହି ଭଳି କମୁନି ପେଟ୍ରୋଲ-ଡିଜେଲ୍ ରେଟ୍, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩: କରୋନା ଭୂତାଣୁ କାରଣରୁ ସମଗ୍ର ଦୁନିଆରେ କାରବାର ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଅଶୋଧିତ ତୈଳ ଦର ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ମୋଦୀ ସରକାର ଡିଜେଲ୍-ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ(ଏକ୍ସାଇଜ୍ ଡ୍ୟୁଟି) ୩ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ଯେ, ଏବେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଘଟିବ। ମାତ୍ର ଆଶ୍ଵସ୍ତର ବିଷୟ ଏହା  ଯେ, ତୈଳ ଦର ବଢିବ ନାହିଁ। ଅଶୋଧିତ ତୈଳ ଦର ହ୍ରାସ ହେବା କାରଣରୁ ଡିଜେଲ୍ –ପେଟ୍ରୋଲ ଦର ମଧ୍ୟ କମ ହେବାର ଥିଲା, ମାତ୍ର ସରକାର ଉତ୍ପାଦନ ଶୁଳ୍କ ବଢାଇ ତୈଳ ଦରକୁ ସ୍ଥିର ରଖିଛନ୍ତି ଏବଂ ଲୋକଙ୍କୁ ତୈଳ ଦର ହ୍ରାସର ଫାଇଦା ନଦେଇ ମୁନାଫା  ନିଜ ପକେଟରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":238405,"sizeSlug":"large"}

ପ୍ରଥମେ  ବୁଝନ୍ତୁ କଣ ଏହି ଏକ୍ସାଇଜ୍ ଡ୍ୟୁଟି

ଏକ୍ସାଇଜ୍ ଡ୍ୟୁଟି ବା ଉତ୍ପାଦନ ଶୁଳ୍କ ଏକ ପ୍ରକାରର ଟ୍ୟାକ୍ସ ହୋଇଥାଏ। ଏହା ଭାରତ ଭିତରେ ଉତ୍ପାଦନ ହେଉଥିବା ଯେ କୌଣସି ବସ୍ତୁ ବା ସାମଗ୍ରୀର ବିକ୍ରି ଉପରେ ଲଗାଯାଇଥାଏ। ସରକାର ଏହି ଅର୍ଥରୁ ରାଜସ୍ଵ ସଂଗ୍ରହ କରିଥାନ୍ତି ଏବଂ ଏହି ଅର୍ଥରେ ସାମାଜିକ କଲ୍ୟାଣ କାର୍ଯ୍ୟ କରିଥାନ୍ତି। କିନ୍ତୁ ଏହା ଜାଣନ୍ତୁ ଯେ, ଏହା କଷ୍ଟମ ଡ୍ୟୁଟିଠୁ ଭିନ୍ନ ଅଟେ, ଯାହା ବାହାର ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁ କରାଯାଏ। ଏବେ ସରକାର ପେଟ୍ରୋଲ-ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ୩ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥାତ ଏବେ ସରକାର ପେଟ୍ରୋଲ-ଡିଜେଲ୍ ଲିଟର ପିଛା ୩ ଟଙ୍କା ଫାଇଦା ପାଇବେ।

ଯଦି ଦେଖାଯିବ ତେବେ ଗତ ଦିନରେ ଅଶୋଧିତ ତୈଳ ଦର ଅହେତୁକ ହ୍ରାସ ଘଟିଛି। ବର୍ଷର ପ୍ରାରମ୍ଭରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୬୭ ଡଲାର ଅର୍ଥାତ ଲିଟର ପିଛା ତେଲ ୩୦.୦୮ ଟଙ୍କା ରହିଥିଲା। ଏବେ ମାର୍ଚ୍ଚ ୧୨  ହିସାବରେ ଦେଖିବା ତେବେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୩୮ ଡଲାର ରହିଛି ଅର୍ଥାତ ତେଲ ଲିଟରର ଦାମ ୧୭.୭୯ ଟଙ୍କା ହୋଇଛି। ମାତ୍ର ବଜାରରେ ଡିଜେଲ୍-ପେଟ୍ରୋଲ ଦରରେ ସେହି ଧରଣର ହ୍ରାସ ଘଟିନାହିଁ। ଆସନ୍ତୁ ଜାଣିବା ୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବଢିବା ପୂର୍ବରୁ କେମିତି ନିର୍ଦ୍ଧାରିତ ହେଉଥିଲା ଡିଜେଲ-ପେଟ୍ରୋଲ ଦର।

ଅଶୋଧିତ ତୈଳ ଦର

ପେଟ୍ରୋଲ/ଲିଟର- ୧୭.୭୯ ଟଙ୍କା, ଡିଜେଲ/ଲିଟର- ୧୭.୭୯ ଟଙ୍କା

ତୈଳ କମ୍ପାନୀର ଖର୍ଚ୍ଚ

ପେଟ୍ରୋଲ/ଲିଟର- ୧୩.୯୧ ଟଙ୍କା, ଡିଜେଲ/ଲିଟର- ୧୭.୫୫ ଟଙ୍କା

ଏକ୍ସାଇଜ ଡ୍ୟୁଟି+ ରୋଡ୍ ସେସ୍

ପେଟ୍ରୋଲ/ଲିଟର- ୧୯.୯୮ ଟଙ୍କା, ଡିଜେଲ/ଲିଟର- ୧୫.୮୩ ଟଙ୍କା

ପେଟ୍ରୋଲ ପମ୍ପ ମାଲିକଙ୍କ କମିଶନ

ପେଟ୍ରୋଲ/ଲିଟର- ୩.୫୫ ଟଙ୍କା, ଡିଜେଲ/ଲିଟର- ୨.୪୯ ଟଙ୍କା

ଭାଟ୍

ପେଟ୍ରୋଲ/ଲିଟର- ୧୪.୯୧ ଟଙ୍କା, ଡିଜେଲ/ଲିଟର- ୯.୨୩ ଟଙ୍କା

ମୋଟ୍ ପେଟ୍ରୋଲ ଦର- ୭୦.୧୪ ଟଙ୍କା, ପେଟ୍ରୋଲ ଦର- ୬୨.୮୯ ଟଙ୍କା

{"id":238410,"sizeSlug":"large"}

ପ୍ରାୟ ଅଧା ଟଙ୍କା ତ ଟ୍ୟାକ୍ସରେ ଯାଉଛି

ଅର୍ଥାତ ଯଦି କେବଳ ଟ୍ୟାକ୍ସ ଉପରେ ନଜର ପକାଇବା ତେବେ ମାର୍ଚ୍ଚ ୧୨ ସୁଦ୍ଧା ଉପଲବ୍ଧ ଏହି ତଥ୍ୟ ହିସାବରେ ଆମକୁ ପେଟ୍ରୋଲ ଲିଟର ପିଛା ୩୪.୮୯ ଟଙ୍କା ଟ୍ୟାକ୍ସ ରୂପେ ଦେଉଥିଲେ। ଏବେ ପୁଣି ଏହା ୩ ଟଙ୍କା ଆହୁରି ବୃଦ୍ଧି ଘଟିଛି। ଅନ୍ୟପଟେ ଡିଜେଲ୍ ଲିଟର ପ୍ରତି ୨୫.୦୬ ଟଙ୍କା ଟ୍ୟାକ୍ସ ଭାବେ ଆଦାୟ କରାଯାଉଛି।

ଅଦ୍ୟାବଧି ଅଶୋଧିତ ତୈଳ ଦର ହ୍ରାସ ପରେ ମଧ୍ୟ ଡିଜେଲ୍- ପେଟ୍ରୋଲ ଦରରେ କୌଣସି ହ୍ରାସ ଘଟିନାହିଁ। କାରଣ ସମସ୍ତ ଫାଇଦା ତୈଳ କମ୍ପାନୀ ରଖୁଥିଲେ। ଏବେ ତୈଳ କମ୍ପାନୀଙ୍କ ଫାଇଦା କମ୍ ହେବ ଏବଂ ସରକାରୀ ରାଜସ୍ଵରେ ଲିଟର ପିଛା ୩ ଟଙ୍କା ଆୟ ବଢିବ। ଫଳରେ ଗ୍ରାହକଙ୍କ ଲାଗି ଡିଜେଲ୍-ପେଟ୍ରୋଲ ଦର ସେମିତି ରହିବ ଯାହା ପୂର୍ବରୁ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.