କେଶ ଝଡ଼ିବା ରୋକିବ ଏହି ହର୍ବାଲ୍ ପାଉଡର୍ : ଘରେ ନିଜେ ତିଆରି କରିପାରିବେ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪/୧୨ : ଆଜିକାଲି କେଶ ଉପୁଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। କମ୍ ବୟସରୁ କେଶ ଝାଡ଼ିବା ଆରମ୍ଭ ହେଉଛି। କେଶ ଝଡ଼ିବା ରକବକୁ ଲୋକେ ନାନା ତରିକା ଆପଣାଉଛନ୍ତି କିଛି ତାହା ଫଳପ୍ରଦ ହେଉନାହିଁ। ଲୋକେ ଏଥିପାଇଁ ବିଭିନ୍ନ ପ୍ରକାର ମହଙ୍ଗା ପ୍ରଡକ୍ଟ ଓ ଘରୋଇ ଉପଚାର ମଧ୍ୟ କରିଥାନ୍ତି। କିନ୍ତୁ ସମସ୍ୟା ଦୂର ହୋଇନଥାଏ। ହର୍ବଲ ହେୟାର ପାଉଡର କେଶ ଝଡ଼ିବା ରୋକିବା ସହ ନୂଆ କେଶ ମଧ୍ୟ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହି ହର୍ବାଲ୍ ପାଉଡର ବ୍ୟବହାର କରିବା ଦ୍ୱାରା କେଶ ସୁସ୍ଥ ଓ ସୁନ୍ଦର ଦେଖାଯାଇଥାଏ। କିଛି ପ୍ରାକୃତିକ ଜଡିବୁଟି ଅଛି ଯାହାଦ୍ୱାରା ଆପଣଙ୍କ କେଶ ମୂଳରୁ ମଜବୁତ ଓ ସୁନ୍ଦର ହୋଇପାରିବ। ଏହି ପ୍ରାକୃତିକ ଜଡିବୁଟିରେ ପ୍ରାକୃତିକ ହର୍ବାଲ ପାଉଡର ତିଆରି କରାଯାଇପାରିବ। ଏହାକୁ ନିୟମିତ ଲଗାଇଲେ କେଶ ଦୁଇଗୁଣ ସ୍ପିଡ଼ରେ ବଢିବ। ଜାଣନ୍ତୁ ଘରେ କିଭଳି ତିଆରି କରିବେ ଏବଂ ଏହାର ଉପଯୋଗ କିଭଳି କରିବେ :

{"id":377374,"sizeSlug":"large","linkDestination":"none"}

ଏଲୋବେରା - ଏଲୋବେରା ସ୍କାଲ୍ପରେ ରକ୍ତ ସଞ୍ଚାଳନ କରି କେଶର ବିକାଶକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ। ଏଲୋବେରାରେ ମହତ୍ତ୍ୱପୂର୍ଣ୍ଣ ଭିଟାମିନ ଓ ମିନେରାଲ୍ସ ରହିଛି ଯାହା କେଶକୁ ପୋଷଣ ଦେଇଥାଏ। ଏଥିରେ ପ୍ରୋଟିୟୋଲିଟିକ୍ ଏଞ୍ଜାଇମ୍ ରହିଛି ଯାହା ସ୍କାଲ୍ପରେ ଜମିଥିବା ଡେଡ୍ ସେଲକୁ ହଟାଇଥାଏ। କେଶ ଝଡ଼ିବା ରୋକିବା ପାଇଁ ଏବଂ ପତଳା କେଶର ଚିକିତ୍ସା ପାଇଁ ରୋଜମେରି ପାଉଡର ବହୁତ ଲାଭଦାୟକ। ଏହା କେଶକୁ ମଜବୁତ ଓ ସୁନ୍ଦର କରିଥାଏ।

ତିଆରି କରିବା ବିଧି - / କପ୍ ଏଲୋବେରା, / କପ୍ ରୋଜମେରି ପାଉଡର, ଏସେନସିଆଲ ତେଲ ୧୦ ବୁନ୍ଦା

{"id":377376,"sizeSlug":"large","linkDestination":"none"}

ଏକ ପାତ୍ରରେ ଏଲୋବେରା ପାଉଡର୍, ରୋଜମେରି ପାଉଡର୍ ଓ ଏସେନସିଆଲ୍ ତେଲକୁ ମିଶାଇ ଦିଅନ୍ତୁ। ଏଲୋବେରା ପାଉଡର ଅନଲାଇନ୍ ଉପଲବ୍ଧ। ଆପଣ ଘରେ ମଧ୍ୟ ତିଆରି କରିପାରିବେ। ରୋଜମେରି ପାଉଡର ନଥିଲେ ତା ବଦଳରେ ମେହେନ୍ଦି ପାଉଡର ମଧ୍ୟ ବ୍ୟବହାର କରିପାରିବେ। କେଶର ବିକାଶ ପାଇଁ ପାଉଡରରେ କିଛି ବୁନ୍ଦା ପିପରମେଣ୍ଟ ବା ରୋଜମେରି ଏସେନସିଆଲ୍ ତେଲ ମିଶାଇ ଏକ ଏୟାର୍ ଟାଇଟ୍ କଣ୍ଟେନରରେ ରଖିଦିଅନ୍ତୁ।

{"id":377378,"sizeSlug":"large","linkDestination":"none"}

ବ୍ୟବହାର ବିଧି - ଏକ କାଚ ପାତ୍ରରେ ୨ ଚାମଚ୍ ହର୍ବାଲ ପାଉଡର୍ ନେଇ ସେଥିରେ ନିଜ ପସନ୍ଦର ଅଧା କପ୍ ହେୟାର ଅଏଲ ମିଶାନ୍ତୁ। ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ। ସବୁକୁ ମିଶାଇ ପାଖାପାଖି ୨ ସପ୍ତାହ ଖରାରେ ରଖିଦିଅନ୍ତୁ। ୨ ସପ୍ତାହ ପରେ ଏହି ମିଶ୍ରଣକୁ ସ୍କାଲ୍ପରେ ଭଲ ଭାବେ ଲଗାନ୍ତୁ। ନିୟମିତ ଏହି ତେଲ ବ୍ୟବହାର କଲେ କେଶ ଖୁବ ଶୀଘ୍ର ବଢିଥାଏ ଏବଂ ଘଞ୍ଚ ମଧ୍ୟ ହୋଇଥାଏ।

{"id":377380,"sizeSlug":"large","linkDestination":"none"}

ହେୟାର ମାସ୍କ ତିଆରି କରିବା ଉପାୟ - ଏକ ପାତ୍ରରେ ୨ ଚାମଚ୍ ହେୟାର ପାଉଡର ନେଇ ଏଥିରେ ପିଆଜ ରସ ମିଶାନ୍ତୁ। ପିଆଜରେ ସଲଫର୍ ଅଛି ଯାହା କେଶକୁ ସୁସ୍ଥ ରଖିଥାଏ ଏବଂ ଝଡ଼ିବା ରୋକିଥାଏ। ଏହି ମାସ୍କକୁ ୩୦ ମିନିଟ୍ ପାଇଁ ସ୍କାଲ୍ପରେ ଲଗାନ୍ତୁ ଏବଂ ତାପରେ ସାଧା ପାଣିରେ ଧୋଇ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.