ଦେବୀ ଲକ୍ଷ୍ମୀଙ୍କର ହେଉଛି ୮ଟି ରୂପ : ଧନ ପାଇଁ ଧନ ଲକ୍ଷ୍ମୀ ଏବଂ ପଦୋନ୍ନତି ପାଇଁ କରାଯାଏ ଗଜଲକ୍ଷ୍ମୀଙ୍କ ପୂଜା
22/10/2019 at 3:57 PM

ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ବିଷୟରେ କୁହାଯାଇଛି। ଏଗୁଡ଼ିକ ମଧ୍ୟରୁ ୮ଟି ରୂପ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରଦାନ କରିଥାଆନ୍ତି। ଆଜି ଆମେ ଜାଣିବୁ ଦେବୀଙ୍କ ଏହି ୮ଟି ରୂପ ବିଷୟରେ
୧.ବୀର ଲକ୍ଷ୍ମୀ : ଏହି ଦେବୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ। ତାଙ୍କର ଭକ୍ତଙ୍କ ପ୍ରତି ଖରାପ ଶକ୍ତି ଏବଂ ତନ୍ତ୍ର ମନ୍ତ୍ରର ଖରାପ ପ୍ରଭାବ ପଡ଼ିନଥାଏ।
୨. ଗଜ ଲକ୍ଷ୍ମୀ : ଦେବୀ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଜୀବନରେ ମାନ ସମ୍ମାନ ମିଳିଥାଏ। ଚାକିରୀରେ ପଦୋନ୍ନତି କିମ୍ବା ରାଜନୀତିରେ ଉଚ୍ଚ ପଦ ପାଇବା ପାଇଁ ତାଙ୍କୁ ପୂଜା କରିବା ଉଚିତ୍।
୩. ସନ୍ତାନ ଲକ୍ଷ୍ମୀ : ମାଆ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ସନ୍ତାନ ସୁଖ ମିଳିଥାଏ। ସନ୍ତାନଙ୍କ ଦୀର୍ଘାୟୁ ଏବଂ ଉନ୍ନତି ପାଇଁ ମଧ୍ୟ ସନ୍ତାନ ଲକ୍ଷ୍ମୀଙ୍କ ପୂଜା କରିବା ଶ୍ରେଷ୍ଠ ହୋଇଥାଏ।
୪.ଧାନ୍ୟ ଲକ୍ଷ୍ମୀ : ଯେଉଁ ବ୍ୟକ୍ତିମାନେ ଦେବୀଙ୍କର ଏହି ରୂପକୁ ପୂଜା କରିଥାଆନ୍ତି,ତାଙ୍କ ଘରେ କେବେ ବି ଅନ୍ନର ଅଭାବ ହୋଇନଥାଏ। ଚାଷ କରୁଥିବା ଲୋକେ ଧାନ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।
୫. ବିଜୟ ଲକ୍ଷ୍ମୀ : ଯେକୌଣସି କାମରେ ସଫଳତା ପାଇବା ପାଇଁ ବିଜୟ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। କୋର୍ଟ କେସ୍ ଜିତିବା ପାଇଁ ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଶ୍ରେଷ୍ଠ ଫଳ ଦେଇଥାଏ।
୬.ଆଦି ଲକ୍ଷ୍ମୀ : ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ରୋଗରୁ ମୁକ୍ତି ମିଳିଥାଏ। ଦାମ୍ପତ୍ର ଜୀବନକୁ ସୁଖୀ କରିବା ପାଇଁ ଆଦି ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
୭.ଐଶ୍ବର୍ଯ୍ୟ ଲକ୍ଷ୍ମୀ : ସମସ୍ତ ପ୍ରକାରର ଭୌତିକ ସୁଖ ସୁବିଧା ପାଇଁ ମାଆ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କରାଯାଇଥାଏ। ଐଶ୍ବର୍ଯ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଆକର୍ଷଣ ଶକ୍ତି ମଧ୍ୟ ବଢ଼ିଥାଏ।
୮. ଧନ ଲକ୍ଷ୍ମୀ : ଧନ ସମ୍ପତ୍ତି ଚାହୁଁଥିବା ବ୍ୟକ୍ତିଙ୍କୁ ଧନ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। ତାଙ୍କୁ ପୂଜା କରିବା ଦ୍ବାରା ଘରେ ଶାନ୍ତି ବଜାୟ ରହିଥାଏ ଏବଂ ଧନର ଅଭାବ ଦେଖାଦେଇନଥାଏ। ବ୍ୟବସାୟରେ ମଧ୍ୟ ସଫଳତା ମିଳିଥାଏ।
.