Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଅଣ୍ଡା ନଦେଇ ଚିଆଁ ଜନ୍ମ କଲା କୁକୁଡା ! ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ, କହିଲେ- ‘କେବେ ଦେଖିନଥିଲି ଏପରି ଘଟଣା’

5/07/2020 at 8:25 PM

ନୂଆପଡା, ୦୫|୦୭: ପ୍ରଥମେ କୁକୁଡା ନା ଅଣ୍ଡା ? ଏହି ପ୍ରଶ୍ନ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ କେବେ କୁକୁଡା ଅଣ୍ଡା ବଦଳରେ ଚିଆଁ ଜନ୍ମ କରିଥିବା ଶୁଣିଛନ୍ତି କି ? ଏପରି ଏକ ଚକିତ କଲା ଭଳି ଘଟଣା ରାଜ୍ୟର ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଏକ କୁକୁଡା ଅଣ୍ଡା ନଦେଇ ଛୁଆ ଜନ୍ମ କରିଛି ।

ନୂଆପଡା ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଅମ୍ୱିକା ମାଝୀ କୁକୁଡା ବିକ୍ରି କରି ପେଟ ପୋଷନ୍ତି । ତାଙ୍କ ଘରେ ଏକ କୁକୁଡା ଅଣ୍ଡା ନଦେଇ ଛୁଆ ଜନ୍ମ କରିଛି । ତେବେ ଜନ୍ମ ହେବାର ୧୦ ମିନିଟ ପରେ ଚିଆଁଟି ମରିଯାଇଥିଲା । ଅମ୍ବିକା କହିଛନ୍ତି ଯେ, କୁକୁଡାଟି ଅଣ୍ଡା ଦେବା ପରେ ୯ଟି ଅଣ୍ଡାକୁ ଉଷମାଉଥିଲା । ହଠାତ ସେ ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲା । ଏହି ସ୍ଥାନରୁ ସେ ଜମା ଉଠିନଥିଲା । ସେତେବେଳେ ଲୋକମାନେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କୁକୁଡାଟି ଏକ ଚିଆଁକୁ ଜନ୍ମ ଦେଇଥିଲା । ସେ ଆଖପାଖରେ କୌଣସି ଭାଙ୍ଗିଯାଇଥିବା ଅଣ୍ଡା ପଡିନଥିଲା । ସେ କେବେବି ଏପରି ଘଟଣା ଦେଖିନଥିଲେ ।

ଏହି ଘଟଣାକୁ ନେଇ ଜିଲ୍ଲାର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଢଳ କହିଛନ୍ତି ଯେ, ସେ ନିଜ ଜୀବନରେ ଏପରି ଘଟଣା କେବେ ହେଲେ ଦେଖିନଥିଲେ । କୁକୁଡାର ପ୍ରଜନନ ତନ୍ତ୍ରରେ ଅଣ୍ଡା ବାହାରକୁ ବାହାରିବା ବଦଳରେ ବିକଶିତ ହୋଇଯାଇଥିବା ଅନୁମାନ କରାଯାଉଛି । ଶରୀରରୁ ବାହାରକୁ ଆସିବା ପରେ କୁକୁଡା ୨୧ ଦିନ ଯାଏଁ ଉଷୁମାଇଥାଏ ଯେପରି ଚିଆଁ ଜନ୍ମ ହୋଇପାରିବେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୮ରେ କେରଳର ଓ୍ୱାଏନାଡ  ଓ ଶ୍ରୀଲଙ୍କାରେ ଏପରି ମାମଲା ସାମ୍ନାକୁ ଆସିଥିଲା । ଏହି ଦୁଇ ପରିସ୍ଥିତିରେ ମଧ୍ୟ ଚିଆଁଟି ପ୍ରାଣ ହରାଇଥିଲା ।

   Related Posts