Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏହିସବୁ ଜଡିବୁଟି ଶରୀରକୁ ଥଣ୍ଡା ରଖିବା ସହ ଉତ୍ତାପ କମ୍ କରିବାରେ ହୋଇଥାଏ ସହାୟକ

2/09/2020 at 6:04 PM

ଭୁବନେଶ୍ୱର ୦୨/୦୯ : ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି | ଗ୍ଲୋବାଲ ୱାର୍ମିଙ୍ଗକୁ ନେଇ ସାରା ବିଶ୍ୱ ଚିନ୍ତିତ | ବୃଦ୍ଧି ପାଉଥିବା ଉତ୍ତାପକୁ ନେଇ ଯଦି ଆପଣ ଚିନ୍ତିତ ତାହେଲେ କିଛି ଜଡିବୁଟି ଆପଣଙ୍କ ପାଇଁ ସହାୟକ ପ୍ରମାଣିତ ହୋଇପାରିବ | ତାପମାତ୍ରା ମୁକାବିଲା ପାଇଁ ସଠିକ ଏହାର ଅତ୍ୟନ୍ତ ଆବଶ୍ୟକ | ଆୟୁର୍ବେଦରେ କୁହାଯାଇଛି ଯେ ଜଡିବୁଟି ସେବନ କେବଳ ଶରୀରକୁ ଥଣ୍ଡା ରଖିନଥାଏ ବରଂ ସୁସ୍ଥ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ | ଗ୍ରୀଷ୍ମ ଦିନରେ କିମ୍ବା ଗରମରେ ସାଧାରଣତଃ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ | ଡିହାଇଡ୍ରେସନ ଦୂର କରିବାକୁ ଅଧିକ ପାଣି ପିଇବା ସହ ଏହିଭଳି ଖାଦ୍ୟ ଖାଇବା ଆବଶ୍ୟକ ଯେଉଁଥିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ରହିଛି | ଜାଣନ୍ତୁ କେଉଁ ଜଡିବୁଟିର ସେବନ କଲେ ଉତ୍ତାପ କମ କରିବା ସହ ସୁସ୍ଥ ରହିପାରିବେ |

ପୋଦିନା – ଗରମରୁ ଆଶ୍ବସ୍ତି ପାଇଁ ପୋଦିନା ଏକା ସାଧାରଣ ଔଷଧ | ପୋଦିନା ପାତ୍ର ଯେକୌଣସି ଉପାୟରେ ବ୍ୟବହାର କରିପାରିବେ | ପୋଦିନା ପତ୍ରକୁ ଚଟଣି କରି ମଧ୍ୟ ଖାଇପାରିବେ | ଏହାକୁ ଡ୍ରିଂକ୍ସରେ ମିଶାଇ ମଧ୍ୟ ପିଇ ପାରିବେ | ଗରମ ଦିନରେ ଉତ୍ତାପ କମ କରିବାକୁ ଡିଟକ୍ସ ଡ୍ରିଙ୍କ ମଧ୍ୟ ପ୍ରସ୍ତୁତ କରିପାରିବେ | ଏହାଦ୍ୱାରା ଆପଣ ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇପାରିବେ |

ଅଁଳା – ଅଁଳାରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଛି | ଅଁଳା ସେବନ ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ହୋଇଥାଏ | ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏକା ଶକ୍ତିଶାଳୀ ଜଡିବୁଟି | ଅଁଳାରେ ଅନେକ ପୋଷାକ ତତ୍ୱ ରହିଛି | ମଧୁମେହ ରୋଗୀଙ୍କ ପାଇଁ ଅଁଳା ଅତ୍ୟନ୍ତ ହିତକାରକ | ଅଁଳା ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ | ଅଁଳାକୁ ବିଭିନ୍ନ ଉପାୟରେ ସେବନ କରାଯାଇପାରେ | ଅଁଳା ଜୁସ, ଅଁଳା କ୍ୟାଣ୍ଡି କିମ୍ବା କଞ୍ଚା ଅଁଳା ଚୋବେଇ ମଧ୍ୟ ଖାଇପାରିବେ |

ଚନ୍ଦନ –ଚନ୍ଦନ ମଧ୍ୟ ଶରୀରକୁ ଥଣ୍ଡା ପ୍ରଦାନ କରି ଉତ୍ତାପ କମ କରିବାରେ ସହାୟକ ହୋଇଥାଏ | ଚନ୍ଦନକୁ ପେଷ୍ଟ ତିଆରି କରି ତ୍ୱଚାରେ ବ୍ୟବହାର କରାଯାଇପାରିବ | ଚନ୍ଦନ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସବୁଠାରୁ ପ୍ରାଚୀନ ଜଡିବୁଟି | ଗରମରୁ ଆଶ୍ବସ୍ତି ପାଇଁ ମଧ୍ୟ ଚନ୍ଦନ ବ୍ୟବହାର କରାଯାଇ ପାରିବ | 

ଅଶ୍ଵଗନ୍ଧା –ଶୁଖିଲା କାଶ ଓ ଗଳା ଯନ୍ତ୍ରଣା ପାଇଁ ଅଶ୍ଵଗନ୍ଧା ବ୍ୟବହାର କରାଯାଇଥାଏ | ଅଧିକ ଗରମ ହେଲେ ଅଶ୍ଵଗନ୍ଧା ସେବନ କରି ଉତ୍ତାପ କମ କରାଯାଇପାରେ | ଶରୀରକୁ ଥଣ୍ଡା ରଖିବାକୁ ଏବଂ ଗଳା ଯନ୍ତ୍ରଣା ଦୂର କରିବାକୁ ଅଶ୍ଵଗନ୍ଧା ଚୋବେଇଲେ ଆଶ୍ବସ୍ତି ମିଳିଥାଏ |  

   Related Posts