Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଏଡ୍‌ସରୁ ଅଧିକ ଭୟଙ୍କର ଏହି ରୋଗ, ଜାଣନ୍ତୁ ଲକ୍ଷଣ

8/02/2019 at 4:24 PM

ସାଧାରଣତଃ ଆଜିକାଲିରଧାଁ ଦୌଡ ଜୀବନରେ ଲୋକେ ନିଜ ସ୍ୱାସ୍ଥର ଦେଖା ରଖା ଠିକ ଭାବେ କରନ୍ତି ନାହିଁ। ଏହି କାରଣରୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ। ତେବେ ଜାଣନ୍ତୁ ଏମିତି ଏକ ରୋଗ ବିଷୟରେ ଯାହା ଏଡ୍ସ ଭଳି ମାରାତ୍ମକ ରୋଗ ଠାରୁ ମଧ୍ୟ ଭୟଙ୍କର । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ଗବେଷଣା ଅନୁସାରେ ଏଡ୍‌ସଠୁ ଅଧିକ ମାରାତ୍ମକ ହେପେଟାଇଟ୍‌ସ B ରୋଗ ହୋଇଥାଏ ।  

ଆକ୍ରାନ୍ତ ରକ୍ତ ବ୍ୟାପିଲେ କିମ୍ୱା ଆକ୍ରାନ୍ତ ନିଜ ପାର୍ଟନର ସହ ଶାରିରୀକ ସଂପର୍କ ରଖିଲେ ଏହି ଭାଇରସ ଶରୀରରେ ବ୍ୟାପିଥାଏ। ରିସର୍ଚ୍ଚ ଅନୁସାରେ ଏହା ଲିଭରକୁ ନଷ୍ଟ କରିଦେଇଥାଏ। ଏହାଦ୍ବାରା ଲିଭର ଫେଲୁଅର କିମ୍ୱା କ୍ୟାନସର ହୋଇଥାଏ। ଏହି ରୋଗ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏହା ଏମିତି ଏକ ରୋଗ ଯାହା ଶରୀରରେ ଏଚବିଭି HBV ଭାଇରସ ବ୍ୟାପିବାର କାରଣ ହୋଇଥାଏ। ଏହି ରୋଗ ହେଲେ ଅଧିକାଂଶ ଲୋକେ ଜାଣିପାରନ୍ତି ନାହିଁ। ତେବେ ଏହି ରୋଗର ସଂକେତ ସବୁ କଣ ଜାଣନ୍ତୁ।

ପରିସ୍ରାର ରଂଗ ବ୍ରାଉନ ବା ଅରେଞ୍ଜ ହେବା, ଆଖିର ରଂଗ ହଳଦିଆ ହେବା, ଅଧିକ ସମୟ ପର୍ଯ୍ୟନ୍ତ ଜ୍ବର ହେବା, ସବୁବେଳେ ଥକା ଲାଗିବା କିମ୍ୱା ଅସୁସ୍ଥ ରହିବା, ବାନ୍ତି ହେବା, ଏହି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍‌।

ହେପେଟାଇଟ୍‌ସ Bର ଉପଚାର ଆଜିଦିନରେ ଭାରି କଷ୍ଟକର। ବୟସ୍କ ଲୋକ କିମ୍ୱା ନବଜାତ ଶିଶୁ ପାଇଁ ଏହି ରୋଗର ଉପଚାର ଉପଲବ୍ଧ ନାହିଁ। ଏହାର ଏମିତି ଉପଚାର ଅଛି ଯାହା ଲିଭରରେ ଭାଇରସକୁ କେବଳ କମ କରାଯାଇପାରିବ। ଲିଭରରେ ଭାଇରସ ବ୍ୟାପିବା କମ ହେଲେ ଲିଭରର ବିଶେଷ କ୍ଷତି ହେବ ନାହିଁ।

 

   Related Posts