କରୋନା ସଂକ୍ରମଣକୁ ନେଇ ୫ଟି ମିଛକଥା, ଯାହାକୁ ସତ ମାନୁଛେ ଆମେ

Published By : Prameya-News7 Bureau | March 21, 2020 IST

ସାରା ବିଶ୍ୱକୁ ଏବେ ସଞ୍ଚରି ଯାଇଛି କରୋନା। ଚୀନ ପରେ ଇଟାଲୀ ଓ ଇରାନ ଏବେ ସବୁଠୁ ଗୁରୁତର ପ୍ରଭାବିତ ଦେଶ । ଏହି ଭୂତାଣୁ ଏବେ ଆମ ଦେଶକୁ ବି ଆସି ସାରିଛି। ଏଥିରେ ଲୋକେ ଆତଙ୍କିତ ହେବା ସ୍ୱଭାବିକ। ଦେଶରେ ଦିନକୁ ଦିନ କରୋନା ପଜେଟିଭ ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ନାନା ଗୁଜବ ବି ପ୍ରସାରିତ ହେଉଛି। ଯାହାକୁ ଆମେ ବି ସତ ମାନୁଛେ। ତେବେ ଆସନ୍ତୁ ଜାଣିବା ଗୁଜବ ଓ ସତ ମଧ୍ୟରେ କେତେ ଅନ୍ତର।

{"id":241972,"width":577,"height":323,"sizeSlug":"large"}

୧-ଅଦା ଓ ରସୁଣ ଗୁଜବ
କୁହାଯାଉଛି ଅଦା ଓ ରସୁଣ ଖାଇଲେ କରୋନା ଭୂତାଣୁ ପାଖ ପଶିବନି। ତେବେ ଏଭଳି କଥାରେ ପଡନ୍ତୁନି। ସାଧାରଣତଃ ଏହା ମସଲା ଭାବେ ବ୍ୟବହାର ହୁଏ ଓ ଏଭଳି ପଦାର୍ଥ ଦେହକୁ ଗରମ ରଖିବା ଲାଗି ଉଦ୍ଦିଷ୍ଟ। ତେବେ ଏଥିଯୋଗୁ କରୋନା ସଂକ୍ରମଣ ହେବନି ତାହା କୁହାଯାଇପାରିବନି। ଶରୀରର ରୋଗ ପ୍ରତିଷେଧକ କ୍ଷମତା ମଜଭୁତ ଥିଲେ ଭୂତାଣୁର ପ୍ରତିରୋଧ ହୋଇପାରେ। ତେବେ ସଂକ୍ରମଣର ଚିକତ୍ସା ଲାଗି ଆବଶ୍ୟକ ଔଷଧ ଏବେବି ବଜାରକୁ ଆସିନାହିଁ।

{"id":241974,"width":574,"height":384,"sizeSlug":"large"}

୨-ଆଲକୋହଲ
ସେହିପରି ଆଲକୋହଲର ସେବନ ଏଭଳି ଭୂତାଣୁର ସଂକ୍ରମଣ ରୋକିବ ବୋଲି ମଧ୍ୟ ପ୍ରଚାରିତ ହେଉଛି। ତେବେ ଏହା ମଧ୍ୟ ଏକ ଗୁଜବ। ଆଲକୋହଲ ଆଣ୍ଟି ଫଙ୍ଗାଲ ଭଳି କାମ କରିଥାଏ ହେଲେ କରୋନା ଭୂତାଣୁ ବିରୋଧରେ ନୁହେଁ ବୋଲି ବିଶେଷଜ୍ଞ ସ୍ପଷ୍ଟ କରିସାରିଲେଣି। ଏଣୁ ଆଲକୋହଲକୁ ନେଇ ଯାହା କୁହାଯାଉଛି ତାହା ମିଥ୍ୟା ବୋଲି ସ୍ପଷ୍ଟ ହୋଇଯାଆନ୍ତୁ।

{"id":241976,"sizeSlug":"large"}

୩-ତାପମାତ୍ରା
ଏହା ମଧ୍ୟ କୁହାଯାଉଛି ଅଧିକ ତାପମାତ୍ରାରେ ଏହି ଭୂତାଣୁ ନଷ୍ଟ ହୋଇଯାଏ। ହେଲେ ଏହା ମଧ୍ୟ ଅଦା,ରସୁଣ ଓ ଆଲକୋହଲ ଭଳି ମିଛ କଥା। ଏହି ଭୂତାଣୁ ଥଣ୍ଡାରେ କମ୍ ସଂକ୍ରମିତ ହୁଏ ବୋଲି ଜଣାପଡିଛି। ଗରମରେ ଏହାର ସଂକ୍ରମଣ ପ୍ରତିଶତ ଅଧିକ।

{"id":241977,"width":581,"height":436,"sizeSlug":"large"}

୪-ପୋଷା ପଶୁପକ୍ଷୀଙ୍କଠୁ ମାଡୁଛି ସଂକ୍ରମଣ
ଏପରି କୁହାଯାଉଛି ପୋଷା ପଶୁପକ୍ଷୀଙ୍କ ଠାରୁ ମଣିଷକୁ ଏହି ଭୂତାଣୁ ସଂକ୍ରମଣ ହେଉଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏନେଇ ସମସ୍ତ ଆଶଙ୍କାକୁ ନିରାଧାର କହିଛନ୍ତି। କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ବିଶ୍ୱର କେଉଁଠି ହେଲେ ଏପରି ଅଭିଯୋଗ ମିଳି ନାହିଁ। ତେବେ ସତର୍କତା ସ୍ୱରୂପ ପୋଷା ପ୍ରାଣୀଙ୍କ ସହ ସମୟ କାଟିବା ପରେ ହାତ ଧୋଇନେବା ଦରକାର ବୋଲି କହିଛନ୍ତି ଡବ୍ଲୁଏଚଓ।

{"id":241979,"width":577,"height":434,"sizeSlug":"large"}

୫-ସଂକ୍ରମିତ ହେଲେ ମୃତ୍ୟୁ ନିଶ୍ଚିତ
ପ୍ରଚାରିତ ହେଉଛି କରୋନା ସଂକ୍ରମିତ ହେଲେ ମୃତ୍ୟୁ ନିଶ୍ଚିତ। ତେବେ ଏହା ମଧ୍ୟ ଅମୂଳକ। କାରଣ ବିଶ୍ୱରେ କରୋନା ଜନିତ ମୃତ୍ୟୁ ହାର ମାତ୍ର ୨ରୁ ୩ ପ୍ରତିଶତରେ ଅଛି। କାରଣ ଏହି ଭୂତାଣୁ କେବଳ ସେହିମାନଙ୍କୁ ନିଜର ଶିକାର କରୁଛି ଯେଉଁମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍। ଏଣୁ ମୃତକଙ୍କ ମଧ୍ୟରେ ବୟସ୍କ ଲୋକଙ୍କ ସଂଖ୍ୟା ସର୍ବାଧିକ ଯେଉଁମାନେ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.