Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ବାର୍ଡ ଫ୍ଲୁ ଭୟ : ଆଇସୋଲେସନରେ କଡକନାଥ କୁକୁଡା, ଖାଉଛନ୍ତି ଭିଟାମିନ୍ସ

5/01/2021 at 11:52 AM

ନୂଆଦିଲ୍ଲୀ, ୦୫/୦୧: ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ମାମଲା ବଢିବାରେ ଲାଗିଛି । ଦୈନିକ ହଜାର ହଜାର ପକ୍ଷୀଙ୍କୁ ମାରି ଦିଆଯାଉଛି । ଏବେ ରାଜସ୍ଥାନର ଝାବୁଆରେ ପ୍ରସିଦ୍ଧ କଡକନାଥ କୁକୁଡାଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାସହ କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍ସ ଓ ହଳଦୀର ଇମ୍ୟୁନିଟି ବୁଷ୍ଟର ଡୋଜ୍ ଦିଆଯାଉଛି ।

ଝାବୁଆର କଡକନାଥ କୁକୁଡାଙ୍କ ବାର୍ଡ ଫ୍ଲୁରୁ ରକ୍ଷା କରିବା ପାଇଁ ଏପରି ଆଇସୋଲେସନରେ ରଖାଯାଇଛି । ଜିଲ୍ଲାର କୃଷି ବିଭାଗର ଆଇସୋଲେସନ ସେଣ୍ଟରରେ କୁକୁଡାଙ୍କୁ ରଖାଯାଉଛି । ସରକାରୀଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ, ବାହାରୁ କୌଣସି ପକ୍ଷୀଙ୍କୁ ଅଣାଯାଉ ନାହିଁ । ଏପରିକି ବାହାର ଲୋକଙ୍କୁ ମଧ୍ୟ ଆଇସୋଲେସନ ସେଣ୍ଟରରେ ପ୍ରବେଶ ଅନୁମତି ଦିଆଯାଉ ନାହିଁ ।

ଆଇସୋଲେସନ ସେଣ୍ଟରର ମୁଖ୍ୟ ଆଇଏସ ତୋମାର କହିଛନ୍ତି ଯେ, ନିର୍ଦ୍ଦେଶ ଆସିବା ପରେ ସେମାନେ ସତର୍କ ରହିଛନ୍ତି । କୁକୁଡାଙ୍କୁ ଇମ୍ୟୁନିଟି ବୁଷ୍ଟର ଭାବେ ହଳଦୀ, ଭିଟାମିନ୍ ସି, ଡି ଓ ଇ ଦିଆଯାଉଛି । ଏହା ସେମାନଙ୍କୁ ବାର୍ଡ ଫ୍ଲୁ ସହ ଲଢିବା ପାଇଁ ଶକ୍ତି ଯୋଗାଇବ ।

ସୂଚନାଯୋଗ୍ୟ, ଜୟପୁର, ଇନ୍ଦୋର ଓ କସରାବାଦରେ କିଛି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ଭୟ ଘାରିଛି । ସାରା ଦେଶରେ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଏହାମଧ୍ୟରେ ଝାବୁଆରେ ପ୍ରସିଦ୍ଧ କଡକନାଥ କୁକୁଡାଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

   Related Posts