Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ମୁହଁ ଖୋଲିଲେ ବିରାଟ କୋହଲି, କହିଲେ ଜଣାନାହିଁ ରୋହିତ କାହିଁକି ଦଳରେ ନାହାନ୍ତି

26/11/2020 at 9:45 PM

ନୂଆଦିଲ୍ଲୀ ୨୬/୧୧ : ରୋହିତ ଶର୍ମାଙ୍କୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି ଯେ, ରୋହିତଙ୍କ ଆହତ ସମସ୍ୟା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି କି ତାଙ୍କୁ ମଧ୍ୟ ଜଣାନାହିଁ ଯେ ଅନ୍ୟ ଖେଳାଳୀମାନଙ୍କ ସହି ରୋହିତ କାହିଁକି ଅଷ୍ଟ୍ରେଲିଆ ଆସିଲେ ନାହିଁ ।

ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ସାମ୍ବାଦିକ ସମ୍ମୀଳନୀରେ କୋହଲି କହିଛନ୍ତି ଚଳିତ ମାସ ଆରମ୍ଭରେ ହୋଇଥିବା ଚୟନ ପ୍ରକ୍ରିୟାରେ ରୋହିତଙ୍କୁ ଅନଫିଟ୍ ଘୋଷଣା କରାଯାଇଥିଲା । କୋହଲି କହିଛନ୍ତି ଚୟନ କମିଟି ବୈଠକ ପୂର୍ବରୁ ଖେଳାଳୀମାନଙ୍କୁ ରୋହିତ ଟିମରେ ନଥିବା ନେଇ ଇ-ମେଲ ଜରିଆରେ ଜଣାଇ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ଆହତ କାରଣରୁ ସେ ଦଳରେ ସାମିଲ ହେଇପାରିବେ ନାହିଁ ।

କୋହଲି କହିଛନ୍ତି ଏହା ପରେ ରୋହିତ ଆଇପିଏଲ ଖେଳିଥିଲେ ଏବଂ ଆମେ ସମସ୍ତେ ଭାବିଥିଲୁ ଯେ ରୋହିତ ଫିଟ ହୋଇଯାଇଛନ୍ତି ଏବଂ ସେ ଆମ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୋଲି । ପରବର୍ତ୍ତି ସମୟରେ କିନ୍ତୁ ସେ ଆମ ସହିତ ଫ୍ଲାଇଟରେ ଯାଇନଥିଲେ କିମ୍ବା ଆମକୁ ସେ ନଯିବା ନେଇ କୌଣସି ସୂଚନା ମଧ୍ୟ ଦିଆଯାଇନଥିଲା ।

ଆହତ ସମସ୍ୟା ଦେଇ ଗତି କରୁଥିବା ରୋହିତଙ୍କୁ ବର୍ତ୍ତମାନ ବେଙ୍ଗାଲୁରୁର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ରିହେବିଲିଟେସନ୍ କରାଯାଉଛି ଏବଂ ଟିମରେ ସାମିଲ ହେବାକୁ ତାଙ୍କୁ ଆହୁରୀ ୩ ସପ୍ତାହ ସମୟ ଲାଗିପାରେ । ଡିସେମ୍ବର ୧୧ ରେ ପୁଣି ଥରେ ରୋହିତଙ୍କର ଫିଟନେସ ଟେଷ୍ଟ୍ କରାଯିବ ।

   Related Posts