ଶନିବାର ମଧ୍ୟାହ୍ନ ସୁଦ୍ଧା ସାରା ଦେଶରେ ୨୫୮ କରୋନା ପଜିଟିଭ, ଦେଖନ୍ତୁ କେଉଁ ରାଜ୍ୟରେ କେତେ ଜଣ ସଂକ୍ରମିତ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୩: ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ଆଉ ୨୨ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଭାରତରେ ସାରସ-କୋଭ-୨ ରୋଗୀଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ୨୫୮ ଜଣଙ୍କ ମଧ୍ୟରେ ୩୯ ବିଦେଶୀ ନାଗରିକ ଅଛନ୍ତି । ଏପର୍ଯ୍ୟନ୍ତ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରରୁ ଆସିଥିବା ୪ ଜଣଙ୍କ ମୃତ୍ୟୁ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ନୂଆ ମାମଲା ଆସିବା ପରେ ବର୍ତ୍ତମାନ ଏହା ୨୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଛି। ଜାନୁଆରୀ ୩୦ରେ କେରଳରୁ ଭାରତରେ ପ୍ରଥମ କୋଭିଡ-୧୯ ପଜିଟିଭ ରିପୋର୍ଟ ଆସିଛି । ତାପର ଦୁଇ ଦିନ ମଧ୍ୟରେ ଆଉ ଦୁଇଟି ପଜିଟିଭ ଚିହ୍ନଟ ହୋଇଥିଲା। ଏହି ୩ଜଣ ଚୀନ୍ ଉହାନରେ ଡାକ୍ତରୀ ଛାତ୍ର ଥିଲେ । ସେମାନେ ଉହାନରୁ ନିଜ ସହର କେରଳକୁ ଫେରିଥିଲେ । ବର୍ତ୍ତମାନ ୩ ଜଣ ସୁସ୍ଥ ହୋଇଯାଇଛନ୍ତି।

ମହାରାଷ୍ଟ୍ର :

ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଯାହାକି ସର୍ବାଧିକ କୋଭିଡ-୧୯ ମାମଲା । ଗତ ଶୁକ୍ରବାର ରାତିରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ମୁମ୍ବାଇରୁ ଆଉ ୧୦ ଜଣ ଏବଂ ପୁଣେରୁ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ ୮ଜଣ ବିଦେଶରୁ ଫେରିଥିବା ବେଳେ ସେମାନଙ୍କଠାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ୬୩ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୪ ଜଣ କରୋନା ଭାଇରସ୍ ପଜିଟିଭ୍ ଲୋକଙ୍କଠାରୁ ସଂକ୍ରମିତ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ଜଣଙ୍କର ମୃତ୍ୟୁ ହୋଇଛି ।

କେରଳ :

ମହାରାଷ୍ଟ୍ର ପରେ କେରଳରେ କରୋନା ଭାଇରସରେ ୨ ଜଣ ବିଦେଶୀଙ୍କ ସମେତ ୪୦ଜଣ ସଂକ୍ରମିତ ହୋଇଛନ୍ତି । ୧୨ଟି ନୂଆ ମାମଲା ସହିତ କେରଳରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୭ଜଣ ଭାରତୀୟ ଏବଂ ୫ ଜଣ ବିଦେଶୀ ନାଗରିକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରୁ ୩ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଶନିବାର ସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ।

ଉତ୍ତରପ୍ରଦେଶ :

ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ଶୁକ୍ରବାର ସୁଦ୍ଧା କରୋନା ଭାଇରସରେ ୨୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ବିଦେଶୀ ଅଛନ୍ତି। ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୯ ଜଣ ଲୋକ ଏହି ଭାଇରସ୍ କବଳରୁ ସୁସ୍ଥ ହୋଇଛନ୍ତି ।

ଦିଲ୍ଲୀ :

ଦିଲ୍ଲୀରେ ଜଣେ ବିଦେଶୀଙ୍କ ସମେତ ୨୬ ଜଣ ଶ୍ବାସକ୍ରିୟା ରୋଗରେ ଆକ୍ରାନ୍ତ ଅଛନ୍ତି । ରାଜଧାନୀରେ ଜଣଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି ଏବଂ ୫ ଜଣ ଲୋକ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।

ରାଜସ୍ଥାନ :

ରାଜସ୍ଥାନରେ ୨ ଜଣ ବିଦେଶୀଙ୍କ ସମେତ ୨୩ ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। କୋଭିଡ-୧୯ରୁ ତିନି ଜଣ ସୁସ୍ଥ ହୋଇ ଘରକୁ ପଠାଇଛନ୍ତି।

ହରିୟାଣା :

ହରିୟାଣାରେ ୧୪ ଜଣ ବିଦେଶୀଙ୍କ ସମେତ ୨୦ ଜଣ ଲୋକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ କେହି ସୁସ୍ଥ ହୋଇନଥିବା ବେଳେ କାହାର ମୃତ୍ୟୁ ହୋଇନାହିଁ ।

ତେଲେଙ୍ଗାନା :

ତେଲେଙ୍ଗାନାରେ ଏପର୍ଯ୍ୟନ୍ତ ୧୯ ଜଣ କୋଭିଡ-୧୯ରେ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶୀ ଅଛନ୍ତି। ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କର୍ଣ୍ଣାଟକ :

କରୋନା ଭାଇରସ୍ ରେ କର୍ଣ୍ଣାଟକର ୧୫ଟି ନିଶ୍ଚିତ ମାମଲା ଅଛି | ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ସୁସ୍ଥ ହୋଇନାହାନ୍ତି ।

ଲଦାଖ ଏବଂ ଜାମ୍ମୁ କାଶ୍ମୀର :

ୟୁନିଅନ୍ ଟେରିଟୋରୀ ଲଦାଖରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୧୩ ବୃଦ୍ଧି ପାଇଛି ଏବଂ ଜାମ୍ମୁ କାଶ୍ମୀରରେ ୪ଜଣ କରୋନା ଭାଇରସ୍ ସଂକ୍ରମିତ ଅଛନ୍ତି ।

ଗୁଜୁରାଟ :

ଗୁଜୁରାଟରେ ୮ ଜଣ ରୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି ।

ମଧ୍ୟପ୍ରଦେଶ :

ମଧ୍ୟପ୍ରଦେଶରେ ୪ ଜଣ ସାରସ-କୋଭ-୨ରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ତାମିଲନାଡୁ :

ତାମିଲନାଡୁରେ ୩ ଜଣ କରୋନା ଭାଇରସ୍ ରେ ଆକ୍ରାନ୍ତ ଥିବାବେଳେ ଏବଂ ଜଣେ ସୁସ୍ଥ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶ :

ଆନ୍ଧ୍ରପ୍ରଦେଶରେ ୩ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି ।

ଉତ୍ତରାଖଣ୍ଡ :

ଉତ୍ତରାଖଣ୍ଡରେ ମଧ୍ୟ ୩ଜଣ ସଂକ୍ରମିତ ହୋଇଛନ୍ତି ।

ପଶ୍ଚିମବଙ୍ଗ :

ପଶ୍ଚିମବଙ୍ଗରେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପଞ୍ଜାବ :

ପଞ୍ଜାବରେ ଦୁଇ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ରହିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଓଡିଶା :

ଓଡିଶାରେ ଦୁଇଜଣ ରୋଗୀ ସଂକ୍ରମିତ ହୋଇଛନ୍ତି।

ହିମାଚଳ ପ୍ରଦେଶ :

ହିମାଚଳ ପ୍ରଦେଶରେ ଦୁଇଜଣ ରୋଗୀ ସଂକ୍ରମିତ ହୋଇଛନ୍ତି।

ଛତିଶଗଡ :

ଛତିଶଗଡରେ କୋଭିଡ-୧୯ରେ ଜଣେ ରୋଗୀ ସଂକ୍ରମିତ ଅଛନ୍ତି ।

ଚଣ୍ଡିଗଡ :

ଚଣ୍ଡିଗଡରେ ଜଣେ କୋଭିଡ-୧୯ରେ ସଂକ୍ରମିତ ଅଛନ୍ତି ।

ପୁଡୁଚେରୀ :

ପୁଡୁଚେରୀର ୟୁନିଅନ୍ ଅଞ୍ଚଳରେ ଏପର୍ଯ୍ୟନ୍ତ କୋଭିଡ୍-୧୯ର ଜଣେ ଆକ୍ରାନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.