ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲା ପାର୍ଟି

Published By : Prameya-News7 Bureau | July 13, 2020 IST

କୋଲକାତା ୧୩/୭: ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଶବ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗର ଭାଜପା କହିଛି ଯେ ଉତ୍ତର ଦିନାଜପୁରରେ ରିଜର୍ଭଡ ସିଟ୍ ହେମତାବାଦର ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ଶବ ତାଙ୍କ ଗାଁ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଲୋକଙ୍କ ମତରେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇଥିଲା ଏବଂ ପରେ ଟାଙ୍ଗି ଦିଆଯାଇଥିଲା।

ଭାଜପା ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ। ତୃଣମୂଳ କଂଗ୍ରେସ୍ ଏହି ହତ୍ୟା ପଛରେ ରହିଛି ଏବଂ ସେ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି ଯେ ହତ୍ୟା ପଛରେ ସତ୍ୟତା ପତ୍ତା ଲଗାଇବା ପାଇଁ ସିବିଆଇ ତଦନ୍ତର ଆଦେଶ ଦିଅନ୍ତୁ।

ଦେବେନ୍ଦ୍ର ଗତ ବର୍ଷ ହିଁ ସିପିଏମରୁ ଭାଜପାରେ ସାମିଲ ହୋଇଥିଲେ। ସେ ଲୋକସଭା ନିର୍ବାଚନ ପରେ ପାର୍ଟିର ସଦସ୍ୟତା ନେଇଥିଲେ। ଗତ ବର୍ଷ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ସତ୍ତାଧାରୀ ପାର୍ଟି ଟିଏମସିର ଦୁଇ ବିଧାୟକ ଏବଂ ୫୦ ପାଖାପାଖି ପାର୍ଷଦ ଭାଜପାରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ହେମତାବାଦରୁ ମଧ୍ୟ ସିପିଏମର ବିଧାୟକ ଦେବେନ୍ଦ୍ର ରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.