Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଜା-ପ୍ରିନସେସ୍ ଅଫ୍ ଟେବୁଲ୍ ଟେନିସ୍ : ମାତ୍ର ୧୨ ବର୍ଷରେ ଅଲିମ୍ପିକରେ ଏଣ୍ଟ୍ରି, ଟୋକିଓରେ ସର୍ବକନିଷ୍ଠ ଖେଳାଳି

24/07/2021 at 11:03 AM

ଟୋକିଓ, ୨୪/୦୭ : ବୟସ ମାତ୍ର  ୧୨ ବର୍ଷ । କିନ୍ତୁ ସେ ହେଉଛନ୍ତି ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି । ସେ ହେଲେ ସିରିଆର ବାଳିକା ତଥା ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍ ଜାଜା । କମ୍ ବୟସରୁ ସେ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।  ଏହାସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ହେଣ୍ଡ୍ ଜାଜା ହେଉଛନ୍ତି ଅଲିମ୍ପିକ୍ସ ଇତିହାସର ଅନ୍ୟତମ ସର୍ବକାଳୀନ ସର୍ବକନିଷ୍ଠ ଖେଳାଳି  । ଏହାସହ ସେ ସର୍ବକନିଷ୍ଠ ଟେବୁଲ ଟେନିସ୍‌ ଖେଳାଳି ମଧ୍ୟ। ଜାଜାଙ୍କ ଜନ୍ମ ୨୦୦୯ ମସିହା ଜାନୁଆରୀ ମାସରେ ।  ତାଙ୍କ ପୂର୍ବରୁ ୧୯୬୮ରେ  ଶୀତକାଳୀନ ଅଲିମ୍ପିକ୍ସରେ ୧୧ ବର୍ଷର ଫିଗର ସ୍କେଟର୍‌ ବିଟ୍ରିସ୍‌ ହେସ୍ତଲୁ ଭାଗ ନେଇଥିଲେ ।

ଏବେ ଜାଜା ଅନ୍ତର୍ଜାତୀୟ ଟେବୁଲ୍‌ ଟେନିସ୍ ମାନ୍ୟତାରେ ଏବେ ୧୩ ବର୍ଷରୁ କମ୍‌ ବାଳିକା ବର୍ଗରେ ରହିଛନ୍ତି। ଇସ୍ରାଏଲରେ ଯୁଦ୍ଧର କରୋନାର ଭଯଙ୍କର ସ୍ଥିତିକୁ ପଛରେ ପକାଇ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଚାଲିଥିଲେ ।   ଜାଜଙ୍କ ବ୍ୟତୀତ ବ୍ରିଟେନ୍‌ର ୧୩ ବର୍ଷୀୟ ସ୍କେଟବୋର୍ଡର ସ୍କାଏ ବ୍ରାଉନ୍‌ ମଧ୍ୟ ‌ଟୋକିଓରେ ପଦାର୍ପଣ କରିବେ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ସର୍ବକନିଷ୍ଠ ଅଲିମ୍ପିଆନ୍‌ ହେଲେ ଗ୍ରିକ୍ ଜିମ୍ନାଷ୍ଟ ଦିମିତ୍ରାଏସ୍‌ ଲୌଣ୍ଡ୍ରସ୍‌ । କମ୍ ବୟସର ଖେଳାଳି ଭାବେ ଏହି ବଡ ଟୁର୍ଣ୍ଣାମେଣ୍ଟ ଖେଳିବାର ରେକର୍ଡ ତାଙ୍କ ନାମରେ ରହିଛି ।

   Related Posts