କଟକ ନୂଆପାଟଣାରେ ବଣୁଆ ହାତୀ ଆତଙ୍କ ; ହାତୀ ଘଉଡାଇବାକୁ ବନ ବିଭାଗର ଉଦ୍ୟମ
14/11/2018 at 1:52 PM

କଟକ ୧୪|୧୧: କଟକ ନୂଆପାଟଣାରେ ବଣୁଆ ହାତୀ ଆତଙ୍କ । ହାତୀମାନେ ମହାନଦୀ ପାର ହୋଇ କଟକ ମୁହାଁ ହୋଇଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି । ଆଠଗଡ ପାର୍ଶ୍ବରୁ ଧବଳେଶ୍ବର ଘାଟ ଆଡକୁ ୧୦ରୁ ଊର୍ଦ୍ଧ୍ବ ହାତୀ ଆସିଥିବା ଖବର ପାଇ ବନ ବିଭାଗର କର୍ମଚାରୀମାନେ ସର୍ଚ୍ଚ ଅପରେସନ୍ କରିଛନ୍ତି । ସାଧାରଣ ଲୋକଙ୍କ ମନରେ ଭୟ ଆସିଯାଇଛି । ନୂଆପାଟଣା ବ୍ରିଜ୍ ମୁଣ୍ଡରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିରହିଛନ୍ତି । ବ୍ରିଜ୍ ତଳକୁ ଯାଇ ବନ ବିଭାଗ କର୍ମଚାରୀମାନେ ଟର୍ଚ୍ଚ ଲାଇଟ୍ ଲଗାଇ ହାତୀଙ୍କୁ ଠାବ ପାଇଁ ଉଦ୍ୟମ କରିଛନ୍ତି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021