ଦକ୍ଷିଣ ଭାରତୀୟ ଅଭିନେତାଙ୍କ ପତ୍ନୀଙ୍କ ବିଷୟରେ ଜାଣିଛନ୍ତି କି : କେହି କୋଟି କୋଟି ଟଙ୍କାର ମାଲିକାଣୀ ଥିବାବେଳେ କେହି ଦୂରେଇ ଯାଇଛନ୍ତି ଫିଲ୍ମରୁ

Published By : Prameya-News7 Bureau | May 23, 2019 IST

ମୁମ୍ବାଇ ୨୩/୫: ଦକ୍ଷିଣ ଭାରତୀୟ ଅଭିନେତାଙ୍କ ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆଜି ଆମେ ଜାଣିବା ତାଙ୍କ ପତ୍ନୀଙ୍କ ବିଷୟରେ

{"id":115108,"width":595,"height":371}

୧.ରାମ ଚରଣ ତେଜାଙ୍କ ପତ୍ନୀ ଉପାସନା କାମିନେନୀ : ଦକ୍ଷିଣ ଭାରତୀୟ ସୁପରଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମ ଚରଣ ତେଜା ଟଲିଉଡର ସବୁଠୁ ଧନୀ ଅଭିନେତାଙ୍କ ମଧ୍ୟରେ ଜଣେ। ରାମଚରଣ ୨୦୧୨ମସିହା ଜୁନ୍ ୧୪ତାରିଖ ଆପୋଲୋ ହସ୍ପିଟାଲର ଏକ୍ସିକ୍ୟୁଟିଭ ଚେୟାରମ୍ୟାନ୍ ପ୍ରତାପ ସି.ରେଡ୍ଡୀଙ୍କ ନାତି ଉପାସନା କାମିନେନିଙ୍କୁ ବିବାହ କରିଥିଲେ। ଉପାସନା ଜଣେ ବ୍ୟବସାୟୀ।

{"id":115111,"width":597,"height":510}

୨.ଅଜିତ କୁମାରଙ୍କ ପତ୍ନୀ ଶାଳିନୀ : ଅଜିତ କୁମାର ୨୦୦ମସିହାରେ ଶାଳିନୀଙ୍କୁ ବିବାହ କରିଥିଲେ। ‘ଅମରକଲାମ’ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କର ଦେଖା ହୋଇଥିଲା। ଶାଳିନୀ ନିଜ କ୍ୟାରିୟର ଆରମ୍ଭରୁ ଅଜିତ କୁମାରଙ୍କୁ ବିବାହ କରିଥିଲେ।

{"id":115114,"width":594,"height":445}

୩. ବିଜୟ ସେତୁପତିଙ୍କ ପତ୍ନୀ ଜୈସ୍ସି ସେତୁପତି: ବିଜୟ ସେତୁପତି ତାମିଲ ସିନେମାର ସବୁଠୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ। ବିଜୟ ଏହି ବର୍ଷ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ ‘ପେଟା’ରେ ନଜର ଆସିଥିଲେ। ବିଜୟ ସେତୁପତିଙ୍କ ପତ୍ନୀଙ୍କ ନାଁ ଜୈସ୍ସି ସେତୁପତି। ଦୁହେଁ ୨୦୦୩ମସିହାରେ ବିବାହ କରିଥିଲେ।

{"id":115115,"width":594,"height":413}

୪.ଆଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀ : ୨୦୦୩ମସିହାରେ ଆଲ୍ଲୁ ଅର୍ଜ୍ଜୁନ ଲାଲକୃଷ୍ଣ ରାଘବେନ୍ଦ୍ର ରାଓଙ୍କ ଫିଲ୍ମ ‘ଗଙ୍ଗୋତ୍ରୀ’ରୁ ଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେଲୁଗୁ ଫିଲ୍ମର ରୋମାଣ୍ଟିକ୍ ହିରୋ ଆଲ୍ଲୁ ଅର୍ଜ୍ଜୁନ ୨୦୧୧ମସିହା ମାର୍ଚ୍ଚ ୬ତାରିଖରେ ହାଇଦ୍ରାବାଦର ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ। ଆଲ୍ଲୁ ପ୍ରଥମ ନଜରରେ ସ୍ନେହାଙ୍କୁ ଭଲ ପାଇ ବସିଥିଲେ। ଉଭୟଙ୍କ ସାକ୍ଷାତ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ହୋଇଥିଲା। ଆଲ୍ଲୁ ପ୍ରେମ ବିବାହ କରିଥିଲେ।

{"id":115117,"width":596,"height":397}

୫.ଜୁନିୟର ଏନଟିଆରଙ୍କ ପତ୍ନୀ ଲକ୍ଷ୍ମୀ : ଦକ୍ଷିଣ ଭାରତୀୟ ସୁପରଷ୍ଟାର ଜୁନିୟର ଏନଟିଆର ୨୦୧୧ମସିହାରେ ଲକ୍ଷ୍ମୀ ପ୍ରନଥୀଙ୍କୁ ବିବାହ କରିଥିଲେ। ଜୁନିୟର ଏନଟିଆରଙ୍କ ପାଇଁ ଲକ୍ଷ୍ମୀଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟ ମନ୍ତ୍ରୀ ଚନ୍ଦ୍ରବାବୁ ନାଏଡ଼ୁ ବାଛିଥିଲେ।

{"id":115120,"width":593,"height":332}

୬.ମହେଶ ବାବୁଙ୍କ ପତ୍ନୀ ଅଭିନେତ୍ରୀ ନମ୍ରତା ଶିରୋଦକର : ସାଉଥର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ଗଣନା ଆଗେ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ହେଉଥିଲା। ମଡେଲ୍ ଏବଂ ଅଭିନେତ୍ରୀ ନମ୍ରତା ଶିରୋଦକର ‘କଚ୍ଚେ ଧାଗେ’,‘ପୁକାର’ ଏବଂ ‘ବାସ୍ତବ’,‘ଜବ ପ୍ୟାର କିସି ସେ ହୋତା ହେ’,‘ହିରୋ ହିନ୍ଦୁସ୍ତାନୀ’,‘ଦିଲ ଭିଲ ପ୍ୟାର ଭ୍ୟାର’,‘ଇନସାଫ’,‘ଅସ୍ତିତ୍ବ’,‘ତେରା ମେରା ସାଥ ରହେ’,‘ଅଲବେଲା’,‘ମସିହା’,‘ପ୍ରାନ ଯାୟେ ପର ଶାନ ନା ଯାୟେ’ ଏବଂ ‘ଏଲଓସି କାରଗିଲ’ ଭଳି ଫିଲ୍ମରେ ଅଭିନୟ କରି ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.