Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କରୋନା ପରି ମହାମାରୀକୁ ରୋକିବା ପାଇଁ କେତୋଟି ଉପାୟ…

19/04/2020 at 10:41 PM

ନୂଆଦିଲ୍ଲୀ ୧୯/୦୪ : କରୋନା ମହାମାରୀକୁ ପରିବେଶ ବିଶେଷଜ୍ଞ ପ୍ରକୃତିର ଏକ ସନ୍ଦେଶ ଭାବେ ଗ୍ରହଣ କରୁଛନ୍ତି ଯାହା ମଣିଷକୁ ତାର କୃତ କର୍ମର ଚେତାବନୀ ଦେଉଛି | ଯୁକ୍ତରାଷ୍ଟ୍ରର ପରିବେଶ ମୁଖ୍ୟ ଇଙ୍ଗର ଏଣ୍ଡରସନ କହିବାନୁଯାୟୀ, ପ୍ରକୃତ ଉପରେ ମାନବ ଜାତି ନାନା ଚାପ ସୃଷ୍ଟି କରୁଛି | ଯାହାର ଫଳସ୍ୱରୂପ ଵିଧ୍ଵଂସ ରୂପରେ ସାମ୍ନାକୁ ଆସୁଛି | ଯଦି ଆମେ ସମସ୍ତେ ପୃଥିବୀର ଯତ୍ନ ନେବାରେ ବିଫଳ ହେବା ତାହେଲେ ଆମେ ନିଜକୁ ମଧ୍ୟ ସୁରକ୍ଷିତ ରଖି ପାରିବାନାହିଁ |

ଦୁନିଆର ଅନେକ ବୈଜ୍ଞାନିକ ଧରିତ୍ରୀ ଓ ଏହାର ଉତ୍ସଗୁଡିକର ବିନାଶକୁ ନିଆଁ ସହ ଖେଳିବା ସହ ସମାନ ବୋଲି କହିଛନ୍ତି | ବୈଜ୍ଞାନିକମାନେ କହିଛନ୍ତି କରୋନା ମହାମାରୀ ରୂପରେ ଏହା ଧରିତ୍ରୀର ଏକ ସ୍ପଷ୍ଟ ଚେତାବନୀ | ବନ୍ୟ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବଢୁଥିବା ହସ୍ତକ୍ଷେପ ଓ ଅତ୍ୟାଚାର ଯଦି ସୀମିତ ନ ହୁଏ ତାହେଲେ ଭବିଷ୍ୟତରେ କରୋନା ଠାରୁ ମଧ୍ୟ ଘାତକ ମହାମାରୀ ପାଇଁ ମାନବ ଜାତିକୁ ପ୍ରସ୍ତୁତ ରହିବାକୁ ହେବ | ବିଶ୍ୱ ବ୍ୟାପି ଜୀବନ୍ତ ପ୍ରାଣୀମାନଙ୍କର ମଣ୍ଡି ଉପରେ ନିଷେଧାଦେଶର ଜାରି କରିବା ଆବଶ୍ୟକତା ରହିଛି | ଏହି ସବୁ ମଣ୍ଡିକୁ ବିଶେଷ ରୋଗର ମିଶ୍ରଣ ବୋଲି କୁହାଯାଏ |
ପ୍ରକୃତିବାଦୀମାନଙ୍କ କହିବାନୁଯାୟୀ, ପ୍ରକୃତି ଆମକୁ ବାରମ୍ବାର ଚେତାବନୀ ଦେଉଛି, କିନ୍ତୁ ଆମେ ଚେତୁ ନାହୁଁ | ପ୍ରାକୃତିକ ବିପର୍ଯ୍ୟୟର ବୃଦ୍ଧି ପାଉଥିବା ସତ୍ୱେ ଆମ ଆଖି ଖୋଲୁନାହିଁ | ତମାମ ଦେଶର ଜଙ୍ଗଲରେ ଲାଗୁଥିବା ନିଆଁ, ଗରମ ବୃଦ୍ଧି ପାଇବା, ପଙ୍ଗପାଳ ଦଳର ଆକ୍ରମଣ ବୃଦ୍ଧି ପରି ପ୍ରକୃତି ଆମକୁ ସମସ୍ତ ଘଟଣା ବିଷୟରେ ଚେତାବନୀ ଦେଇଛି |

ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ-୧୯ ଭଳି ମହାମାରୀକୁ ରୋକିବା ପାଇଁ କେବଳ ଗୋଟିଏ ହିଁ ଉପାୟ ଅଛି | ପ୍ରଥମତଃ ଧରିତ୍ରୀରେ ବୃଦ୍ଧି ପାଉଥିବା ଗରମକୁ ରୋକିବାକୁ ହେବ | ଦ୍ୱିତୀୟରେ ଚାଷ, ଖଣି ଏବଂ ଗୃହ ଭଳି ସମସ୍ତ ମାନବ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଙ୍ଗଲ କ୍ଷୟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର ଆବଶ୍ୟକତା ରହିଛି | ଏହି ଉଭୟ କାର୍ଯ୍ୟକଳାପ ବନ୍ୟଜନ୍ତୁଙ୍କୁ ମନୁଷ୍ୟର ସଂସ୍ପର୍ଶରେ ଆସିବାକୁ ବାଧ୍ୟ କରିଥାଏ |

ଚେତାବନୀର ଚାରୋଟି ମନ୍ତ୍ର :
୧. ସୁସ୍ଥ ଇକୋସିଷ୍ଟମ୍ ଏହି ରୋଗଗୁଡିକ ସହିତ ଲଢ଼ିବାରେ ଆମକୁ ସାହାଯ୍ୟ କରିଥାଏ | ଜୈବିକ ବିବିଧତା ରୋଗର ଶୀଘ୍ର ବିସ୍ତାରକୁ କଷ୍ଟସାଧ୍ୟ କରିଥାଏ |
୨. ଏକ ଆକଳନ ଅନୁଯାୟୀ, ୧୦ ଲକ୍ଷ ଜୀବ ଏବଂ ଉଦ୍ଭିଦ ପ୍ରଜାତି ବିପଦରେ ଅଛନ୍ତି |
୩. ପ୍ରତି ଚାରି ମାସରେ ଥରେ ଏକ ନୂଆ ସଂକ୍ରାମକ ରୋଗ ମଣିଷକୁ ଘେରିଥାଏ | ଏହି ନୂଆ ରୋଗର ତିନି ଚତୁର୍ଥାଂଶ ପଶୁମାନଙ୍କଠାରୁ ଆସିଥାଏ |
୪. ଯଦି ଆମେ ସ୍ଥାୟୀ ମଡେଲ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନ ଏବଂ ଜୈବିକ ବିବିଧତା ନଷ୍ଟକୁ ରୋକିବାକୁ ଚେଷ୍ଟା କରୁ, ତାହେଲେଏହା କେବଳ ପ୍ରକୃତି ପାଇଁ ଲାଭଦାୟକ ନୁହେଁ ବରଂ ମାନବ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷା ଦେବ |

   Related Posts