Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଥମୁନି ହାତୀ ଉପଦ୍ରବ : ଗାଁରେ ପଶି ଧାନ ଚାଉଳ ଖାଇଲେ, ଦଳିମକଚି ଦେଲେ ଫସଲ

11/12/2020 at 1:11 PM

ତେଲକୋଇ ୧୧।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘର ଭାଙ୍ଗି ପକାଉଛନ୍ତି । ଯାହାକୁ ନେଇ ସେ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ରାଇସୁଆଁ ଗାଁରେ ୧୩ଟିକିଆ ବଣୁଆ ହାତୀପଲ ଗାଁ ଭିତରେ ପଶି ନରୋତ୍ତମ ମହାନ୍ତ ଓ ଦୟା ମୁଣ୍ଡାଙ୍କର ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ମକା ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ତା ସହିତ ଗାଁରେ ଥିବା ଏକର ଏକର ଧାନ ଫସଲ ମଧ୍ୟ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି । ବାରମ୍ବାର ବିଭିନ୍ନ ଗାଁରେ ହାତୀପଲ ପଶି ଧନ ଜୀବନ ଓ ଫସଲ ନଷ୍ଟ କରୁଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

   Related Posts