Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସେ ହସ ମଣିଷ : କମେଡ଼ିଆନ୍ ରାଜପାଲଙ୍କ ଜନ୍ମଦିନରେ ଦେଖନ୍ତୁ ଏସବୁ ଭିଡିଓ , ହସି ହସି ବେଦମ୍ ହୋଇଯିବେ

16/03/2020 at 1:13 PM

ମୁମ୍ବାଇ ୧୬/୩: ନିଜ କମେଡ଼ିରେ ଲୋକଙ୍କୁ ମନୋରଞ୍ଜନ କରାଉଥିବା ଅଭିନେତା ରାଜପାଲ ଯାଦବ ଆଜି ନିଜର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ନବେ ଦଶକରେ ଜନି ଲିଭର ନିଜ କମେଡ଼ି ପାଇଁ ବଲିଉଡରେ ଖୁବ୍ ସଫଳତା ହାସଲ କରିଥିଲେ। ଏହା ପରେ ରାଜପାଲ ଯାଦବ ମଧ୍ୟ କମେଡ଼ିଆନ୍ ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ।

ରାଜପାଲ ଯାଦବ ନିଜ କ୍ୟାରିୟରର ଆରମ୍ଭରେ ଫିଲ୍ମରେ ଗମ୍ଭୀର ଭୂମିକାରେ ଅଭିନୟ କରୁଥିଲେ। ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଜଙ୍ଗଲ’ରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ରାଜପାଲ ଧୀରେ ଧୀରେ ନିଜ ପାଦ କମେଡ଼ି ଜଗତରେ ଥାପିଥିଲେ। ସେ ମଧ୍ୟ ଅନେକ ଫିଲ୍ମରେ ନିଜ କମେଡ଼ି ଦ୍ବାରା ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇପାରିଛନ୍ତି। ଡାଇରେକ୍ଟର ପ୍ରିୟଦର୍ଶନଙ୍କ ଅନେକ ଫିଲ୍ମରେ ରାଜପାଲ ଯାଦବ କମେଡ଼ି ଭୂମିକାରେ ଅଭିନୟ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ୫ଟି ଚମତ୍କାର ଭୂମିକା ବିଷୟରେ

ରାଜପାଲ ଯାଦବ ଫିଲ୍ମ ‘ମାଲାମାଲ ଓ୍ବିକଲି’ରେ କାମ କରିଥିଲେ। ,ହି ଫିଲ୍ମରେ ସେ ବାଜେର ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ରିତେଶ ଦେଶମୁଖ,ଓମ ପୁରୀ,ପରେଶ ରାଓ୍ବଲ ଅଭିନୟ କରିଥିଲେ।

ଏହା ବ୍ୟତୀତ ରାଜପାଲ ଯାଦବ ଫିଲ୍ମ ‘ଚୁପ ଚୁପ କେ’ ରେ ମଧ୍ୟ ନିଜ ଭୂମିକା ପାଇଁ ଖୁବ୍ ଲୋକପ୍ରିୟ ହୋଇଥିଲେ। ଶାହିଦ କପୁରଙ୍କ ସହ ତାଙ୍କ ଯୋଡ଼ି ଖୁବ୍ ଚର୍ଚ୍ଚାକୁ ଆସିଥିଲା।

ରାଜପାଲ ଯାଦବ ପ୍ରିୟଦର୍ଶନଙ୍କ ସହ ଫିଲ୍ମ ‘ହଙ୍ଗାମା’ ରେ ମଧ୍ୟ କାମ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଆଫତାବ ଶିବଦଶାନୀ,ଅକ୍ଷୟ ଖାନ୍ନା ଏବଂ ରିମି ସେନ୍ ମଧ୍ୟ ଥିଲେ।

ଫିଲ୍ମ ‘ମେନେ ପ୍ୟାର କ୍ୟୁଁ କିୟା’ରେ ରାଜପାଲ, ସଲମାନ ଖାନ୍ ,ସୁଷ୍ମିତା ସେନ,କାଟରିନା କୈଫଙ୍କ ସହ କାମ କରିଥିଲେ।

ରାଜପାଲ ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଖଟ୍ଟା ମିଠା’ରେ ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମରେ ଜନି ଲିଭର ଏବଂ ରାଜପାଲ ଯାଦବଙ୍କ ଯୋଡ଼ି ଫ୍ୟାନଙ୍କୁ ଖୁବ୍ ହସାଇଥିଲେ।

   Related Posts