ଖୁବଶୀଘ୍ର ପରଦାକୁ ଆସିବ 'ହେରାଫେରୀ-୩', ଦର୍ଶକଙ୍କୁ ମନଭରି ହସାଇବେ ବାବୁ ଭାଇ, ରାଜୁ ଓ ଶ୍ୟାମ

Published By : Prameya-News7 Bureau | January 18, 2020 IST

ମୁମ୍ବାଇ ୧୮।୧ : ବଲିଉଡରେ ଟପ୍‌ କମେଡି ଫିଲ୍ମ କଥା ଭାବିଲେ 'ହେରାଫେରୀ' ସିକ୍ୱେଲ ଫିଲ୍ମର ନାମ ଆସିବ । ଏହି ସିରିଜରେ ଏ ଯାଏଁ ଦୁଇଟି ଫିଲ୍ମ ଆସିସାରିଛି । ଦର୍ଶକେ ଏବେ ତୃତୀୟ ଫିଲ୍ମ ଅପେକ୍ଷାରେ ଅଛନ୍ତି। ତେବେ ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ ଦର୍ଶକଙ୍କ ପ୍ରତୀକ୍ଷାର ଏବେ ଅନ୍ତ ହେବାକୁ ଯାଉଛି । ସିକ୍ୱେଲର ତୃତୀୟ ଫିଲ୍ମ ହେରାଫେରୀ-୩ ଖୁବଶୀଘ୍ର ପ୍ରେକ୍ଷାଳୟକୁ ଆସିବ । ଏଥିରେ ବି ଦର୍ଶକେ ସୁନୀଲ ସେଟ୍ଟୀଙ୍କ ସମେତ ପରେଶ ରାୱଲ ଓ ଅକ୍ଷୟ କୁମାରଙ୍କ ଯୋଡିକୁ ପୁଣି ପରଦାରେ ଦେଖିବେ।

{"id":213022,"sizeSlug":"large"}

ଅକ୍ଷୟ କୁମାର , ପରେଶ ରାୱଲ ଓ ସୁନୀଲ ସେଟ୍ଟୀଙ୍କ ଯୋଡିକୁ ନେଇ ନିର୍ମିତ ହୋଇଥିବା ହେରାଫେରୀ ସିରିଜର ସମସ୍ତ ଫିଲ୍ମ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ୨୦୦୦ ମସିହାରେ ଫିଲ୍ମ ହେରାଫେରୀ ପରଦାକୁ ଆସିଥିଲା । ଏଥିରେ ତିନି ଅଭିନେତାଙ୍କ କମେଡି ଦର୍ଶକଙ୍କୁ ଖୁବ୍ ହସେଇଥିଲା। ସେହିପରି ଏହାର ସିକ୍ୱେଲ୨୦୦୬ରେ ଫିର୍ ହେରାଫେରୀ ଭାବେ ଦର୍ଶକେ ପର୍ଦ୍ଦାରେ ଦେଖିଥିଲେ। ଏହା ମଧ୍ୟ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲା। ଏଣୁ ଏହି ସିକ୍ୱେଲର ସମସ୍ତ ଫିଲ୍ମକୁ ଏପର୍ଯ୍ୟନ୍ତ ସଫଳ କମେଡି ଫିଲ୍ମ ଭାବେ ଗଣାଯାଉଛି।

{"id":213023,"sizeSlug":"large"}

ଉଭୟ ହେରାଫେରୀ ଓ ଫିର୍ ହେରାଫେରୀ ଚରିତ୍ର ମାନେ ବାବୁ ରାଓ , ରାଜୁ ଓ ଶ୍ୟାମ ଚରିତ୍ରକୁ ଦର୍ଶକ କେବେବି ଭୁଲିପାରିବେନି । ତିନି ଅଭିନେତାଙ୍କ ଯୋଡିରେ ଫିଲ୍ମ ଭରପୂର କେମଡି ଥାଏ ବୋଲି ଦର୍ଶକେ ଏହାର ତୃତୀୟ ଭାଗ ବା ହେରାଫେରୀ-୩କୁ ଅପେକ୍ଷା କରିଛନ୍ତି । ଅଭିନେତା ସୁନୀଲ ସେଟ୍ଟୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହେରାଫେରୀ-୩ ବିଷୟରେ ସାର୍ବଜନିକ କରିଛନ୍ତି।

{"id":213024,"width":563,"height":312,"sizeSlug":"large"}

ତାଙ୍କ ସୂଚନା ଅନୁସାରେ ହେରାଫେରୀ-୩ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମ ନିର୍ମାଣ ଲାଗି ସମସ୍ତ ଯୋଜନା ଚୂଡାନ୍ତ ହୋଇଥିବା ବେଳେ ଆମେ ତିନିଜଣ ମାନେ (ସୁନୀଲ ସେଟ୍ଟା, ପରେଶ ରାୱଲ, ଅକ୍ଷୟ କୁମାର) ଅଭିନୟ କରିବେ ବୋଲି ସୁନୀଲ ସେଟ୍ଟି କହିଛନ୍ତି । ତେବେ ଦେଖିବାକୁ ରହିଲା , ହେରାଫେରୀ-୩ କେବେ ପରଦାକୁ ଆସୁଛି ।

{"id":213025,"width":572,"height":320,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.