ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଶପଥ , ବିରୋଧୀ ଦେଖାଇବେ ଶକ୍ତି

Published By : Prameya-News7 Bureau | December 29, 2019 IST

ରାଞ୍ଚି ୨୯।୧୨ -   ଝାଡଖଣ୍ଡରେ ପୁଣି ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି ବିରୋଧୀ ଦଳ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଅପରାହ୍ନ ୨ଟା ସମୟରେ ଶପଥ ନେବେ ହେମନ୍ତ ସୋରେନ୍ । ରାଜ୍ୟପାଳ ଦୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଝାଡଖଣ୍ଡରେ ସରକାର ଗଢିବ ଜେଏମଏମ୍, କଂଗ୍ରେସ, ଆରଜେଡି ମେଣ୍ଟ ।

{"id":204026,"width":574,"height":389,"sizeSlug":"large"}

ତେବେ ଏହି ଶପଥ ଗ୍ରହଣ ଉତ୍ସବ ପୁଣି ଥରେ ମୋଦି ବିରୋଧୀ ଦଳକୁ ଏକାଠି ହେବା ଲାଗି ମଞ୍ଚ ଯୋଗାଇ ଦେବ ।ଶପଥ ଗ୍ରହଣ ଉତ୍ସବରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇପାରନ୍ତି । ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

{"id":202651,"sizeSlug":"large"}

ଏହି ୬  ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବ, ହରିଶ ରାୱତ, ଚନ୍ଦ୍ରବାବୁ ନାଇଡୁ, ଏଚଡ଼ି କୁମାରସ୍ବାମୀ ମଧ୍ୟ ସାମିଲ ହୋଇପାରନ୍ତି | ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସାମିଲ ହେବେ । ଏହା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇପାରନ୍ତି । ସୋରେନଙ୍କ ଶପଥଗ୍ରହଣ ଉତ୍ସବରେ ବିରୋଧୀମାନେ ଏକାଠି ହୋଇ ସନ୍ଦେଶ ଦେବାକୁ ଚେଷ୍ଟା କରିବେ ତେବେ ସୂଚନା ଅନୁଯାୟୀ କର୍ଣ୍ଣାଟକ ଭଳି ଶକ୍ତି ପ୍ରଦର୍ଶନ କରି ନପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.