ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ : ଭାଙ୍ଗିଲେ ୫ ବଖରା ଘର, ଖାଇଗଲେ ଧାନ ଚାଉଳ

Published By : Prameya-News7 Bureau | December 12, 2020 IST

ପାଟଣା ୧୨।୧୨: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ହାତୀପଲ ବାଲିବନ୍ଧ ସେକ୍ସନରୁ ବିଳମ୍ବିତ ରାତିରେ ଆସି ଅସନପାଟ ଗ୍ରାମରେ ଖଳାରୁ ଶହ ଶହ ଧାନ ବିଡା ଖାଇ ନଷ୍ଟ କରିବା ସହିତ ସିରିକୁଆଁ ଗ୍ରାମରେ ୫ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି ।

ସିରିକୁଆଁ ଗ୍ରାମର ଦୈତାରି ମହାନ୍ତ, ରାସ ମହାନ୍ତ, ବନମାଳୀ ମହାନ୍ତ, ଦାମଦୋର ମହାନ୍ତ, ଓ ଶତ୍ରୁଘ୍ନ ମହାନ୍ତଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରିଛନ୍ତି । ହାତୀପଲରେ ୨୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଏବେ ହାତୀପଲ ଜାଲି ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.