ସ୍ବାସ୍ଥ୍ୟମନ୍ତ୍ରୀଙ୍କ ୬ଟି ପରାମର୍ଶ

Published By : Prameya-News7 Bureau | May 10, 2020 IST

ଭୁବନେଶ୍ବର୧୦/୫: ପ୍ରତି ପଞ୍ଚାୟତରେ ଖୋଲିଛି କ୍ବାରାଣ୍ଟାଇନ ସେଣ୍ଟର । ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକମାନେଏବେ ଏହି କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଛନ୍ତି। ତେବେ ଗାଁ ମୁଣ୍ଡ ଏହି କ୍ବାରେଣ୍ଟାଇନ କେନ୍ଦ୍ରରେ ପରିବାର ଲୋକେ ଟହଲ ମାରୁଥିବାର ଦେଖିବାକୁ ମିଳୁଛି। ଯାହାକି ସଂକ୍ରମଣ ଡେଇଁବା ଆଶଙ୍କା ସୃଷ୍ଟି କରିଛି। ସେପଟେ କ୍ବାରାଣ୍ଟାଇନ କେନ୍ଦ୍ରରେ ବାରମ୍ବାର ଗଣ୍ଡଗୋଳ ସୃଷ୍ଟି ହେବା ସେଠାରେ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜଗ୍‌ତ୍‌ସିଂହପୁର ଜିଲ୍ଲା ଏସଭିଏମ କଲଜରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର। ୨୦୦ରୁ  ଉର୍ଦ୍ଧ୍ବ ପ୍ରବାସୀ ଏଠାରେ କ୍ବାରାଣ୍ଟାଇନରେ ରହିଛନ୍ତି। କ୍ବାରାଣ୍ଟାଇନ କେନ୍ଦ୍ର ନିକଟକୁ କେହି ନଯିବା ପାଇଁ ନିୟମ ରହିଛି। ସେଥିପାଇଁ ଏଠାରେ ୧୪୪ ଧାରା ଜାରି କରାଯାଇଛି । ହେଲେ ନିୟମ ତା ବାଟରେ କାର୍ଯ୍ୟକାରିତା ତା ବାଟରେ। ସଙ୍ଗରୋଧରେ ରହିଥିବା ଲୋକଙ୍କୁ ଦେଖି କରିବାକୁ କିଏ ବିସ୍କୁଟ କୁରକୁରେ ଧରି ପହଞ୍ଚିଲାଣି ତ ଆଉ ଏ କିଏ ସୁରଟ ମୁମ୍ବାଇରୁ ପୁଅ ଆଣିଥିବା ଜିନିଷପତ୍ର ଘରକୁ ନେବାକୁ ଆସିଲାଣି। କେବଳ ଜଗ୍‌ତସିଂହପୁରରେ ନୁହେଁ ସବୁ ଗାଁରେ ଚାଲିଛି। ମାନେ କ୍ବାରାଣ୍ଟାଇନ କେନ୍ଦ୍ରରେ ଟହଲ ମାରୁଛନ୍ତି ସଂପର୍କିୟମାନେ।

ପୂର୍ବରୁ ମଧ୍ୟ ଆମେ ଦେଖାଇଥିଲୁ ଭଦ୍ରକ ଓ ଗଞ୍ଜାମରେ ସମାନ ଘଟଣାମାନ। କ୍ବାରାଣ୍ଟାଇନ କେନ୍ଦ୍ର ବାଡ଼ ଏପାଖସେପାଖରେ ଚାଲିଛି ବାର୍ତ୍ତାଳାପ। ସେମିତି ତରକାରୀ ଦିଆନିଆ। ଏମିତି ହେଲେ ସଂକ୍ରମଣ ଡେଇଁବା ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ସଂଗରୋଧରେ ରହୁଥିବା ଲୋକମାନଙ୍କୁ କିଛି ପରାମର୍ଶ ବି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ  ନବ ଦାସ । ୧ - ସଂଗରୋଧ ଶିବିର ବାହାରକୁ ଯାଆନ୍ତୁ ନାହିଁ ୨- ଶିବିରକୁ କାହାକୁ ଡାକନ୍ତୁ ନାହିଁ ।୩-  ନିଜ ସାଥିରେ ଆଣିଥିବା ଜିନିଷ, ଲୁଗାପଟା, ଉପହାର ଆଦି ଘରକୁ ପଠାନ୍ତୁ ନାହିଁ। ୪ - ଅନ୍ୟର ବିଛଣା ପାଖକୁ ଯାଆନ୍ତୁ ନାହିଁ ୫- ଅନ୍ୟର ଜିନିଷପତ୍ର  ବ୍ୟବହାର କରନ୍ତୁ ନାହିଁ। ୬-  ଏଣେତେଣେ ଛେପ ଖଙ୍କାର ନପକାଇବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ନିୟମ ନମାନିଲେ ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଆଠଗଡ଼: ତିଗିରିଆ ବ୍ଳକ ଭୀରୁଡ଼ା   ପଞ୍ଚାୟତରେ କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ।ପଞ୍ଚାୟତ କାର୍ଯ୍ୟାଳୟକୁ ଭଙ୍ଗାରୁଜା  କରିବା ସହିତ କ୍ବାରେଣ୍ଟାଇନ୍ ରେ ଥିବା ପ୍ରବାସୀଙ୍କ  ପାଇଁ ହୋଇଥିବା ଖାଦ୍ୟ ସାମଗ୍ରୀ ଜଣେ ଯୁବକ ଫିଙ୍ଗାଫୋପୋଡା କରିଥିବା ଅଭିଯୋଗ ହୋଇଛି। ପୋଲିସ  ମଦ୍ୟପ ଅଜିତ୍ ରାଉତରାୟଙ୍କୁ ଥାନାରେ ଅଟକ ରଖିଛି ତିଗିରିଆ ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.