ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଆତଙ୍କ : ଘର ଭାଙ୍ଗିବା ସହ ନଷ୍ଟକଲେ ଧାନ ଫସଲ
22/10/2019 at 8:06 AM

ପାଟଣା ୨୨।୧୦: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀଙ୍କ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଚମ୍ପୁଆ ରେଞ୍ଜର ବିରିକୁଆଁ ଗ୍ରାମର ଜଣଙ୍କ ଘର ଭାଙ୍ଗିବା ସହିତ ବଡ଼ପଶି ସିରିକୁଆଁ, ଜାଲି, କମଣ୍ଡ ଭୁଇଁପୁର ଗ୍ରାମରେ ପସି ବ୍ୟାପକ ଧାନ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଛନ୍ତି।

ହାତୀ ପଲ ଏବେ ଜ୍ୟୋତିପୁର ନିକଟ ବଣକାଟି ଜଙ୍ଗଲରେ ଡେରା ପକାଇଛନ୍ତି। ହାତୀପଲକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021